କେବେ ହେବ ଯୁଦ୍ଧ? ପ୍ରଧାନମନ୍ତ୍ରୀ ମୋଦିଙ୍କ ବୟାନକୁ ନେଇ ଅଟକଳ ଆରମ୍ଭ
ନୂଆଦିଲ୍ଲୀ ୪।୫: ପହଲଗାମ ଆତଙ୍କୀ କାଣ୍ଡ ପରେ ସରକାର ଓ ଉଚ୍ଚସ୍ତରରେ ଏବେ ସଂକଳ୍ପ ଦେଖାଯାଉଛି। ଏଣୁ ସାମରିକ କାର୍ଯ୍ୟାନୁଷ୍ଠାନକୁ ନେଇ ଏବେ ଅଟକଳ ଆରମ୍ଭ ହୋଇଯାଇଛି। ନିକଟରେ ପ୍ରଧାନମନ୍ତ୍ରୀଙ୍କ ‘କାମ ବହୁତ ବଡ଼, ହାତରେ ସମୟ ବହୁତ କମ’ ବୟାନର ନିହତାର୍ଥ ବାହାର କରାଯାଉଛି। ପୁରୁଣା ଯୁଦ୍ଧର ଅନୁଭବ ଆଧାରରେ ପାକିସ୍ତାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଆଗାମୀ ମୌସୁମୀ ଋତୁ ପୂର୍ବରୁ ହୋଇପାରେ ବୋଲି ଅନୁମାନ କରାଯାଉଛି। ଭାରତ ସ୍ୱାଧୀନତାର ୭୮ ବର୍ଷରେ ନିଜପକ୍ଷରୁ ଗୋଟିଏ ଯୁଦ୍ଧ କରିଥିଲା। ଏଥିରୁ ପାକିସ୍ତାନ ଦେହରୁ ବାଂଲାଦେଶ ନାମକ ଏକ ଦେଶକୁ ବାହାର କରି ଅଣାଯାଇଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ମାର୍ଚ୍ଚରେ ସାମରିକ କାର୍ଯ୍ୟାନୁଷ୍ଠାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ତତ୍କାଳୀନ ସେନାଧ୍ୟକ୍ଷ ଜେନେରାଲ ମାନେକ ସ ସାମରିକ ପ୍ରସ୍ତୁତିର ଆବଶ୍ୟକତା ଓ ଆଗକୁ ମୌସୁମୀ ଋତୁକୁ ନଜରରେ ରଖି ୯ ମାସ ପରେ ଯୁଦ୍ଧ ଆରମ୍ଭ କରାଯାଇ ପାରିବ ବୋଲି କହିଥିଲେ। ଏଣୁ ଏବେକା ପ୍ରଧାନମନ୍ତ୍ରୀଙ୍କ ‘ସମୟ କମ୍’ ବୟାନକୁ ଯୁଦ୍ଧ ପ୍ରସ୍ତୁତି ସହ ଯୋଡ଼ି ଦେଖାଯାଉଛି। ଏଥିରେ ଆଗାମୀ ମୌସୁମୀ ପୂର୍ବରୁ ସାମରିକ ଅପରେସନକୁ ପୂରା କରିବାର ସମ୍ଭାବନା ଅଧିକ ଦେଖାଯାଉଛି। ଅତୀତର ଯୁଦ୍ଧକୁ ଦେଖିଲେ ୧୯୬୫ ମସିହା ଯୁଦ୍ଧ ମୌସୁମୀ ପୂର୍ବରୁ ଆରମ୍ଭ ହୋଇଥିବା ଓ ମୌସୁମୀ କାଳରେ ମଧ୍ୟ ଶେଷ ହୋଇଥିଲା। ଏହା ଅଗଷ୍ଟରେ ଆରମ୍ଭ ହୋଇ ମଝି ମୌସୁମୀରେ ଅ
ନୂଆଦିଲ୍ଲୀ ୪।୫: ପହଲଗାମ ଆତଙ୍କୀ କାଣ୍ଡ ପରେ ସରକାର ଓ ଉଚ୍ଚସ୍ତରରେ ଏବେ ସଂକଳ୍ପ ଦେଖାଯାଉଛି। ଏଣୁ ସାମରିକ କାର୍ଯ୍ୟାନୁଷ୍ଠାନକୁ ନେଇ ଏବେ ଅଟକଳ ଆରମ୍ଭ ହୋଇଯାଇଛି। ନିକଟରେ ପ୍ରଧାନମନ୍ତ୍ରୀଙ୍କ ‘କାମ ବହୁତ ବଡ଼, ହାତରେ ସମୟ ବହୁତ କମ’ ବୟାନର ନିହତାର୍ଥ ବାହାର କରାଯାଉଛି। ପୁରୁଣା ଯୁଦ୍ଧର ଅନୁଭବ ଆଧାରରେ ପାକିସ୍ତାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଆଗାମୀ ମୌସୁମୀ ଋତୁ ପୂର୍ବରୁ ହୋଇପାରେ ବୋଲି ଅନୁମାନ କରାଯାଉଛି।
ଭାରତ ସ୍ୱାଧୀନତାର ୭୮ ବର୍ଷରେ ନିଜପକ୍ଷରୁ ଗୋଟିଏ ଯୁଦ୍ଧ କରିଥିଲା। ଏଥିରୁ ପାକିସ୍ତାନ ଦେହରୁ ବାଂଲାଦେଶ ନାମକ ଏକ ଦେଶକୁ ବାହାର କରି ଅଣାଯାଇଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ମାର୍ଚ୍ଚରେ ସାମରିକ କାର୍ଯ୍ୟାନୁଷ୍ଠାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ତତ୍କାଳୀନ ସେନାଧ୍ୟକ୍ଷ ଜେନେରାଲ ମାନେକ ସ ସାମରିକ ପ୍ରସ୍ତୁତିର ଆବଶ୍ୟକତା ଓ ଆଗକୁ ମୌସୁମୀ ଋତୁକୁ ନଜରରେ ରଖି ୯ ମାସ ପରେ ଯୁଦ୍ଧ ଆରମ୍ଭ କରାଯାଇ ପାରିବ ବୋଲି କହିଥିଲେ।
ଏଣୁ ଏବେକା ପ୍ରଧାନମନ୍ତ୍ରୀଙ୍କ ‘ସମୟ କମ୍’ ବୟାନକୁ ଯୁଦ୍ଧ ପ୍ରସ୍ତୁତି ସହ ଯୋଡ଼ି ଦେଖାଯାଉଛି। ଏଥିରେ ଆଗାମୀ ମୌସୁମୀ ପୂର୍ବରୁ ସାମରିକ ଅପରେସନକୁ ପୂରା କରିବାର ସମ୍ଭାବନା ଅଧିକ ଦେଖାଯାଉଛି। ଅତୀତର ଯୁଦ୍ଧକୁ ଦେଖିଲେ ୧୯୬୫ ମସିହା ଯୁଦ୍ଧ ମୌସୁମୀ ପୂର୍ବରୁ ଆରମ୍ଭ ହୋଇଥିବା ଓ ମୌସୁମୀ କାଳରେ ମଧ୍ୟ ଶେଷ ହୋଇଥିଲା। ଏହା ଅଗଷ୍ଟରେ ଆରମ୍ଭ ହୋଇ ମଝି ମୌସୁମୀରେ ଅର୍ଥାତ ସେପ୍ଟେମ୍ବରରେ ଶେଷ ହୋଇଥିଲା। ଏଥିରେ ପାକିସ୍ତାନ ସୋଚନୀୟ ଭାବେ ପରାସ୍ତ ହୋଇଥିଲା।