କଂଗ୍ରେସରୁ ଆଉଟ୍‌ ହେବେ ସୁର ରାଉତରାୟ!

ଭୁବନେଶ୍ୱର,୩।୪: ପୁଅ ପାଇଁ ଅଡୁଆରେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ। କଂଗ୍ରେସ ପଠାଇଲା କାରଣ ଦର୍ଶାଅ ନୋଟିସ୍‌। ବୁଧବାର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପକ୍ଷରୁ ସୁରଙ୍କୁ କାରଣ ଦର୍ଶାଅ ନୋଟିସ୍‌ ପଠାଯାଇଛି। ନୋଟିସ୍‌ରେ କାହିଁକି ପୁଅ ମନ୍ମଥ ରାଉତରାୟ ପାଇଁ ଭୋଟ ମାଗୁଛନ୍ତି ବୋଲି କୁହାଯାଇଛି। ଏନେଇ ପିସିସି ସଭାପତି ସୁରଙ୍କୁ ଜବାବ ମାଗିଛନ୍ତି। କିଛିଦିନ ପୂର୍ବରୁ ସୁରଙ୍କ ସାନପୁଅ ମନ୍ମଥ ବିଜେଡି ଯୋଗ ଦେଇଥିଲେ। ଏନେଇ ସୁର ପିସିସି ସଭାପତିଙ୍କୁ ନିଜର ଇସ୍ତଫା […] The post କଂଗ୍ରେସରୁ ଆଉଟ୍‌ ହେବେ ସୁର ରାଉତରାୟ! appeared first on Dharitri Odia News.

କଂଗ୍ରେସରୁ ଆଉଟ୍‌ ହେବେ ସୁର ରାଉତରାୟ!

ଭୁବନେଶ୍ୱର,୩।୪: ପୁଅ ପାଇଁ ଅଡୁଆରେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ। କଂଗ୍ରେସ ପଠାଇଲା କାରଣ ଦର୍ଶାଅ ନୋଟିସ୍‌। ବୁଧବାର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପକ୍ଷରୁ ସୁରଙ୍କୁ କାରଣ ଦର୍ଶାଅ ନୋଟିସ୍‌ ପଠାଯାଇଛି। ନୋଟିସ୍‌ରେ କାହିଁକି ପୁଅ ମନ୍ମଥ ରାଉତରାୟ ପାଇଁ ଭୋଟ ମାଗୁଛନ୍ତି ବୋଲି କୁହାଯାଇଛି। ଏନେଇ ପିସିସି ସଭାପତି ସୁରଙ୍କୁ ଜବାବ ମାଗିଛନ୍ତି।

କିଛିଦିନ ପୂର୍ବରୁ ସୁରଙ୍କ ସାନପୁଅ ମନ୍ମଥ ବିଜେଡି ଯୋଗ ଦେଇଥିଲେ। ଏନେଇ ସୁର ପିସିସି ସଭାପତିଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ଯେଉଁଥିରେ ସେ କହିଥିଲେ, ‘ପୁଅ ମନ୍ମଥ ବିଜେଡିରେ ଯୋଗ ଦେଇଥିବାରୁ ମୋତେ ଏହା ଆଘାତ ଦେଇଛି। ତେଣୁ ମୁଁ ଦଳର ସମସ୍ତ ପଦରୁ ଇସ୍ତଫା ପ୍ରଦାନ କରୁଛି। କିନ୍ତୁ କଂଗ୍ରେସରେ ରହିବା ସହ ମୋର ସମସ୍ତ ଭୋଟ କଂଗ୍ରେସକୁ ହିଁ ଦେବି’। କିନ୍ତୁ ଗତକାଲି ଅର୍ଥାତ୍‌ ମଙ୍ଗଳବାର ସୁର ପୁଅ ମନ୍ମଥ ରାଉତରାୟଙ୍କ ପାଇଁ ଭୋଟ ମାଗିବା ସହ ବିଜେଡି ପାଇଁ ପ୍ରଚାର କରିବା ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଉତ୍ତର ଭୁବନେଶ୍ୱରରେ ଏକ କ୍ରିକେଟ ମ୍ୟାଚ କାର୍ଯ୍ୟକ୍ରମରେ ସେ ଯୋଗଦେଇଥିଲେ। ସେଠାରେ ସ୍ଥାନୀୟ ବିଜେଡି ବିଧାୟକ ସୁଶାନ୍ତ ରାଉତ ମଧ୍ୟ ଉପସ୍ଥିତ ଥିଲେ। ସୁର ଭାଷଣ ଛଳରେ ସୁଶାନ୍ତଙ୍କୁ ପ୍ରଶଂସା କରିବା ସହ ସେ ହିଁ ବେଷ୍ଟ ବୋଲି କହିଥିଲେ। ଉତ୍ତର ଭୁବନେଶ୍ୱରରେ ଗତ ୫ ବର୍ଷ ଧରି ସୁଶାନ୍ତ କାମ କରିଛନ୍ତି। ସେ ହିଁ ବେଷ୍ଟ, ଏକଥା ସେ ପାଣ୍ଡିଆନକୁ ବି କହିଛନ୍ତି।

‘ଏଥର ସୁଶାନ୍ତ ହିଁ ଜିତିବେ ବୋଲି ଦୃଢ଼ୋକ୍ତି ସହ କହିଥିଲେ। ଖାଲି ଏତିକି ନୁହେଁ, ନିଜ ପୁଅ ମନ୍ମଥଙ୍କୁ ବିଜେଡିରୁ ଅଫର୍‌ ଦିଆଯାଇଛି। ଜଗନ୍ନାଥ ବଡ଼ ସୁଯୋଗ ଦେଇଛନ୍ତି, ମାଡ଼ି ଚାଲ ବୋଲି ମନ୍ମଥଙ୍କୁ କହିଥିଲେ’। ତାଙ୍କ ପୁଅ ଓ ସୁଶାନ୍ତ ରାଉତଙ୍କୁ ଡବଲ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ କହିଥିବା ଭିଡିଓ ଭାଇରାଲ ହେଉଛି। ସୁରଙ୍କ ଏଭଳି ଭିଡିଓକୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ସେ ଯିଏ ହୁଅନ୍ତୁନା କାହିଁକି ଦଳର ଶୃଙ୍ଖଳା ଭଙ୍ଗ କଲେ କାର୍ଯ୍ୟାନୁଷ୍ଠାନ ହେବ। ଅନ୍ୟପଟେ ବିଜେଡି ପାଇଁ ଭୋଟ ମାଗିବାର ଏହି ଭିଡିଓକୁ ସୁର ଅସ୍ବୀକାର କରିଛନ୍ତି। ସେ କହିଛନ୍ତି ‘ଦଳ ନୁହେଁ, ଖେଳ ମିଟିଂକୁ ଯାଇଥିଲି’।

The post କଂଗ୍ରେସରୁ ଆଉଟ୍‌ ହେବେ ସୁର ରାଉତରାୟ! appeared first on Dharitri Odia News.