ରାଶିଫଳ: ଗୁରୁବାର, ଜୁଲାଇ ୧୭ ତାରିଖ – Daily Horoscope

ମେଷ ଆଜି ମାନସିକ ଅସ୍ଥିରତା ମଧ୍ୟରେ ପ୍ରତ୍ୟେକ କାମ କରିବାକୁ ବାଧ୍ୟ ହେବେ। ମାତ୍ର ଧନଭାବସ୍ଥ ଶୁକ୍ରଙ୍କ ପ୍ରଭାବରେ ଭୋଗ,ବିଳାସ ଓ ମନୋରଞ୍ଜନ ସକାଶେ ଅନୁକୂଳ ପରିବେଶର ସୁଯୋଗ ପାଇବେ। କିନ୍ତୁ ମଙ୍ଗଳଙ୍କ ଦୁର୍ବଳତା କାରଣରୁ ସ୍ବାସ୍ଥ୍ୟ ସମ୍ପର୍କିତ ଦୁଶ୍ଚିନ୍ତା ବୃଦ୍ଧି ପାଇବ। ଆନୁଷ୍‌ନିକ କାମରେ ସଫଳତା ପାଇବା ଦୁର୍ଲଭ ହୋଇପଡିବ। ବୃଷ କୌଣସି କାମ ହାସଲ ସକାଶେ ଅନ୍ୟମାନଙ୍କୁ ମନେଇବାକୁ ପଡିପାରେ। ଅଫିସ କାମରେ ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହିବା ଭଲ […] The post ରାଶିଫଳ: ଗୁରୁବାର, ଜୁଲାଇ ୧୭ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ଗୁରୁବାର, ଜୁଲାଇ ୧୭ ତାରିଖ – Daily Horoscope
ମେଷ
ଆଜି ମାନସିକ ଅସ୍ଥିରତା ମଧ୍ୟରେ ପ୍ରତ୍ୟେକ କାମ କରିବାକୁ ବାଧ୍ୟ ହେବେ। ମାତ୍ର ଧନଭାବସ୍ଥ ଶୁକ୍ରଙ୍କ ପ୍ରଭାବରେ ଭୋଗ,ବିଳାସ ଓ ମନୋରଞ୍ଜନ ସକାଶେ ଅନୁକୂଳ ପରିବେଶର ସୁଯୋଗ ପାଇବେ। କିନ୍ତୁ ମଙ୍ଗଳଙ୍କ ଦୁର୍ବଳତା କାରଣରୁ ସ୍ବାସ୍ଥ୍ୟ ସମ୍ପର୍କିତ ଦୁଶ୍ଚିନ୍ତା ବୃଦ୍ଧି ପାଇବ। ଆନୁଷ୍‌ନିକ କାମରେ ସଫଳତା ପାଇବା ଦୁର୍ଲଭ ହୋଇପଡିବ।
ବୃଷ
ବୃଷ
କୌଣସି କାମ ହାସଲ ସକାଶେ ଅନ୍ୟମାନଙ୍କୁ ମନେଇବାକୁ ପଡିପାରେ। ଅଫିସ କାମରେ ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହିବା ଭଲ ହେବ। ଶିଳ୍ପ, କାରିଗରି, ବାଣିଜ୍ୟ, ବ୍ୟବସାୟ ଓ ପରିବହନରୁ ପ୍ରତିବନ୍ଧକ ଦୂରେଇଯିବ। ବନ୍ଧୁଙ୍କ ଆସିବା ବାଟକୁ ଚାହିଁରହି ବିରକ୍ତି ପ୍ରକାଶ କରିପାରନ୍ତି।
ମିଥୁନ
ମିଥୁନ
ବୃହସ୍ପତିଙ୍କ ପ୍ରଭାବରୁ ପ୍ରତ୍ୟେକ ସ୍ତରରେ କାମ ହାସଲ ସହ ପ୍ରଶଂସିତ ଓ ପ୍ରତିଷ୍ଠିତ ହୋଇପାରିବେ। ଦୀର୍ଘଦିନ ହେଲା ଆର୍ଥିକ ଅନଟନ ଲାଗିରହିଥିବା ହେତୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ସାଙ୍ଗମାନଙ୍କ ନିକଟରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଛୋଟ ଛୋଟ କଥାକୁ କେନ୍ଦ୍ରକରି ଆଜି ଯୁକ୍ତତର୍କ କରିବା ଠିକ୍‌ ହେବ ନାହିଁ।
