କଂଗ୍ରେସର ୫ ବଡ଼ ନିର୍ବାଚନ ପ୍ରତିଶ୍ରୁତି: ମହିଳାଙ୍କୁ ମିଳିବ ବାର୍ଷିକ ୧ ଲକ୍ଷ ଟଙ୍କା, ଆହୁରି ଅନେକ….
ନୂଆଦିଲ୍ଲୀ: ନିର୍ବାଚନ ପାଖେଇ ଆସୁଥିବା ବେଳେ କଂଗ୍ରେସ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନୂଆ ନୂଆ ଯୋଜନା ଘୋଷଣା କରୁଛି। ମହିଳା, ଯୁବବର୍ଗ ପରେ ଏବେ ଦଳ କୃଷକ ନ୍ୟାୟ ଗ୍ୟାରେଣ୍ଟି ଯୋଜନାରେ ୫ଟି ବଡ଼ ଘୋଷଣା କରିଛି। ଏଥିରେ ଏମ୍ଏସ୍ପି ଉପରେ ଆଇନ୍ ଆଣିବା ସହ ଋଣ କ୍ଷମା କରିବା ପାଇଁ ଏକ ଆୟୋଗ ଗଠନର ମଧ୍ୟ ପ୍ରତିଶ୍ରୁତି ଦେଇଛି। ସୋସିଆଲ୍ ମିଡିଆ ଏକ୍ସରେ ପୋଷ୍ଟ କରି ରାହୁଲ କହିଛନ୍ତି ଯେ କଂଗ୍ରେସ ପାର୍ଟି ଆପଣଙ୍କ ପାଇଁ ଏପରି ପାଞ୍ଚଟି ଗ୍ୟାରେଣ୍ଟି ଆଣିଛି, ଯାହା ଆପଣଙ୍କର ସମସ୍ତ ସମସ୍ୟାକୁ ମୂଳରୁ ଦୂର କରିବ।କୃଷକଙ୍କ ପାଇଁ କଂଗ୍ରେସର ୫ ବଡ଼ ଘୋଷଣା-୧. ଏମ୍ଏସ୍ପି ସ୍ୱାମୀନାଥନ୍ କମିଶନ ସୂତ୍ର ଅନୁଯାୟୀ MSP କୁ ଆଇନଗତ ମାନ୍ୟତା ପ୍ରଦାନର ଗ୍ୟାରେଣ୍ଟି।୨. କୃଷକ ଋଣ ଛାଡ଼ କରିବା ଏବଂ ଋଣ ଛାଡ ପରିମାଣ ନିର୍ଣ୍ଣୟ କରିବା ପାଇଁ ଏକ ସ୍ଥାୟୀ 'କୃଷି ଋଣ ଛାଡ ଆୟୋଗ' ଗଠନ ପାଇଁ ଗ୍ୟାରେଣ୍ଟି।୩.ବୀମା ଯୋଜନା ପରିବର୍ତ୍ତନ କରି ଫସଲ ନଷ୍ଟ ହେଲେ ୩୦ ଦିନ ମଧ୍ୟରେ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟରେ କ୍ଷତିପୂରଣ ଦେବା ସୁନିଶ୍ଚିତ କରିବାକୁ ଗ୍ୟାରେଣ୍ଟି। ୪. କୃଷକଙ୍କ ସ୍ୱାର୍ଥକୁ ଦୃଷ୍ଟି ଦେଇ ଏକ ନୂଆ ଆମଦାନୀ-ରପ୍ତାନି ନୀତି ପ୍ରସ୍ତୁତ କରିବାର ଗ୍ୟାରେଣ୍ଟି।୫. କୃଷିଜାତ ଦ୍ରବ୍ୟରୁ ଜିଏସ୍ଟିକୁ ହଟାଇ କୃଷକମାନଙ୍କୁ ଜିଏସ୍ଟି ମୁକ୍ତ କରିବାକୁ ଗ୍ୟାରେଣ୍ଟି।ଦେଶରେ ମାଟିକୁ ନିଜ ଝାଳରେ ଉର୍ବର କରୁଥିବା କୃଷକଙ୍କ ଜୀବନକୁ ସମୃଦ୍ଧ
ନୂଆଦିଲ୍ଲୀ: ନିର୍ବାଚନ ପାଖେଇ ଆସୁଥିବା ବେଳେ କଂଗ୍ରେସ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନୂଆ ନୂଆ ଯୋଜନା ଘୋଷଣା କରୁଛି। ମହିଳା, ଯୁବବର୍ଗ ପରେ ଏବେ ଦଳ କୃଷକ ନ୍ୟାୟ ଗ୍ୟାରେଣ୍ଟି ଯୋଜନାରେ ୫ଟି ବଡ଼ ଘୋଷଣା କରିଛି। ଏଥିରେ ଏମ୍ଏସ୍ପି ଉପରେ ଆଇନ୍ ଆଣିବା ସହ ଋଣ କ୍ଷମା କରିବା ପାଇଁ ଏକ ଆୟୋଗ ଗଠନର ମଧ୍ୟ ପ୍ରତିଶ୍ରୁତି ଦେଇଛି।
