କଂସ ମହରାଜ କଲେ ଭୋଟରଙ୍କୁ ସଚେତନ, ବରଗଡ଼ ଜିଲ୍ଲା ପ୍ରଶାସନର ନିଆରା ଉଦ୍ୟମ

ବରଗଡ଼: ମିଳିମିଶି ହେବା ଜୋଟ୍, ସଭେ ଆସ ଦେମା ଭୋଟ – ଏପରି ସଚେତନତା ବାର୍ତ୍ତାକୁ ନେଇ ଜିଲ୍ଳା ପ୍ରଶାସନ ତରଫରୁ ଭୋଟରକୁ ସଚେତନତା କରାଯାଉଛି । ବରଗଡ଼ ଧନୁଯାତ୍ରାରେ ମହାରାଜ କଂସଙ୍କ ଭୂମିକା ନିଭାଉଥିବା କଳାକାର ହୃଷିକେଶ ଭୋଇହିଁ ମହାରାଜ କଂସଙ୍କ ବେଶରେ ସଚେତନତା କରୁଛନ୍ତି।ଆଗାମୀ ସାଧାରଣ ନିର୍ବାଚନରେ ଜନସାଧାରଙ୍କୁ ଭୋଟଦାନ ପ୍ରତି ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ବରଗଡ଼ ଧନୁଯାତ୍ରାର ମହାରାଜ କଂସ ସମସ୍ତଙ୍କୁ ସଚେତନତା କରିଛନ୍ତି । ଏହି ନିର୍ବାଚନ ଉତ୍ସବରେ ସମସ୍ତେ ଭୋଟ ଦେଇ ନିଜର ମତଦାନ ସାବ୍ୟସ୍ତ କରିବାକୁ ମଥୁରା ନରେଶ ମହାରାଜ କଂସ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଗାମୀ ୨୦ ତାରିଖରେ ବରଗଡ଼ ଜିଲ୍ଳାର ସମସ୍ତ ଭୋଟ ମତଦାନ କରିବାକୁ ସେ ନିଜ ମହାମନ୍ତ୍ରୀଙ୍କ ଜରିଆରେ ଆଦେଶ ଦେଇଛନ୍ତି ।ଜିଲ୍ଳା ପ୍ରଶାସନରୁ ଆଗାମୀ ନିର୍ବାଚନ ପର୍ବରେ ସମସ୍ତେ ସାମିଲ ହେବାକୁ ଦିଆଯାଇଥିବା ଏହି ସଚେତନତା ବାର୍ତା ବେଶ ଭାଇରାଲ ହେଉଥିବା ବେଳେ ଭୋଟରଙ୍କ ମଧ୍ୟରେ ବି ଆଗାମୀ ନିର୍ବାଚନରେ ଭୋଟଦାନ ନେଇ ବେଶ ଉତ୍ସାହ ପରିଲକ୍ଷିତ ହେଉଛି । 

କଂସ ମହରାଜ କଲେ ଭୋଟରଙ୍କୁ ସଚେତନ, ବରଗଡ଼ ଜିଲ୍ଲା ପ୍ରଶାସନର ନିଆରା ଉଦ୍ୟମ

ବରଗଡ଼: ମିଳିମିଶି ହେବା ଜୋଟ୍, ସଭେ ଆସ ଦେମା ଭୋଟ – ଏପରି ସଚେତନତା ବାର୍ତ୍ତାକୁ ନେଇ ଜିଲ୍ଳା ପ୍ରଶାସନ ତରଫରୁ ଭୋଟରକୁ ସଚେତନତା କରାଯାଉଛି । ବରଗଡ଼ ଧନୁଯାତ୍ରାରେ ମହାରାଜ କଂସଙ୍କ ଭୂମିକା ନିଭାଉଥିବା କଳାକାର ହୃଷିକେଶ ଭୋଇହିଁ ମହାରାଜ କଂସଙ୍କ ବେଶରେ ସଚେତନତା କରୁଛନ୍ତି।

ଆଗାମୀ ସାଧାରଣ ନିର୍ବାଚନରେ ଜନସାଧାରଙ୍କୁ ଭୋଟଦାନ ପ୍ରତି ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ବରଗଡ଼ ଧନୁଯାତ୍ରାର ମହାରାଜ କଂସ ସମସ୍ତଙ୍କୁ ସଚେତନତା କରିଛନ୍ତି । ଏହି ନିର୍ବାଚନ ଉତ୍ସବରେ ସମସ୍ତେ ଭୋଟ ଦେଇ ନିଜର ମତଦାନ ସାବ୍ୟସ୍ତ କରିବାକୁ ମଥୁରା ନରେଶ ମହାରାଜ କଂସ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଗାମୀ ୨୦ ତାରିଖରେ ବରଗଡ଼ ଜିଲ୍ଳାର ସମସ୍ତ ଭୋଟ ମତଦାନ କରିବାକୁ ସେ ନିଜ ମହାମନ୍ତ୍ରୀଙ୍କ ଜରିଆରେ ଆଦେଶ ଦେଇଛନ୍ତି ।

ଜିଲ୍ଳା ପ୍ରଶାସନରୁ ଆଗାମୀ ନିର୍ବାଚନ ପର୍ବରେ ସମସ୍ତେ ସାମିଲ ହେବାକୁ ଦିଆଯାଇଥିବା ଏହି ସଚେତନତା ବାର୍ତା ବେଶ ଭାଇରାଲ ହେଉଥିବା ବେଳେ ଭୋଟରଙ୍କ ମଧ୍ୟରେ ବି ଆଗାମୀ ନିର୍ବାଚନରେ ଭୋଟଦାନ ନେଇ ବେଶ ଉତ୍ସାହ ପରିଲକ୍ଷିତ ହେଉଛି ।