୨୦ ଫୁଟ୍‌ ଗଭୀର ପାଣିରେ ଚେସ୍‌ ଖେଲିଲେ କ୍ରୀଡ଼ାମନ୍ତ୍ରୀ

କଟକ,୧୮ା୪(ଶିଳ୍ପା ପ୍ରିୟଦର୍ଶିନୀ): କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମହାନଦୀର ଜଳରାRଶିରେ ପ୍ରାୟ ୨୦ ଫୁଟ୍‌ ଗଭୀର ପାଣିରେ ବୁଡି ଚେସ୍‌ ଖେଳିଛନ୍ତି। କ୍ୟାଣ୍ଟନମେଣ୍ଟ ଥାନା ସମ୍ମୁଖ ମହାନଦୀ ଜଳରାଶିରେ ଏହି ଅଭିନବ ପ୍ରତିଯୋଗିତା ଆୟୋଜନ କରାଯାଇଥିବା ବେଳେ କ୍ରୀଡ଼ାମନ୍ତ୍ରୀ ସୂରଜ ପ୍ରାୟ ୩୫ ମିନିଟ୍‌ରେ ଦୁଇ ରାଉଣ୍ଡ ଚେସ୍‌ ଖେଳି ବାଜିମାତ୍‌ କରିଥିଲେ। ସୂଚନାନୁଯାୟୀ, ଅର୍ନ୍ତଜାତୀୟ ସମୂଦ୍ର ବୁଡାଳି ତଥା ଲିମ୍‌କାବୁକ୍‌ ରେକର୍ଡଧାରୀ ସବୀର ବକ୍ସଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ କଟକରେ ଜଳକ୍ରୀଡ଼ା ପ୍ରତିଭା ଅନ୍ବେଷଣ ଶିବିର ଚାଲିଛି। ଦୁଃସାହସିକ […] The post ୨୦ ଫୁଟ୍‌ ଗଭୀର ପାଣିରେ ଚେସ୍‌ ଖେଲିଲେ କ୍ରୀଡ଼ାମନ୍ତ୍ରୀ appeared first on Dharitri Odia News.

୨୦ ଫୁଟ୍‌ ଗଭୀର ପାଣିରେ ଚେସ୍‌ ଖେଲିଲେ କ୍ରୀଡ଼ାମନ୍ତ୍ରୀ

କଟକ,୧୮ା୪(ଶିଳ୍ପା ପ୍ରିୟଦର୍ଶିନୀ): କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମହାନଦୀର ଜଳରାRଶିରେ ପ୍ରାୟ ୨୦ ଫୁଟ୍‌ ଗଭୀର ପାଣିରେ ବୁଡି ଚେସ୍‌ ଖେଳିଛନ୍ତି। କ୍ୟାଣ୍ଟନମେଣ୍ଟ ଥାନା ସମ୍ମୁଖ ମହାନଦୀ ଜଳରାଶିରେ ଏହି ଅଭିନବ ପ୍ରତିଯୋଗିତା ଆୟୋଜନ କରାଯାଇଥିବା ବେଳେ କ୍ରୀଡ଼ାମନ୍ତ୍ରୀ ସୂରଜ ପ୍ରାୟ ୩୫ ମିନିଟ୍‌ରେ ଦୁଇ ରାଉଣ୍ଡ ଚେସ୍‌ ଖେଳି ବାଜିମାତ୍‌ କରିଥିଲେ।

ସୂଚନାନୁଯାୟୀ, ଅର୍ନ୍ତଜାତୀୟ ସମୂଦ୍ର ବୁଡାଳି ତଥା ଲିମ୍‌କାବୁକ୍‌ ରେକର୍ଡଧାରୀ ସବୀର ବକ୍ସଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ କଟକରେ ଜଳକ୍ରୀଡ଼ା ପ୍ରତିଭା ଅନ୍ବେଷଣ ଶିବିର ଚାଲିଛି। ଦୁଃସାହସିକ ଜଳକ୍ରୀଡ଼ା ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆୟୋଜିତ ଶିବିରରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୨୯ ଜଣ ଯୁବପ୍ରତିଭା ଭାଗ ନେଇଛନ୍ତି।

ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବା ପରେ କ୍ରୀଡ଼ାମନ୍ତ୍ରୀ ସୂରଜ ସବୀରଙ୍କ ଦ୍ୱାରା ଆୟୋଜିତ ଶିବିରରେ ପହଞ୍ଚି ଥିଲେ। ସେଠାରେ ପ୍ରାୟ ୩ ଘଣ୍ଟା ଧରି ସୂରଜ ସ୍କୁବା ଡାଇଭ କରିବା ସହ ପାଣି ଭିତରେ ଚେସ୍‌ ଖେଳିଥିଲେ। ପ୍ରଥମ ରାଉଣ୍ଡରେ ସେ ସବୀରଙ୍କୁ ପରାସ୍ତ କରିଥିବା ବେଳେ ଦ୍ୱିତୀୟ ରାଉଣ୍ଡରେ ପୂର୍ବତନ ନୌସେନା ଅଧିକାରୀ ପୀତବାସ ସାସମଲଙ୍କୁ ହରାଇଥିଲେ। ପିଟି ଅଫିସର ଆକବର ଖାନ୍‌ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ।

 

The post ୨୦ ଫୁଟ୍‌ ଗଭୀର ପାଣିରେ ଚେସ୍‌ ଖେଲିଲେ କ୍ରୀଡ଼ାମନ୍ତ୍ରୀ appeared first on Dharitri Odia News.