କଟକ ନିର୍ବାଚନୀ ପ୍ରଚାର ସଭାରେ ଭର୍ତ୍ତୁହରିଙ୍କ ମୁଖା ଖୋଲିଲେ କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ବର: କଟକ ନିର୍ବାଚନୀ ପ୍ରଚାର ସଭାରେ ବିଜେପିର କଟକ ଲୋକସଭା ପ୍ରାର୍ଥୀ ତଥା ପୂର୍ବତନ ବିଜେଡି ନେତା ଭର୍ତ୍ତୁହରି ମହତାବଙ୍କୁ ଟାର୍ଗେଟ କରିଛନ୍ତି  ବରିଷ୍ଠ ବିଜେଡ଼ି ନେତା କାର୍ତ୍ତିକ ପାଣ୍ଡିଆନ। ଭର୍ତ୍ତୁହରି ଦୈହିକ ଭାବେ ବିଜେଡିରେ ଥିଲେ କିନ୍ତୁ ମାନସିକ ଭାବେ ବିଜେପିରେ ଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ଭର୍ତ୍ତୁହରିଙ୍କୁ ଯେଉଁ ଦଳ ସଂସଦକୁ ୬ ଥର ପଠାଇଥିଲା,ସେ ସେହି ଦଳ ବିରୋଧରେ ବିଶ୍ୱାସଘାତକତା କରିଥିଲେ ବୋଲି ପାଣ୍ଡିଆନ ଅଭିଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀ […]

କଟକ ନିର୍ବାଚନୀ ପ୍ରଚାର ସଭାରେ ଭର୍ତ୍ତୁହରିଙ୍କ ମୁଖା ଖୋଲିଲେ କାର୍ତ୍ତିକ ପାଣ୍ଡିଆନ
vk pandian 4

ଭୁବନେଶ୍ବର: କଟକ ନିର୍ବାଚନୀ ପ୍ରଚାର ସଭାରେ ବିଜେପିର କଟକ ଲୋକସଭା ପ୍ରାର୍ଥୀ ତଥା ପୂର୍ବତନ ବିଜେଡି ନେତା ଭର୍ତ୍ତୁହରି ମହତାବଙ୍କୁ ଟାର୍ଗେଟ କରିଛନ୍ତି  ବରିଷ୍ଠ ବିଜେଡ଼ି ନେତା କାର୍ତ୍ତିକ ପାଣ୍ଡିଆନ। ଭର୍ତ୍ତୁହରି ଦୈହିକ ଭାବେ ବିଜେଡିରେ ଥିଲେ କିନ୍ତୁ ମାନସିକ ଭାବେ ବିଜେପିରେ ଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ଭର୍ତ୍ତୁହରିଙ୍କୁ ଯେଉଁ ଦଳ ସଂସଦକୁ ୬ ଥର ପଠାଇଥିଲା,ସେ ସେହି ଦଳ ବିରୋଧରେ ବିଶ୍ୱାସଘାତକତା କରିଥିଲେ ବୋଲି ପାଣ୍ଡିଆନ ଅଭିଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦରେ ଭର୍ତ୍ତୁହରି ୬-୬ ଥର ସଂସଦକୁ ଯାଇଥିଲେ କିନ୍ତୁ ସଂସଦରେ ଭାଷଣ ଦେବା ସମୟରେ ସେ ନିଜ ରାଜ୍ୟ ଓ ମୁଖ୍ୟମନ୍ତ୍ରୀଙ୍କୁ ଭୁଲି ଯାଇଥିଲେ ।

କୋଭିଡ୍ ମୁକାବିଲା ନେଇ ସଂସଦରେ ଭର୍ତ୍ତୁହରି ଦେଇଥିବା ଭାଷଣର ଉଦାହରଣ ଦେଇ ପାଣ୍ଡିଆନ ଏଭଳି କହିଛନ୍ତି । ପାଣ୍ଡିଆନ କହିଛନ୍ତି ଯେ,ସଂସଦରେ ୨୦ ମିନିଟ ଧରି ଭର୍ତ୍ତୁହରି ଭାଷଣ ଦେଇଥିଲେ । କିନ୍ତୁ ଭାଷଣରେ ପଦୁଟିଏ ଓଡ଼ିଶା ସରକାର କିମ୍ବା ମୁଖ୍ୟମନ୍ତ୍ରୀଙ୍କ ଅବଦାନ ବାବଦରେ କହି ନ ଥିଲେ । କୋଭିଡ୍ ମୁକାବିଲାରେ ମୁଖ୍ୟମନ୍ତ୍ରୀଙ୍କ ଭୂମିକାକୁ ସମସ୍ତେ ସ୍ୱୀକାର କରନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆଦେଶରେ ଦେଶର ବିଭିନ୍ନ ରାଜ୍ୟକୁ ଓଡ଼ିଶା ଅମ୍ଲଜାନ ପଠାଇଥିଲା । କିନ୍ତୁ ସେକଥା ଭର୍ତ୍ତୁହରିଙ୍କ ଭାଷଣରେ ନଥିଲା ।

ଏସମ୍ବନ୍ଧରେ ଅଧିକ ସୂଚନା ଦେଇ ପାଣ୍ଡିଆନ କହିଥିଲେ ଯେ, ଭର୍ତ୍ତୁହରିଙ୍କ ଭାଷଣ ପରେ ମୁଁ ତାଙ୍କ ସହିତ କଥା ହୋଇ ଏବାବଦରେ ପଚାରିଥିଲି । କାରଣ ମୋତେ ଏହି ଘଟଣା ବହୁତ ଦୁଃଖ ଦେଇଥିଲା । ମୁଁ ତାଙ୍କୁ ପଚାରିଥିଲି ଯେ, ମୁଖ୍ୟମନ୍ତ୍ରୀ ଆପଣଙ୍କୁ ୬ ଥର ଲୋକସଭାକୁ ପଠାଇଛନ୍ତି । କିନ୍ତୁ ଆପଣ ଥରେ ମଧ୍ୟ ନିଜ ଭାଷଣରେ ଓଡ଼ିଶା କଥା କହିଲେ ନାହିଁ,କୋଭିଡ୍ ମୁକାବିଲାରେ ଓଡ଼ିଶାର ଭୂମିକା କଥା କହିଲେ ନାହିଁ । ସେହି ଦିନ ମୁଁ ଜାଣିଥିଲି ଯେ, ସିଏ ଆମ ସହିତ ଫିଜିକାଲି ଅଛନ୍ତି ମାନସିକ ଭାବେ ନାହାନ୍ତି । ସେ ସେବେଠାରୁ ଦଳରୁ ବାହାରି ଯାଇଥିଲେ । ଏବେ ବାହାରି ନାହାନ୍ତି ।