ପ୍ଲାଷ୍ଟିକ୍‌ରୁ ପ୍ରସ୍ତୁତ ହେବ ପାରାସିଟାମଲ

ପ୍ଲାଷ୍ଟିକକୁ ରିସାଇକେଲ କରିବା ପାଇଁ ବିଭିନ୍ନ ପ୍ରକାର ଗବେଷଣା ଅନେକ ସମୟରେ କରାଯାଇଥାଏ । ନିକଟରେ ସେହିଭଳି ଏକ ଗବେଷଣାରେ ବୈଜ୍ଞାନିକଙ୍କୁ ଖୁବ ଭଲ ସଫଳତା ମିଳିଥିବା ଜଣା ପଡିଛି । ୟୁକେର ବୈଜ୍ଞାନିକମାନେ ପ୍ଲାଷ୍ଟିକକୁ ରିସାଇକେଲ୍‌ କରି ଡାକ୍ତରୀ ଔଷଧ ପ୍ରସ୍ତୁତ କରିଥିବା ସୂଚନା ମିଳିଛି । ସେମାନେ ଏକ ସ୍ୱତନ୍ତ୍ର ବ୍ୟାକେଫରିଆ ଏସରେସିଆ କୋଲାଇକୁ ବ୍ୟବହାର କରି ପ୍ଲାଷ୍ଟିକରେ ମିଳୁଥିବା ପଲିଥିନ୍‌ ଟେରେଫଥାଲେଟ୍‌କୁ ଆସିଟାମିନୋଫେନ୍‌ରେ ପରିବର୍ତ୍ତନ କରାଯିବ । ଆସିଟାମିନୋଫେନ୍‌ ଅର୍ଥାତ ପାରାସିଟାମଲ । […]

ପ୍ଲାଷ୍ଟିକ୍‌ରୁ ପ୍ରସ୍ତୁତ ହେବ ପାରାସିଟାମଲ

ପ୍ଲାଷ୍ଟିକକୁ ରିସାଇକେଲ କରିବା ପାଇଁ ବିଭିନ୍ନ ପ୍ରକାର ଗବେଷଣା ଅନେକ ସମୟରେ କରାଯାଇଥାଏ । ନିକଟରେ ସେହିଭଳି ଏକ ଗବେଷଣାରେ ବୈଜ୍ଞାନିକଙ୍କୁ ଖୁବ ଭଲ ସଫଳତା ମିଳିଥିବା ଜଣା ପଡିଛି । ୟୁକେର ବୈଜ୍ଞାନିକମାନେ ପ୍ଲାଷ୍ଟିକକୁ ରିସାଇକେଲ୍‌ କରି ଡାକ୍ତରୀ ଔଷଧ ପ୍ରସ୍ତୁତ କରିଥିବା ସୂଚନା ମିଳିଛି । ସେମାନେ ଏକ ସ୍ୱତନ୍ତ୍ର ବ୍ୟାକେଫରିଆ ଏସରେସିଆ କୋଲାଇକୁ ବ୍ୟବହାର କରି ପ୍ଲାଷ୍ଟିକରେ ମିଳୁଥିବା ପଲିଥିନ୍‌ ଟେରେଫଥାଲେଟ୍‌କୁ ଆସିଟାମିନୋଫେନ୍‌ରେ ପରିବର୍ତ୍ତନ କରାଯିବ । ଆସିଟାମିନୋଫେନ୍‌ ଅର୍ଥାତ ପାରାସିଟାମଲ । ସାଧାରଣତଃ ଆସିଟାମିନୋଫେନ୍‌କୁ ପ୍ରସ୍ତୁତ କରିବା ପାଇଁ ଜୀବାଶ୍ମ ଇନ୍ଧନର ବ୍ୟବହାର କରାଯାଇଥାଏ । ତେଣୁ ଏହାର ପ୍ରଭାବ ବିଭିନ୍ନ କ୍ଷେତ୍ରରେ ରହିବ ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି । ତେବେ ଏହାକୁ ନେଇ ଆହୁରି ଗବେଷଣା ଜାରି ରହିଛି ଯେଉଁଥିରେ ଆହୁରି ତଥ୍ୟ ଜଣା ପଡିବ ବୋଲି ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି । ତେବେ ଏହାକୁ ବଜାରକୁ ଆଣିବାକୁ ଆହୁରି ସମୟ ଲାଗିବ ବୋଲି ପ୍ରସ୍ତୁତିକାରୀ ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି । କିନ୍ତୁ ଯଦି ଏହି ପ୍ରକ୍ରିୟା ସଫଳ ହୁଏ ତେବେ ଏହା ପରିବେଶ ପ୍ରଦୂଷଣକୁ ରୋକିବାରେ ଖୁବ ସହାୟକ ହେବ ବୋଲି ସେମାନେ ମତ ଦେଇଛନ୍ତି ।