କଟକ ଆକାଶରୁ ଧିରେ ଧିରେ ହଜିଯାଉଛି ଗୁଡି । ହେଲେ ଲୋକଙ୍କ ଭିତରେ ନାହିଁ ଉତ୍ସାହ, ଗୁଡି ବଜାର ମାନ୍ଦା

କନକ ବ୍ୟୁରୋ : ନୀଳ ଆକାଶ ବୁକୁରେ ଡେଣା ମେଲାଇ ଉଡୁଥିଲା ଗୁଡ଼ି। କଟକ ସହରଠାରୁ ଆରମ୍ଭ କରି ମହାନଦୀ ଓ କାଠଯାଡ଼ି ଆକାଶ ଭରି ଯାଉଥିଲା। ଦେଉଥିଲା ବନ୍ଧୁତାର ବାର୍ତ୍ତା। ଏହାରି ଭିତରେ ପରସ୍ପରର ଗୁଡ଼ି କାଟି ଖସି ପଡୁଥିବା ଗୁଡ଼ି ଗୋଟାଇବାର ପ୍ରତିଯୋଗିତା ବି କମ୍ ନଥିଲା। କିନ୍ତୁ ଏସବୁ ଏବେ ଅତୀତ। ମକର ସଂକ୍ରାନ୍ତି ଅବସରରେ ଏବେ କଟକ ଆକାଶରେ କାଁ ଭାଁ ଗୁଡ଼ି ଉଡୁଥିବା ଦେଖିବାକୁ ମିଳୁଛି। କାହା ମନରେ ଯେମିତି ଆଗ୍ରହ ନାହିଁ। ଏବେ ଆକାଶ ଯେମିତି ଗୁଡ଼ିକୁ ଝରୁଛି। ନୂଆ ପିଢ଼ି ଗୁଡ଼ି ଉଡ଼ା ପ୍ରାୟ ଭୁଲି   ଗଲେଣି। ସିନେମା ଗୀତରେ, ବହିର ଚିତ୍ରରେ ଗୁଡ଼ି ନିଜ ଅସ୍ତିତ୍ଵ ଖୋଜୁଛି । ଆଗ ଭଳି ଆଉ ଗୁଡ଼ି ଦୋକାନରେ ଭିଡ଼ ନାହିଁ।  ଜଣେ ଜଣେ କିଏ, ଗୋଟିଏ ଦୁଇଟା ଗୁଡ଼ି କିଣୁଥିବା ଦେଖିବାକୁ ମିଳୁଛି। ଗୁଡ଼ି ଉଡ଼ାଇବା ଉପରେ କଟକଣା ଲାଗୁ ପରେ ଧୀରେ ଧୀରେ ଲୋକମାନେ ଆଉ ଗୁଡ଼ି ଉଡ଼ାଇବା ପାଇଁ ଇଚ୍ଛା କରୁନାହାନ୍ତି। ଅନେକ ସମୟରେ ଗୁଡ଼ିସୂତା ବେକରେ ଲାଗି ମୃତ୍ୟୁ ଘଟଣା ପରେ ଗୁଡ଼ି ଉଡ଼ାଇବା ଉପରେ କିଛି କଟକଣା ଲାଗୁ ହୋଇଛି । ସମୟ ବଦଳିବା ସହିତ ଲୋକମାନଙ୍କ ମାନସିକତା ବି ବଦଳୁଛି। ଲୋକ ଏତେ ଗୁଡ଼ି ଉଡ଼ାଉ ନାହାନ୍ତି।  କଟକ ସହର ଭିତରେ ଗୁଡ଼ି ଉଡ଼ାଇବାକୁ ପୋଲିସ ବାରଣ କରୁଛି।    କଟକଣା ଯୋଗୁ ଆଗାମୀ ଦିନରେ ଆଉ ଗୁଡ଼ିଉଡ଼ା ଦେଖିବାକୁ ମିଳିବ କି ନାହିଁ, ତାହା ସନ୍ଦେହ    ।  

