କଙ୍ଗନା ରାଣାୱତଙ୍କ ‘ଇମର୍ଜେନ୍ସି’ ରିଲିଜ ସ୍ଥଗିତ
ମୁମ୍ବାଇ: ଅଭିନେତ୍ରୀରୁ ରାଜନେତା ପାଲଟିଥିବା କଙ୍ଗନା ରାଣାୱତଙ୍କ ନୂଆ ରାଜନୈତିକ ଫିଲ୍ମ ‘ଇମର୍ଜେନ୍ସି’ର ରିଲିଜ୍ ସ୍ଥଗିତ କରାଯାଇଛି। କଙ୍ଗନାଙ୍କ ଟିମ୍ର ନିକଟତମ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ୧୦ ଦିନ ମଧ୍ୟରେ ଫିଲ୍ମ ରିଲିଜ୍ ହେବ ବୋଲି ମଣ୍ଡି ଲୋକସଭା ସାଂସଦ ଆଶାବାଦୀ ଅଛନ୍ତି। ସେନ୍ସର ବୋର୍ଡରେ ସମସ୍ୟା ଏବଂ ନିକଟରେ ତାଙ୍କ ବିରୋଧରେ ହତ୍ୟା ଧମକ କାରଣରୁ ନୂଆ ରିଲିଜ୍ ତାରିଖ ଚୂଡ଼ାନ୍ତ କରାଯାଉଛି। ଏସବୁ ଚ୍ୟାଲେଞ୍ଜ ସତ୍ତ୍ୱେ କଙ୍ଗନା ଯେତେ ଶୀଘ୍ର ସମ୍ଭବ […]

ମୁମ୍ବାଇ: ଅଭିନେତ୍ରୀରୁ ରାଜନେତା ପାଲଟିଥିବା କଙ୍ଗନା ରାଣାୱତଙ୍କ ନୂଆ ରାଜନୈତିକ ଫିଲ୍ମ ‘ଇମର୍ଜେନ୍ସି’ର ରିଲିଜ୍ ସ୍ଥଗିତ କରାଯାଇଛି। କଙ୍ଗନାଙ୍କ ଟିମ୍ର ନିକଟତମ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ୧୦ ଦିନ ମଧ୍ୟରେ ଫିଲ୍ମ ରିଲିଜ୍ ହେବ ବୋଲି ମଣ୍ଡି ଲୋକସଭା ସାଂସଦ ଆଶାବାଦୀ ଅଛନ୍ତି। ସେନ୍ସର ବୋର୍ଡରେ ସମସ୍ୟା ଏବଂ ନିକଟରେ ତାଙ୍କ ବିରୋଧରେ ହତ୍ୟା ଧମକ କାରଣରୁ ନୂଆ ରିଲିଜ୍ ତାରିଖ ଚୂଡ଼ାନ୍ତ କରାଯାଉଛି। ଏସବୁ ଚ୍ୟାଲେଞ୍ଜ ସତ୍ତ୍ୱେ କଙ୍ଗନା ଯେତେ ଶୀଘ୍ର ସମ୍ଭବ ଫିଲ୍ମ ରିଲିଜ୍ ଦେଖିବାକୁ ସଂକଳ୍ପବଦ୍ଧ ବୋଲି କେତେକ ସୂତ୍ରରୁ ଜଣାପଡ଼ିଛି। ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫ୍ସି)ର ସଦସ୍ୟମାନଙ୍କୁ ଧମକ ମିଳିଥିବାରୁ ଫିଲ୍ମର ମଞ୍ଜୁରି ବନ୍ଦ କରାଯାଇଛି ବୋଲି ବିଜେପି ସାଂସଦ କଙ୍ଗନା ଅଭିଯୋଗ କରିବାର କିଛି ଦିନ ପରେ ଏବେ ଫିଲ୍ମ ରିଲିଜ ସ୍ଥଗିତ ରହିଥିବା ଖବର ସାମ୍ନାକୁ ଆସିଛି। କଙ୍ଗନା ନିଜ ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରିଥିବା ଏକ ଭିଡିଓରେ ଲେଖିଥିଲେ, ‘ଗୁଜବ ଚାଲିଛି ଯେ ଆମ ଫିଲ୍ମ ଇମର୍ଜେନ୍ସିକୁ ସେନ୍ସର ସାର୍ଟିଫିକେଟ୍ ମିଳିଛି, କିନ୍ତୁ ତାହା ନୁହେଁ। ପ୍ରଥମେ ଏହି ଫିଲ୍ମକୁ ମଞ୍ଜୁରି ମିଳିଥିଲେ ହେଁ ସେନ୍ସର ବୋର୍ଡ ସଦସ୍ୟଙ୍କୁ ହତ୍ୟା ଧମକ ସମେତ ଅନେକ ଧମକ ମିଳିବାରୁ ସାର୍ଟିଫିକେସନ ବନ୍ଦ ହୋଇଯାଇଛି ।