କର୍କଟ
କର୍କଟ
ବୁଧଙ୍କ କୁପ୍ରଭାବଜନିତ ସାମାନ୍ୟ ବ୍ୟତିକ୍ର୍ରମ ମଧ୍ୟଦେଇ ଯାହା ଭାବୁଛନ୍ତି ତାହା ହିଁ ସମ୍ପନ୍ନ କରିବାରେ ଅସୁବିଧା ରହିବ ନାହିଁ। ମାତ୍ର କେତେକ କ୍ଷେତ୍ରରେ ଅନ୍ୟଦ୍ୱାରା ପ୍ରଭାବିତ ହୋଇ ଭୁଲ୍‌ କରିପାରନ୍ତି। ବିନା କାରଣରେ ବିରକ୍ତ ହେବା ଅନର୍ଥର କାରଣ ହୋଇପାରେ। ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇ ଖୁସି ହୋଇପାରନ୍ତି।
ସି˚ହ
ସି˚ହ
ଭାଗ୍ୟାଧିପ ପାପଗ୍ରହ କେତୁ ଯୁକ୍ତ ଯୋଗୁ ବ୍ୟସ୍ତ ବହୁଳ କର୍ମକ୍ଷେତ୍ର ମାନସିକ ଅସ୍ଥିରତାର କାରଣ ହେବ। ପାରିବାରିକ କ୍ଷେତ୍ରରେ ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କୁ ନେହୁରା ହେବେ। ଆନୁଷ୍ଠାନିକ କାମରେ ନୀଚ ମନୋଭାବ ବ୍ୟକ୍ତିଙ୍କ ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହେବେ। ନୂତନ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇପାରେ।
କନ୍ୟା
ବୁଧାଦିତ୍ୟ ଯୋଗ ପ୍ରଭାବରେ ନିଜର ବୁଦ୍ଧିମତ୍ତାର ପରିଚୟ ଦେଇ ପ୍ରତ୍ୟେକ ସ୍ତରରେ ସୁନାମ ଅର୍ଜନ କରିବେ। କିନ୍ତୁ କାମରେ ବ୍ୟତିକ୍ରମ କାରଣରୁ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ ବଢିପାରେ। ପାରିବାରିକ କ୍ଷେତ୍ରରେ ସମସ୍ୟା ଲାଗିରହିବ। ପ୍ରତିବେଶୀଙ୍କଠାରୁ ସାହାଯ୍ୟ, ସହାନୁଭୂତି ପାଇବେ।
ତୁଳା
ତୁଳା
ସ୍ବଗୃହୀ ରାଶ୍ୟାଧିପ ଏକାଧାରରେ ଶାରୀରିକ ଓ ମାନସିକ ସ୍ଥିତି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବେ। ଆର୍ଥିକ ସ୍ଥିତି ନିମ୍ନାଭିମୁଖୀ ଯୋଗୁ କରଜ କରିବାକୁ ବାଧ୍ୟ ହେବେ। ପ୍ରଶାସନ, ପ୍ରକାଶନ, ଆଇନ, ସାହିତ୍ୟ କ୍ଷେତ୍ର ମନ୍ଦ ହେବନି। ପଡ଼ୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଇବା ଠିକ୍‌ ହେବନାହିଁ।
ବିଛା
ବିଛା
