କଟକ ଲୋକ ସଭା ଆସନ: ଅଭିଜ୍ଞ ବନାମ ନୂଆ ଚେହେରା

କଟକ,୩୦।୪(ଶିଳ୍ପା ପ୍ରିୟଦର୍ଶିନୀ):କଟକ ସଂସଦୀୟ କ୍ଷେତ୍ରରେ ତ୍ରିମୁଖୀ ଲଢେଇ ହେବା ନେଇ ଆଲୋଚନା ହେଉଛି। ଲୋକ ସଭା ଆସନ ପାଇଁ ବିଜେଡି ସଂତୃପ୍ତ ମିଶ୍ର, ଭାଜପା ଭର୍ତ୍ତୃହରି ମହତାବ ଓ କଂଗ୍ରେସ ସୁରେଶ ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି। ତେଣୁ ଏଥର ଅଭିଜ୍ଞ ଓ ନୂଆ ଚେହେରା ପ୍ରାର୍ଥୀଙ୍କ ମଧ୍ୟରେ ଏକ ଘମାଘୋଟ ଲଢେଇ ଦେଖିବାକୁ ମିଳିବ। ସଂତୃପ୍ତ ନୂଆ କରି ରାଜନୀତିରେ ଯୋଗଦେଇଥିବାବେଳେ ପ୍ରଥମ ଥର ଦଳ ତାଙ୍କୁ ଲୋକ ସଭା ଆସନରୁ ଟିକେଟ ଦେଇଛି। ସେହିପରି ଭର୍ତ୍ତୃହରି […] The post କଟକ ଲୋକ ସଭା ଆସନ: ଅଭିଜ୍ଞ ବନାମ ନୂଆ ଚେହେରା appeared first on Dharitri Odia News.

କଟକ ଲୋକ ସଭା ଆସନ: ଅଭିଜ୍ଞ ବନାମ ନୂଆ ଚେହେରା

କଟକ,୩୦।୪(ଶିଳ୍ପା ପ୍ରିୟଦର୍ଶିନୀ):କଟକ ସଂସଦୀୟ କ୍ଷେତ୍ରରେ ତ୍ରିମୁଖୀ ଲଢେଇ ହେବା ନେଇ ଆଲୋଚନା ହେଉଛି। ଲୋକ ସଭା ଆସନ ପାଇଁ ବିଜେଡି ସଂତୃପ୍ତ ମିଶ୍ର, ଭାଜପା ଭର୍ତ୍ତୃହରି ମହତାବ ଓ କଂଗ୍ରେସ ସୁରେଶ ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି। ତେଣୁ ଏଥର ଅଭିଜ୍ଞ ଓ ନୂଆ ଚେହେରା ପ୍ରାର୍ଥୀଙ୍କ ମଧ୍ୟରେ ଏକ ଘମାଘୋଟ ଲଢେଇ ଦେଖିବାକୁ ମିଳିବ। ସଂତୃପ୍ତ ନୂଆ କରି ରାଜନୀତିରେ ଯୋଗଦେଇଥିବାବେଳେ ପ୍ରଥମ ଥର ଦଳ ତାଙ୍କୁ ଲୋକ ସଭା ଆସନରୁ ଟିକେଟ ଦେଇଛି। ସେହିପରି ଭର୍ତ୍ତୃହରି ପୂର୍ବରୁ ୬ଥର ଏମ୍‌ପି ରହି ଆସିଛନ୍ତି। ହେଲେ ଏବେ ବିଜେଡି ଛାଡ଼ି ଭାଜପାରେ ଯୋଗଦେଇଛନ୍ତି। ଅନ୍ୟପଟେ ସୁରେଶ ପୂର୍ବରୁ ୪ ଥର ବିଧାନସଭା ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ିଥିବାବେଳେ ଥରେ ମ୍ୟୁନିସିପାଲିଟି ଅଧ୍ୟକ୍ଷ ପଦ ଲାଗି ମଇଦାନକୁ ଓହ୍ଲାଇଥିଲେ। ଭର୍ତ୍ତୃହରି ଅଭିଜ୍ଞ ଓ ସୁରେଶ ରାଜନୀତିରେ ବହୁ ପୁରୁଣା। ହେଲେ ସଂତୃପ୍ତ ସମ୍ପୂର୍ଣ୍ଣ ନୂଆ ଚେହେରା। ପ୍ରାର୍ଥୀଙ୍କ ନାଁ ଘୋଷଣା ପରଠୁ ଉଭୟ ବିଜେଡି, ଭାଜପା ପ୍ରାର୍ଥୀ ପ୍ରଚାର ଓ ବୈଠକ ଆରମ୍ଭ କରିଛନ୍ତି। ରବିବାର କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଘୋଷଣା କରିବା ପରେ ସୁରେଶ ମଧ୍ୟ ପ୍ରଚାର ପାଇଁ ଅଣ୍ଟା ଭିଡ଼ିଛନ୍ତି। କେଉଁ ରଣନୀତି ଓ ପ୍ରସଙ୍ଗ ନେଇ ସେମାନେ ଭୋଟ ମାଗିବେ ତାହା ଉପରେ ସମସ୍ତଙ୍କ ନଜର। ଏନେଇ କଂଗ୍ରେସ ପ୍ରାର୍ଥୀ ସୁରେଶଙ୍କୁ ପଚାରିବାରୁ ସେ କହିଛନ୍ତି, ଭର୍ତ୍ତୃହରି ୬ଥର ଏମ୍‌ପି ହୋଇଥିଲେ ମଧ୍ୟ ଗୋଟିଏ ଦଳରେ ରହିପାରିଲେନି ଏବଂ କଟକରେ ତାଙ୍କ କାର୍ଯ୍ୟକଳାପ ଲୋକେ ଜାଣିସାରିଲେଣି। ଅନ୍ୟପଟେ ଆଉଜଣେ ସମ୍ପୂର୍ଣ୍ଣ ନୂଆ। ବ୍ୟବସାୟ ଛାଡ଼ି ରାଜନୀତି କରିବାକୁ ଆସିଛନ୍ତି। ଉଭୟ ବିରୋଧୀ ଦଳ ପ୍ରାର୍ଥୀଙ୍କୁ ଲୋକେ ଗ୍ରହଣ କରିବେ ନାହିଁ ବୋଲି ମହାପାତ୍ର କହିଛନ୍ତି। ସେହିପରି ଭାଜପା ପ୍ରାର୍ଥୀ ଭର୍ତ୍ତୃହରି କହିଛନ୍ତି, ଲୋକେ ଜାଣିଛନ୍ତି କିଏ କ’ଣ କାମ କରିଛି। ବିଜେଡିରେ ସମସ୍ୟା ଥିବାରୁ ମୁଁ ଦଳ ଛାଡ଼ିଛି। କଟକ ତଥା ରାଜ୍ୟରେ ପରିବର୍ତ୍ତନ ହେବ ଏବଂ ତାହା ଭାଜପା ସରକାର ହିଁ କରିବ ବୋଲି ସେ କହିଛନ୍ତି। ତେବେ ବିଜେଡି ପ୍ରାର୍ଥୀ ସଂନ୍ତୃପ୍ତଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

The post କଟକ ଲୋକ ସଭା ଆସନ: ଅଭିଜ୍ଞ ବନାମ ନୂଆ ଚେହେରା appeared first on Dharitri Odia News.