ChatGPT, DeepSeek ଉପରେ ରୋକ ଲଗାଇଲେ ଭାରତ ସରକାର! କର୍ମଚାରୀଙ୍କୁ ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୫।୨: ଭାରତ ସରକାର ଏହାର କର୍ମଚାରୀମାନଙ୍କୁ ChatGPT, DeepSeek ଏବଂ ଅନ୍ୟାନ୍ୟ ସମାନ AI ଆଧାରିତ ଉପକରଣ ବ୍ୟବହାର ନ କରିବାକୁ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ସରକାର ବିଶ୍ୱାସ କରନ୍ତି ଯେ, ଏହି ଉପକରଣଗୁଡ଼ିକ ସମ୍ବେଦନଶୀଳ ତଥ୍ୟ ଲିକ୍‌ ହେବାର ବିପଦ ବଢ଼ାଇପାରେ, ଯାହା ଜାତୀୟ ସୁରକ୍ଷା ଏବଂ ଗୋପନୀୟତାକୁ କ୍ଷତି ପହଞ୍ଚାଇପାରେ। ଭାରତରେ ChatGPT, DeepSeek, Google Gemini ଭଳି ବିଦେଶୀ AI ଆପ୍ସର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବ୍ୟବହାରକାରୀମାନେ ସେମାନଙ୍କର […] The post ChatGPT, DeepSeek ଉପରେ ରୋକ ଲଗାଇଲେ ଭାରତ ସରକାର! କର୍ମଚାରୀଙ୍କୁ ଦେଲେ ଏହି ନିର୍ଦ୍ଦେଶ appeared first on Dharitri Odia News.

ChatGPT, DeepSeek ଉପରେ ରୋକ ଲଗାଇଲେ ଭାରତ ସରକାର! କର୍ମଚାରୀଙ୍କୁ ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୫।୨: ଭାରତ ସରକାର ଏହାର କର୍ମଚାରୀମାନଙ୍କୁ ChatGPT, DeepSeek ଏବଂ ଅନ୍ୟାନ୍ୟ ସମାନ AI ଆଧାରିତ ଉପକରଣ ବ୍ୟବହାର ନ କରିବାକୁ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ସରକାର ବିଶ୍ୱାସ କରନ୍ତି ଯେ, ଏହି ଉପକରଣଗୁଡ଼ିକ ସମ୍ବେଦନଶୀଳ ତଥ୍ୟ ଲିକ୍‌ ହେବାର ବିପଦ ବଢ଼ାଇପାରେ, ଯାହା ଜାତୀୟ ସୁରକ୍ଷା ଏବଂ ଗୋପନୀୟତାକୁ କ୍ଷତି ପହଞ୍ଚାଇପାରେ।

ଭାରତରେ ChatGPT, DeepSeek, Google Gemini ଭଳି ବିଦେଶୀ AI ଆପ୍ସର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବ୍ୟବହାରକାରୀମାନେ ସେମାନଙ୍କର କାମକୁ ସହଜ ଏବଂ ଦ୍ରୁତ କରିବା ପାଇଁ ଏହି ଆପ ବ୍ୟବହାର କରୁଛନ୍ତି। ତଥାପି ଏହି ଆପ ବ୍ୟବହାର ସମୟରେ ଡାଟା ସୁରକ୍ଷା ଏବଂ ଗୋପନୀୟତାକୁ ନେଇ ଗମ୍ଭୀର ପ୍ରଶ୍ନ ଉଠାଯାଉଛି। ଏହି ଆପଗୁଡ଼ିକ ଆବଶ୍ୟକୀୟ ଅନୁମତି ଏବଂ ଉପଭୋକ୍ତାଙ୍କ ଡିଭାଇସରେ ଥିବା ଡାଟାର ଆକ୍ସେସ ଦାବି କରନ୍ତି, ଯାହା ଉପଭୋକ୍ତାଙ୍କ ବ୍ୟକ୍ତିଗତ ସୂଚନା ଲିକ ହେବାର ଆଶଙ୍କା ବଢ଼ାଇଥାଏ।

ସରକାର ତାଙ୍କ ଆଦେଶରେ କହିଛନ୍ତି , ChatGPT ଏବଂ DeepSeek ଭଳି AI ପ୍ଲାଟଫର୍ମଗୁଡ଼ିକ ବ୍ୟବହାରକାରୀଙ୍କ ତଥ୍ୟ ସଂରକ୍ଷଣ କରିପାରିରେ ଏବଂ ଏହାକୁ ତୃତୀୟ ପକ୍ଷ ସହିତ ଶେୟାର କରିପାରେ।

ChatGPT, DeepSeek ଏବଂ Google Gemini ପରି AI ଆପ ସେମାନଙ୍କର ଉପଯୋଗୀତା ଯୋଗୁ ଭାରତରେ ଦ୍ରୁତ ଗତିରେ ଲୋକପ୍ରିୟତା ହାସଲ କରିଛି। ଏହି ଆପ୍ସ ବ୍ୟବହାରକାରୀଙ୍କୁ ବିଷୟବସ୍ତୁ ସୃଷ୍ଟି, ତଥ୍ୟ ବିଶ୍ଳେଷଣ, କୋଡିଂ, ଭାଷା ଅନୁବାଦ ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ସାହାଯ୍ୟ କରେ। ଛାତ୍ର, ବୃତ୍ତିଗତ ଏବଂ ବ୍ୟବସାୟୀଙ୍କ ମଧ୍ୟରେ ଏହି ଆପ୍ସର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି।

The post ChatGPT, DeepSeek ଉପରେ ରୋକ ଲଗାଇଲେ ଭାରତ ସରକାର! କର୍ମଚାରୀଙ୍କୁ ଦେଲେ ଏହି ନିର୍ଦ୍ଦେଶ appeared first on Dharitri Odia News.