କଟକ ଆକାଶରୁ ଧିରେ ଧିରେ ହଜିଯାଉଛି ଗୁଡି । ହେଲେ ଲୋକଙ୍କ ଭିତରେ ନାହିଁ ଉତ୍ସାହ, ଗୁଡି ବଜାର ମାନ୍ଦା

କନକ ବ୍ୟୁରୋ : ନୀଳ ଆକାଶ ବୁକୁରେ ଡେଣା ମେଲାଇ ଉଡୁଥିଲା ଗୁଡ଼ି। କଟକ ସହରଠାରୁ ଆରମ୍ଭ କରି ମହାନଦୀ ଓ କାଠଯାଡ଼ି ଆକାଶ ଭରି ଯାଉଥିଲା। ଦେଉଥିଲା ବନ୍ଧୁତାର ବାର୍ତ୍ତା। ଏହାରି ଭିତରେ ପରସ୍ପରର ଗୁଡ଼ି କାଟି ଖସି ପଡୁଥିବା ଗୁଡ଼ି ଗୋଟାଇବାର ପ୍ରତିଯୋଗିତା ବି କମ୍ ନଥିଲା। କିନ୍ତୁ ଏସବୁ ଏବେ ଅତୀତ। ମକର ସଂକ୍ରାନ୍ତି ଅବସରରେ ଏବେ କଟକ ଆକାଶରେ କାଁ ଭାଁ ଗୁଡ଼ି ଉଡୁଥିବା ଦେଖିବାକୁ ମିଳୁଛି। କାହା ମନରେ ଯେମିତି ଆଗ୍ରହ ନାହିଁ। ଏବେ ଆକାଶ ଯେମିତି ଗୁଡ଼ିକୁ ଝରୁଛି। ନୂଆ ପିଢ଼ି ଗୁଡ଼ି ଉଡ଼ା ପ୍ରାୟ ଭୁଲି   ଗଲେଣି। ସିନେମା ଗୀତରେ, ବହିର ଚିତ୍ରରେ ଗୁଡ଼ି ନିଜ ଅସ୍ତିତ୍ଵ ଖୋଜୁଛି । ଆଗ ଭଳି ଆଉ ଗୁଡ଼ି ଦୋକାନରେ ଭିଡ଼ ନାହିଁ।  ଜଣେ ଜଣେ କିଏ, ଗୋଟିଏ ଦୁଇଟା ଗୁଡ଼ି କିଣୁଥିବା ଦେଖିବାକୁ ମିଳୁଛି।

ଗୁଡ଼ି ଉଡ଼ାଇବା ଉପରେ କଟକଣା ଲାଗୁ ପରେ ଧୀରେ ଧୀରେ ଲୋକମାନେ ଆଉ ଗୁଡ଼ି ଉଡ଼ାଇବା ପାଇଁ ଇଚ୍ଛା କରୁନାହାନ୍ତି। ଅନେକ ସମୟରେ ଗୁଡ଼ିସୂତା ବେକରେ ଲାଗି ମୃତ୍ୟୁ ଘଟଣା ପରେ ଗୁଡ଼ି ଉଡ଼ାଇବା ଉପରେ କିଛି କଟକଣା ଲାଗୁ ହୋଇଛି । ସମୟ ବଦଳିବା ସହିତ ଲୋକମାନଙ୍କ ମାନସିକତା ବି ବଦଳୁଛି। ଲୋକ ଏତେ ଗୁଡ଼ି ଉଡ଼ାଉ ନାହାନ୍ତି।  କଟକ ସହର ଭିତରେ ଗୁଡ଼ି ଉଡ଼ାଇବାକୁ ପୋଲିସ ବାରଣ କରୁଛି। 

  କଟକଣା ଯୋଗୁ ଆଗାମୀ ଦିନରେ ଆଉ ଗୁଡ଼ିଉଡ଼ା ଦେଖିବାକୁ ମିଳିବ କି ନାହିଁ, ତାହା ସନ୍ଦେହ    ।