କଙ୍ଗୋର ସର୍ବବୃହତ୍ ଜେଲ୍ ଭାଙ୍ଗି ପଳାୟନ ବେଳେ ଦଳଚକଟା, ୧୨୯ କଏଦୀ ମୃତ
କିନ୍ସାସା: ଆଫ୍ରିକା ମହାଦେଶର ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ (ଡିଆର୍ସି)ରେ ଦେଶର ସର୍ବବୃହତ୍ ଜେଲ୍ ଭାଙ୍ଗି କଏଦୀମାନେ ପଳାୟନ କରିବା ବେଳେ ଦଳାଚକଟା ହୋଇଛି। ଫଳରେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୧୨୯ଜଣଙ୍କ ମୃତ୍ୟୁ ଘଟିଛି। ଦେଶର ଗୃହମନ୍ତ୍ରୀ ଜାକୁଇମେଁ ଶାବାନି ଲୁକୋ ବିହାଙ୍ଗୋ ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ରାଜଧାନୀ କିନ୍ସାସାରେ ଥିବା ମାକାଲା କେନ୍ଦ୍ରୀୟ ଜେଲ୍ର କଏଦୀମାନେ ଭୋର ୨ଟା ବେଳେ ଜେଲ ଭାଙ୍ଗି ପଳାୟନ କରିବାକୁ ଉଦ୍ୟମ କରିଥିଲେ। ପଳାୟନ ସମୟରେ ଦଳାଚକଟାରେ ୧୦୫ଜଣଙ୍କ […]

କିନ୍ସାସା: ଆଫ୍ରିକା ମହାଦେଶର ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ (ଡିଆର୍ସି)ରେ ଦେଶର ସର୍ବବୃହତ୍ ଜେଲ୍ ଭାଙ୍ଗି କଏଦୀମାନେ ପଳାୟନ କରିବା ବେଳେ ଦଳାଚକଟା ହୋଇଛି। ଫଳରେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୧୨୯ଜଣଙ୍କ ମୃତ୍ୟୁ ଘଟିଛି। ଦେଶର ଗୃହମନ୍ତ୍ରୀ ଜାକୁଇମେଁ ଶାବାନି ଲୁକୋ ବିହାଙ୍ଗୋ ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ରାଜଧାନୀ କିନ୍ସାସାରେ ଥିବା ମାକାଲା କେନ୍ଦ୍ରୀୟ ଜେଲ୍ର କଏଦୀମାନେ ଭୋର ୨ଟା ବେଳେ ଜେଲ ଭାଙ୍ଗି ପଳାୟନ କରିବାକୁ ଉଦ୍ୟମ କରିଥିଲେ। ପଳାୟନ ସମୟରେ ଦଳାଚକଟାରେ ୧୦୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨୪ କଏଦୀଙ୍କ ମୃତ୍ୟୁ ଘଟିଛି। କେବଳ ଏତିକି ନୁହେଁ ଏହି ସମୂହ ପଳାୟନ ବେଳେ ଅନେକ ମହିଳା କଏଦୀଙ୍କୁ ଦୁଷ୍କର୍ମ ମଧ୍ୟ କରାଯାଇଛି। ଆହତ ୫୯ କଏଦୀଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଏହି କେନ୍ଦ୍ରୀୟ ଜେଲ୍ର କ୍ଷମତା ୧୫୦୦ ଥିବା ବେଳେ ୧୨ ହଜାର କଏଦୀଙ୍କୁ ରଖାଯାଇଥିଲା। ନିକଟରେ ଏହି ଜେଲ୍ରେ କଏଦୀଙ୍କ ଅମାନବୀୟ ଓ ଦୟନୀୟ ସ୍ଥିତି ସମ୍ପର୍କରେ ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ୍ ଏକ ରିପୋର୍ଟ ପ୍ରକାଶ କରିଥିଲା।