ସୋସିଆଲ୍ ମିଡିଆ ଏକ୍ସରେ ପୋଷ୍ଟ କରି ରାହୁଲ କହିଛନ୍ତି ଯେ କଂଗ୍ରେସ ପାର୍ଟି ଆପଣଙ୍କ ପାଇଁ ଏପରି ପାଞ୍ଚଟି ଗ୍ୟାରେଣ୍ଟି ଆଣିଛି, ଯାହା ଆପଣଙ୍କର ସମସ୍ତ ସମସ୍ୟାକୁ ମୂଳରୁ ଦୂର କରିବ।
କୃଷକଙ୍କ ପାଇଁ କଂଗ୍ରେସର ୫ ବଡ଼ ଘୋଷଣା-
୧. ଏମ୍ଏସ୍ପି ସ୍ୱାମୀନାଥନ୍ କମିଶନ ସୂତ୍ର ଅନୁଯାୟୀ MSP କୁ ଆଇନଗତ ମାନ୍ୟତା ପ୍ରଦାନର ଗ୍ୟାରେଣ୍ଟି।
୨. କୃଷକ ଋଣ ଛାଡ଼ କରିବା ଏବଂ ଋଣ ଛାଡ ପରିମାଣ ନିର୍ଣ୍ଣୟ କରିବା ପାଇଁ ଏକ ସ୍ଥାୟୀ 'କୃଷି ଋଣ ଛାଡ ଆୟୋଗ' ଗଠନ ପାଇଁ ଗ୍ୟାରେଣ୍ଟି।
୩.ବୀମା ଯୋଜନା ପରିବର୍ତ୍ତନ କରି ଫସଲ ନଷ୍ଟ ହେଲେ ୩୦ ଦିନ ମଧ୍ୟରେ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟରେ କ୍ଷତିପୂରଣ ଦେବା ସୁନିଶ୍ଚିତ କରିବାକୁ ଗ୍ୟାରେଣ୍ଟି।
୪. କୃଷକଙ୍କ ସ୍ୱାର୍ଥକୁ ଦୃଷ୍ଟି ଦେଇ ଏକ ନୂଆ ଆମଦାନୀ-ରପ୍ତାନି ନୀତି ପ୍ରସ୍ତୁତ କରିବାର ଗ୍ୟାରେଣ୍ଟି।
୫. କୃଷିଜାତ ଦ୍ରବ୍ୟରୁ ଜିଏସ୍ଟିକୁ ହଟାଇ କୃଷକମାନଙ୍କୁ ଜିଏସ୍ଟି ମୁକ୍ତ କରିବାକୁ ଗ୍ୟାରେଣ୍ଟି।
ଦେଶରେ ମାଟିକୁ ନିଜ ଝାଳରେ ଉର୍ବର କରୁଥିବା କୃଷକଙ୍କ ଜୀବନକୁ ସମୃଦ୍ଧ କରିବା କଂଗ୍ରେସର ଲକ୍ଷ୍ୟ। ଏହି ୫ ଐତିହାସିକ ପଦକ୍ଷେପ ସେଥିପାଇଁ ନିଆଯାଇଛି। ଭାରତର କୃଷି ପ୍ରଣାଳୀରେ 'ସମୃଦ୍ଧିର ସୂର୍ଯ୍ୟ' ଉଦୟ ହେବାକୁ ଯାଉଛି ବୋଲି ରାହୁଲ ଟ୍ୱିଟ୍ କରିଛନ୍ତି।
ସୂଚନା ଥାଉକି ବୁଧବାର କଂଗ୍ରେସ ପାର୍ଟି ନାରୀ ନ୍ୟାୟ (ମହିଳା ନ୍ୟାୟ) ଗ୍ୟାରେଣ୍ଟି ଅନୁଯାୟୀ ପାଞ୍ଚଟି ନିର୍ବାଚନ ପ୍ରତିଶୃତି ଘୋଷଣା କରିଛି। ଏଥିରେ ଏକ ଗରିବ ପରିବାରର ଜଣେ ମହିଳାଙ୍କୁ ବାର୍ଷିକ ୧ ଲକ୍ଷ ଟଙ୍କା ଗ୍ୟାରେଣ୍ଟି, କେନ୍ଦ୍ର ସରକାରରେ ସମସ୍ତ ନୂଆ ନିଯୁକ୍ତି ପାଇଁ ମହିଳାମାନଙ୍କ ପାଇଁ ଅଧା ସଂରକ୍ଷଣ। ଶକ୍ତିଙ୍କ ସମ୍ମାନରେ ଆଶା, ଅଙ୍ଗନୱାଡି ଏବଂ ମଧ୍ୟାହ୍ନ ଭୋଜନ କରୁଥିବା ମହିଳାଙ୍କ ବେତନରେ କେନ୍ଦ୍ର ସରକାରଙ୍କ ଯୋଗଦାନକୁ ଦ୍ୱିଗୁଣିତ କରିବାର ଗ୍ୟାରେଣ୍ଟି, ଏହା ବାଦ୍ ଅଧିକାର ମୈତ୍ରୀ ମାଧ୍ୟମରେ ସମସ୍ତ ପଞ୍ଚାୟତରେ ଜଣେ ଅଦିକାରୀ ମୈତ୍ରୀ ନିଯୁକ୍ତ ହେବେ। ସିଏ। ସିଏ ମହିଳାମାନଙ୍କୁ ସଚେତନ କରାଇବେ ଏବଂ ସେମାନଙ୍କର ଆଇନଗତ ଅଧିକାର ପାଇବାରେ ସାହାଯ୍ୟ କରିବେ ବୋଲି କଂଗ୍ରେସ ପ୍ରତିଶ୍ରୁତି ଦେଇଛି।