‘ଭିନେଶ ଫୋଗାଟ୍ ଚିଟିଂ କରିଥିଲେ; ତେଣୁ ତାଙ୍କୁ ଅଲିମ୍ପିକ୍ସରେ ପଦକ ମିଳିଲା ନାହିଁ’
ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସ ପଦକରୁ ବଞ୍ଚିତ ହୋଇଥିବା କୁସ୍ତି ଯୋଦ୍ଧା ଭିନେଶ ଫୋଗାଟ୍ ରାଜନୈତିକ ଦଙ୍ଗଲରେ ଡିଆଁ ମାରିଛନ୍ତି । ଶୁକ୍ରବାର ଭିନେଶ କଂଗ୍ରେସରେ ସାମିଲ୍ ହେବା ପରେ ଦଳ ତାଙ୍କୁ ହରିୟଣା ବିଧାନସଭା ପାଇଁ ପ୍ରାର୍ଥୀ କରିଛି । ଏଥିରେ ରଜନୀତିରେ ଦଙ୍ଗଲ ଦେଖିବାକୁ ମିଳିବ । ଏପଟେ ଭାରତୀୟ ଜନତା ପାର୍ଟିର ପୂର୍ବତନ ସାଂସଦ ବ୍ରିଜଭୂଷଣ ଶରଣ ସିଂହ ଭିନେଶ ଫୋଗାଟଙ୍କୁ ଟାର୍ଗେଟ୍ କରିଛନ୍ତି । ଅଲିମ୍ପିକ୍ସରେ ଭାଗ ନେବାକୁ କୁସ୍ତି ଯୋଦ୍ଧା ଚିଟିଂ କରିଥିବା ସେ ଅଭିଯୋଗ କରିଛନ୍ତି । ଭିନେଶ ଫୋଗାଟଙ୍କୁ ପଦକ ଏଥିପାଇଁ ମିଳିଲା ନାହିଁ କାରଣ ଭଗବାନ ତାଙ୍କୁ ଦଣ୍ଡିତ କରିଛନ୍ତି ବୋଲି ବ୍ରିଜଭୂଷଣ ସିଂହ କହିଥନ୍ତି । ପୂର୍ବରୁ ଭିନେଶ ଫୋଗାଟଙ୍କ ସହିତ କିଛି ମହିଳା ଯୋଦ୍ଧା ତାଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ । ପୂର୍ବତନ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ସିଂହ ପ୍ରଶ୍ନ କହିଛନ୍ତି, କ’ଣ କୌଣସି କୁସ୍ତି ଯୋଦ୍ଧା ଗୋଟିଏ ଦିନରେ ଅଲମ୍ପିକ୍ସର ଦୁଇଟି ବର୍ଗରେ ଟ୍ରାଏଲ ଦେଇ ପାରିବ ? କ’ଣ ଓଜନ ହ୍ରାସ କରିବା ପାଇଁ ଟ୍ରାଏଲକୁ ପାଞ୍ଚ ଘଣ୍ଟା ପାଇଁ ରୋକି ହେବ ? ଆପଣ ଚିଟିଂ କରି ଅଲିମ୍ପିକ୍ସରେ ପହଞ୍ଚିଥିଲ । ସେଥିଲାଗି ପଦକ ଜିତି ପାରିବ ନାହିଁ । ଭଗବାନ ଆପଣଙ୍କୁ ଦଣ୍ଡିତ କରିଛନ୍ତି । ସେହିପରି ବଜରଙ୍ଗ ପୁନିଆ ବିନା ଟ୍ରାଏଲରେ ଏସିଆୟୀ କ୍ରୀଡ଼ାରେ ଭାଗ ନେଇଥିଲେ । ବ୍ରିଜଭୂଷଣ ଶରଣ ସିଂହଙ୍କ ଏହି ଟିପ
ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସ ପଦକରୁ ବଞ୍ଚିତ ହୋଇଥିବା କୁସ୍ତି ଯୋଦ୍ଧା ଭିନେଶ ଫୋଗାଟ୍ ରାଜନୈତିକ ଦଙ୍ଗଲରେ ଡିଆଁ ମାରିଛନ୍ତି । ଶୁକ୍ରବାର ଭିନେଶ କଂଗ୍ରେସରେ ସାମିଲ୍ ହେବା ପରେ ଦଳ ତାଙ୍କୁ ହରିୟଣା ବିଧାନସଭା ପାଇଁ ପ୍ରାର୍ଥୀ କରିଛି । ଏଥିରେ ରଜନୀତିରେ ଦଙ୍ଗଲ ଦେଖିବାକୁ ମିଳିବ । ଏପଟେ ଭାରତୀୟ ଜନତା ପାର୍ଟିର ପୂର୍ବତନ ସାଂସଦ ବ୍ରିଜଭୂଷଣ ଶରଣ ସିଂହ ଭିନେଶ ଫୋଗାଟଙ୍କୁ ଟାର୍ଗେଟ୍ କରିଛନ୍ତି । ଅଲିମ୍ପିକ୍ସରେ ଭାଗ ନେବାକୁ କୁସ୍ତି ଯୋଦ୍ଧା ଚିଟିଂ କରିଥିବା ସେ ଅଭିଯୋଗ କରିଛନ୍ତି । ଭିନେଶ ଫୋଗାଟଙ୍କୁ ପଦକ ଏଥିପାଇଁ ମିଳିଲା ନାହିଁ କାରଣ ଭଗବାନ ତାଙ୍କୁ ଦଣ୍ଡିତ କରିଛନ୍ତି ବୋଲି ବ୍ରିଜଭୂଷଣ ସିଂହ କହିଥନ୍ତି । ପୂର୍ବରୁ ଭିନେଶ ଫୋଗାଟଙ୍କ ସହିତ କିଛି ମହିଳା ଯୋଦ୍ଧା ତାଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ ।
ପୂର୍ବତନ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ସିଂହ ପ୍ରଶ୍ନ କହିଛନ୍ତି, କ’ଣ କୌଣସି କୁସ୍ତି ଯୋଦ୍ଧା ଗୋଟିଏ ଦିନରେ ଅଲମ୍ପିକ୍ସର ଦୁଇଟି ବର୍ଗରେ ଟ୍ରାଏଲ ଦେଇ ପାରିବ ? କ’ଣ ଓଜନ ହ୍ରାସ କରିବା ପାଇଁ ଟ୍ରାଏଲକୁ ପାଞ୍ଚ ଘଣ୍ଟା ପାଇଁ ରୋକି ହେବ ? ଆପଣ ଚିଟିଂ କରି ଅଲିମ୍ପିକ୍ସରେ ପହଞ୍ଚିଥିଲ । ସେଥିଲାଗି ପଦକ ଜିତି ପାରିବ ନାହିଁ । ଭଗବାନ ଆପଣଙ୍କୁ ଦଣ୍ଡିତ କରିଛନ୍ତି । ସେହିପରି ବଜରଙ୍ଗ ପୁନିଆ ବିନା ଟ୍ରାଏଲରେ ଏସିଆୟୀ କ୍ରୀଡ଼ାରେ ଭାଗ ନେଇଥିଲେ । ବ୍ରିଜଭୂଷଣ ଶରଣ ସିଂହଙ୍କ ଏହି ଟିପ୍ପଣୀ ଭିନେଶ ଫୋଗାଟ୍ କଂଗ୍ରେସ ଟିକେଟ୍ ଦେବା ପରେ ଆସିଛି ।