କଂଗ୍ରେସରେ ମିଶିଲେ ପୂର୍ବତନ ବିଜେଡି ବିଧାୟକ ସୁବର୍ଣ୍ଣ ନାୟକ ଓ ପତ୍ନୀ ପ୍ରତିଭା ମଞ୍ଜରୀ

ଭୁବନେଶ୍ବର ୮।୪: କେନ୍ଦୁଝର ଜିଲ୍ଲା ବିଜେଡିର ପୂର୍ବତନ ସଦର ବିଧାୟକ ସୁବର୍ଣ୍ଣ ନାୟକ ଏବଂ ତାଙ୍କ ପତ୍ନୀ ପ୍ରତିଭା ମଞ୍ଜରୀ ନାୟକ କଂଗ୍ରେସରେ ଯୋଗ ଦେଇଛନ୍ତି । ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା ଏବଂ କେନ୍ଦୁଝର ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତୃବୃନ୍ଦଙ୍କ ଉପସ୍ଥିତି ରେ କଂଗ୍ରେସ ଦଳରେ ଯୋଗଦେଇଛନ୍ତି । ନିରଞ୍ଜନଙ୍କ ନୟାପଲ୍ଲୀ ସ୍ଥିତ ବାସଭବନରେ ମିଶ୍ରଣ ପର୍ବ ଥିଲା । ସୁବର୍ଣ୍ଣ ନାୟକ ଏବଂ ତାଙ୍କ ସହଯୋଗୀଙ୍କ ମିଶ୍ରଣରେ କେନ୍ଦୁଝର କଂଗ୍ରେସ ସଶକ୍ତ ହେଲା ବୋଲି ନିରଞ୍ଜନ ପଟ୍ଟନାୟକ ଓ ଜୟଦେବ ଜେନା କହିଛନ୍ତି । ରାଜ୍ୟ ଓ କେନ୍ଦ୍ର ସରକାର କେନ୍ଦୁଝର ଜିଲ୍ଲାରୁ ସବୁଠୁ ଅଧିକ ଟିକସ ନେଇଥିବା ବେଳେ କେନ୍ଦୁଝରବାସୀଙ୍କୁ ପ୍ରତାରିତ କରିଛନ୍ତି ବୋଲି ନିରଞ୍ଜନ କହିଛନ୍ତି । ତେବେ ବିଜେଡି ଓ ବିଜେପିରୁ ଅସନ୍ତୁଷ୍ଟ ନେତା କର୍ମୀ ଆସିଲେ ତାଙ୍କୁ ସ୍ବାଗତ କରାଯିବ ବୋଲି ଜୟଦେବ ଜେନା କହିଛନ୍ତି। You Can Read :ଦୁଇ ଏସ୍‌ପିଙ୍କୁ ନୂଆ ନିଯୁକ୍ତି : ସାର୍ଥକ ଷଡ଼ଙ୍ଗୀଙ୍କୁ ବ୍ରହ୍ମପୁର ଓ ଅବିନାଶ କୁମାରଙ୍କୁ ଖୋର୍ଦ୍ଧା ଏସ୍‌ପି ଦାୟିତ୍ବ

କଂଗ୍ରେସରେ ମିଶିଲେ ପୂର୍ବତନ ବିଜେଡି ବିଧାୟକ ସୁବର୍ଣ୍ଣ ନାୟକ ଓ ପତ୍ନୀ ପ୍ରତିଭା ମଞ୍ଜରୀ

ଭୁବନେଶ୍ବର ୮।୪: କେନ୍ଦୁଝର ଜିଲ୍ଲା ବିଜେଡିର ପୂର୍ବତନ ସଦର ବିଧାୟକ ସୁବର୍ଣ୍ଣ ନାୟକ ଏବଂ ତାଙ୍କ ପତ୍ନୀ ପ୍ରତିଭା ମଞ୍ଜରୀ ନାୟକ କଂଗ୍ରେସରେ ଯୋଗ ଦେଇଛନ୍ତି । ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା ଏବଂ କେନ୍ଦୁଝର ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତୃବୃନ୍ଦଙ୍କ ଉପସ୍ଥିତି ରେ କଂଗ୍ରେସ ଦଳରେ ଯୋଗଦେଇଛନ୍ତି । ନିରଞ୍ଜନଙ୍କ ନୟାପଲ୍ଲୀ ସ୍ଥିତ ବାସଭବନରେ ମିଶ୍ରଣ ପର୍ବ ଥିଲା । ସୁବର୍ଣ୍ଣ ନାୟକ ଏବଂ ତାଙ୍କ ସହଯୋଗୀଙ୍କ ମିଶ୍ରଣରେ କେନ୍ଦୁଝର କଂଗ୍ରେସ ସଶକ୍ତ ହେଲା ବୋଲି ନିରଞ୍ଜନ ପଟ୍ଟନାୟକ ଓ ଜୟଦେବ ଜେନା କହିଛନ୍ତି । ରାଜ୍ୟ ଓ କେନ୍ଦ୍ର ସରକାର କେନ୍ଦୁଝର ଜିଲ୍ଲାରୁ ସବୁଠୁ ଅଧିକ ଟିକସ ନେଇଥିବା ବେଳେ କେନ୍ଦୁଝରବାସୀଙ୍କୁ ପ୍ରତାରିତ କରିଛନ୍ତି ବୋଲି ନିରଞ୍ଜନ କହିଛନ୍ତି । ତେବେ ବିଜେଡି ଓ ବିଜେପିରୁ ଅସନ୍ତୁଷ୍ଟ ନେତା କର୍ମୀ ଆସିଲେ ତାଙ୍କୁ ସ୍ବାଗତ କରାଯିବ ବୋଲି ଜୟଦେବ ଜେନା କହିଛନ୍ତି। 

You Can Read :

ଦୁଇ ଏସ୍‌ପିଙ୍କୁ ନୂଆ ନିଯୁକ୍ତି : ସାର୍ଥକ ଷଡ଼ଙ୍ଗୀଙ୍କୁ ବ୍ରହ୍ମପୁର ଓ ଅବିନାଶ କୁମାରଙ୍କୁ ଖୋର୍ଦ୍ଧା ଏସ୍‌ପି ଦାୟିତ୍ବ