କଙ୍କାଳ ସହ ପିଇବେ କଫି
ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକ୍ର ଏକ ରେଷ୍ଟୁରାଣ୍ଟ ଏବେ ବେଶ୍ ଚର୍ଚ୍ଚିତ ହେବାରେ ଲାଗିଛି। ରେଷ୍ଟୁରାଣ୍ଟର ନାଁ ହେଉଛି ‘ଡେଥ୍ ଆଓ୍ବେରନେସ୍’କାଫେ। ନାଁରୁ ହିଁ ଜାଣିପାରୁଥିବେ ରେଷ୍ଟୁରାଣ୍ଟଟି ନିଶ୍ଚିତଭାବେ ଖାସ୍ ହେଇଥିବ। କଥା କ’ଣ କି ଏଠି ଆସୁଥିବା ଗ୍ରାହକଙ୍କୁ ଜିଇଥିବା ଅବସ୍ଥାରେ ମୃତ୍ୟୁର ଅନୁଭବ ଦିଆଯାଏ। ଅର୍ଥାତ୍ ଗ୍ରାହକଙ୍କୁ ଫୁଲରେ ସଜ୍ଜିତ ଧଳା ରଙ୍ଗର କଫିନ୍ରେ ଶୁଆଇ ଖାଦ୍ୟର ଅର୍ଡର ନିଆଯାଏ। ଜାଣି ଆଶ୍ଚର୍ଯ୍ୟ ହେବେ ରେଷ୍ଟୁରାଣ୍ଟର ଏହି ଅଜବ ଯୋଜନା ହିଁ ଗାହକଙ୍କୁ ଆକୃଷ୍ଟ କରୁଛି। […] The post କଙ୍କାଳ ସହ ପିଇବେ କଫି appeared first on Dharitri Odia News.
ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକ୍ର ଏକ ରେଷ୍ଟୁରାଣ୍ଟ ଏବେ ବେଶ୍ ଚର୍ଚ୍ଚିତ ହେବାରେ ଲାଗିଛି। ରେଷ୍ଟୁରାଣ୍ଟର ନାଁ ହେଉଛି ‘ଡେଥ୍ ଆଓ୍ବେରନେସ୍’କାଫେ। ନାଁରୁ ହିଁ ଜାଣିପାରୁଥିବେ ରେଷ୍ଟୁରାଣ୍ଟଟି ନିଶ୍ଚିତଭାବେ ଖାସ୍ ହେଇଥିବ। କଥା କ’ଣ କି ଏଠି ଆସୁଥିବା ଗ୍ରାହକଙ୍କୁ ଜିଇଥିବା ଅବସ୍ଥାରେ ମୃତ୍ୟୁର ଅନୁଭବ ଦିଆଯାଏ। ଅର୍ଥାତ୍ ଗ୍ରାହକଙ୍କୁ ଫୁଲରେ ସଜ୍ଜିତ ଧଳା ରଙ୍ଗର କଫିନ୍ରେ ଶୁଆଇ ଖାଦ୍ୟର ଅର୍ଡର ନିଆଯାଏ। ଜାଣି ଆଶ୍ଚର୍ଯ୍ୟ ହେବେ ରେଷ୍ଟୁରାଣ୍ଟର ଏହି ଅଜବ ଯୋଜନା ହିଁ ଗାହକଙ୍କୁ ଆକୃଷ୍ଟ କରୁଛି। ଲୋକମାନେ ଖୁସିରେ ଉକ୍ତ ରେଷ୍ଟୁରାଣ୍ଟକୁ ଆସୁଛନ୍ତି ଆଉ ନରକଙ୍କାଳଙ୍କ ସହ ‘ଡେଥ୍’ ଓ ‘ପେନ୍ଫୁଲ୍’ ନାମକ ଡ୍ରିଙ୍କ୍ ଏଞ୍ଜୟ କରୁଛନ୍ତି। ଉକ୍ତ ରେଷ୍ଟୁରାଣ୍ଟ ଖୋଲିବା ପଛର କାରଣ ହେଉଛି, ଲୋକଙ୍କୁ ନିଜ ଜୀବନର ମୂଲ୍ୟ ବୁଝାଇବା। ଯଦ୍ଦ୍ବାରା କି ସେମାନେ ଭଲ ଓ ଆନନ୍ଦମୟ ଜୀବନ ଅତିବାହିତ କରିବାକୁ ଚେଷ୍ଟା କରିବେ। ତେଣୁ ଏହି ସ୍ଥାନକୁ ‘କିଡ୍ ମଇ ଡେଥ୍ କାଫେ’ ବି କୁହାଯାଏ। କିଡ୍ ମଇର ଇଂଲିଶ ଅର୍ଥ ହେଉଛି ‘ଥିଙ୍କ୍ ନ୍ୟୁ’।
The post କଙ୍କାଳ ସହ ପିଇବେ କଫି appeared first on Dharitri Odia News.