ଚଳନ୍ତା ଟ୍ରେନ୍‌ରେ ସେଲ୍‌ଫି ନେଉଥିଲେ ଛାତ୍ରୀ,ଚାଲିଗଲା ଜୀବନ

କେନ୍ଦୁଝର/ପାଟଣା,୨୫ା୧ (ନରେଶ ଚନ୍ଦ୍ର ପଟ୍ଟନାୟକ/ବୀର କିଶୋର ଦାଶ):କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଟାଙ୍ଗିଆପାଳ ରେଳ ଷ୍ଟେଶନ ନିକଟରେ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୦ଟା ୩୦ରେ ଚଳନ୍ତା ଟ୍ରେନ୍‌ରୁ ଖସି ଜଣେ ମେଧାବୀ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଛାତ୍ରୀ ଜଣକ ହେଲେ ପାଟଣା ବ୍ଲକ୍‌ ଖିରେଇଟାଙ୍ଗିରୀ ପଞ୍ଚାୟତ ଅନ୍ତର୍ଗତ ଡଳଙ୍ଗ ଗ୍ରାମର ବିଜୟାନନ୍ଦ ବେହେରାଙ୍କ ଝିଅ ନମ୍ରତା ବେହେରା (୨୨)। ସେ ୨୦୨୪ରେ କମ୍ପ୍ୟୁଟର ସାଇନ୍ସରେ ଶ୍ରୀରାମଚନ୍ଦ୍ର ଭଞ୍ଜ ବିଶ୍ୱବିଦ୍ୟାଳୟରେ ୮୭ ପ୍ରତିଶତ ନମ୍ବର ରଖି ଟପ୍ପର ହୋଇଥିଲେ। […] The post ଚଳନ୍ତା ଟ୍ରେନ୍‌ରେ ସେଲ୍‌ଫି ନେଉଥିଲେ ଛାତ୍ରୀ,ଚାଲିଗଲା ଜୀବନ appeared first on Dharitri Odia News.

ଚଳନ୍ତା ଟ୍ରେନ୍‌ରେ ସେଲ୍‌ଫି ନେଉଥିଲେ ଛାତ୍ରୀ,ଚାଲିଗଲା ଜୀବନ

କେନ୍ଦୁଝର/ପାଟଣା,୨୫ା୧ (ନରେଶ ଚନ୍ଦ୍ର ପଟ୍ଟନାୟକ/ବୀର କିଶୋର ଦାଶ):କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଟାଙ୍ଗିଆପାଳ ରେଳ ଷ୍ଟେଶନ ନିକଟରେ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୦ଟା ୩୦ରେ ଚଳନ୍ତା ଟ୍ରେନ୍‌ରୁ ଖସି ଜଣେ ମେଧାବୀ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଛାତ୍ରୀ ଜଣକ ହେଲେ ପାଟଣା ବ୍ଲକ୍‌ ଖିରେଇଟାଙ୍ଗିରୀ ପଞ୍ଚାୟତ ଅନ୍ତର୍ଗତ ଡଳଙ୍ଗ ଗ୍ରାମର ବିଜୟାନନ୍ଦ ବେହେରାଙ୍କ ଝିଅ ନମ୍ରତା ବେହେରା (୨୨)। ସେ ୨୦୨୪ରେ କମ୍ପ୍ୟୁଟର ସାଇନ୍ସରେ ଶ୍ରୀରାମଚନ୍ଦ୍ର ଭଞ୍ଜ ବିଶ୍ୱବିଦ୍ୟାଳୟରେ ୮୭ ପ୍ରତିଶତ ନମ୍ବର ରଖି ଟପ୍ପର ହୋଇଥିଲେ। ଭୁବନେଶ୍ୱର ଏକ ଘରୋଇ କଲେଜରେ ଏମ୍‌ସିଏ ପ୍ରଥମ ବର୍ଷରେ ଅଧ୍ୟୟନ କରୁଥିଲେ।
ସୂଚନା ଅନୁଯାୟୀ, ସେ ପୁରୀ-ବଡ଼ବିଲ ଏକ୍ସପ୍ରେସ୍‌ରେ ପୁରୀରୁ ସାଙ୍ଗମାନଙ୍କ ସହ କେନ୍ଦୁଝର ଅଭିମୁଖେ ଯାତ୍ରା କରୁଥିଲେ। ଟାଙ୍ଗିଆପାଳ ଷ୍ଟେଶନଠାରୁ କିଛି କିଲୋମିଟର ଦୂରରେ ସେଲ୍ଫି ନେଉଥିବା ବେଳେ ଚଳନ୍ତା ଟ୍ରେନ୍‌ରୁ ଖସି ପଡ଼ିଥିଲେ ବୋଲି କୁହାଯାଉଛି। ଏହା ସ୍ପଷ୍ଟ ହୋଇ ନ ଥିବା ବେଳେ ସେ ଟଏଲେଟ ଯାଇ ଆଉ ଫେରି ନ ଥିବା ସାଙ୍ଗମାନେ କହିଛନ୍ତି। ତେବେ ଜଣେ ରେଳ ଟ୍ରାକ୍‌ମ୍ୟାନ ତାଙ୍କୁ ଖସି ପଡ଼ିଥିବା ଦେଖି ଟାଙ୍ଗିଆପାଳ ଷ୍ଟେଶନ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ। ରେଲଓ୍ବେ ଓ ହରିଚନ୍ଦନପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ନମ୍ରତାଙ୍କ ବାପା ଓ ବିଶ୍ୱବିନାୟକ କଲେଜ ଅଧ୍ୟକ୍ଷ ରବିନାରାୟଣ ମହାନ୍ତ ଘଟଣା ସ୍ଥଳରେ ପହଞ୍ଚତ୍ ମୃତଦେହ ଚିହ୍ନଟ କରିଥିଲେ। ଭଦ୍ରକ ଜିଆର୍‌ପି ପୋଲିସ ହେମଲତା ବେହେରା କହିଛନ୍ତି, ଭଦ୍ରକ ରେଲୱେ ଥାନାରେ ଏକ ମାମଲା(ନଂ. ୪/୨୫)ରୁଜୁ ହୋଇ ତଦନ୍ତ ଚାଲିଛି। ଯାଜପୁର-କେନ୍ଦୁଝର ରୋଡ୍‌ର ରେଲଓ୍ବେ ପୋଲିସ ଏସ୍‌ଆଇ ସୁଶାନ୍ତ ସେଠୀ କହିଛନ୍ତି, ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇ ଅନୁସନ୍ଧାନ ଚାଲିଛି।

The post ଚଳନ୍ତା ଟ୍ରେନ୍‌ରେ ସେଲ୍‌ଫି ନେଉଥିଲେ ଛାତ୍ରୀ,ଚାଲିଗଲା ଜୀବନ appeared first on Dharitri Odia News.