ଗ୍ରହଙ୍କ ବିଷମ ସ୍ଥିତି କାରଣରୁ ସମସ୍ୟା ଲାଗି ରହିବାରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। କର୍ମକ୍ଷେତ୍ରରେ ଆତ୍ମୀୟଙ୍କ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବାର ସମ୍ଭାବନା ରହିଛି। ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ପ୍ରତିବେଶୀଙ୍କ ସହ ସଂପର୍କ ମଧୁର ରହିବା ବୁଦ୍ଧିମାନର କାମ ହେବ।
ଧନୁ
ଧନୁ
ଦେବଗୁରୁଙ୍କ ରାଶିପ୍ରତି ପ୍ରତ୍ୟକ୍ଷଦୃଷ୍ଟିଜନିତ ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବା ସୂଚନା ରହିଛି। ସାଧାରଣ କଥାକୁ ଅତିରଞ୍ଜିତ କରି ନିଜପାଇଁ ସମସ୍ୟାକୁ ନିମନ୍ତ୍ରଣ କରିପାରନ୍ତି। ପରୋକ୍ଷ ଶତ୍ରୁତା କାରଣରୁ ଯେତେ ଭଲ କାମ କଲେ ମଧ୍ୟ ସମାଲୋଚନାର ପାତ୍ର ହେବେ। ଶନି ସହ ଚନ୍ଦ୍ରଙ୍କ ସମ୍ବନ୍ଧ କାରଣରୁ ସହକର୍ମୀଙ୍କ ଦୌରାତ୍ମ୍ୟ ଅସହ୍ୟ ହୋଇପାରେ।
ମକର
ମକର
ରବି ଓ ବୁଧ ସପ୍ତମସ୍ଥ ହେତୁ ବିବାଦରେ ପଶିବା ଠିକ୍‌ ହେବ ନାହିଁ। ସବୁ ସମୟରେ ନିଜ ପାଖରେ ରହୁଥବା କର୍ମଚାରୀଟିର ମନୋଭାବ ବଦଳିଯିବାର ସୂଚନା ପାଇପାରନ୍ତି। ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ସହ କଳା, ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ। ବୃତ୍ତିଗତ ଧନ୍ଦାରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ।
କୁମ୍ଭ
କୁମ୍ଭ
ଆଜି ବିଭିନ୍ନ ସମସ୍ୟାମୂଳକ କାମରେ ପ୍ରବେଶ କରି ବ୍ୟସ୍ତତା ଅନୁଭବ କରିପାରନ୍ତି। ରାଶିରେ ରାହୁଙ୍କ ସ୍ଥିତିଜନିତ ନୂତନ କାର୍ଯ୍ୟରେ ହାତ ଦେଇ କୃତକାର୍ଯ୍ୟ ହେବେ। ଆଜିର ପ୍ରତ୍ୟୁଷ ଯାତ୍ରାରେ ସତର୍କତା ଅବଲମ୍ବନ ନ କଲେ ହଇରାଣ ହେବେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଇ ସାମାଜିକ ସ୍ତରରେ ସମ୍ବର୍ଦ୍ଧିତ ହୋଇପାରନ୍ତି।
ମୀନମୀନ

ତୃତୀୟଭାବରେ ଶୁକ୍ରଙ୍କ ସ୍ଥିତି ହେତୁ ଆନୁଷଙ୍ଗିକ ସାହାଯ୍ୟ ଓ ସହଯୋଗ ପାଇ କାମ ହାସଲ କରିପାରିବେ। ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର ପ୍ରଭୃତି କ୍ଷେତ୍ରରେ ସମସ୍ୟା ସମାଧାନ ହେବ। ବନ୍ଧୁ ସୁବିଧା ହାସଲ ସକାଶେ ଅସୁବିଧାରେ ପକାଇପାରନ୍ତି। ବ୍ୟବସାୟ,ବାଣିଜ୍ୟ ଓ ପରିବହନ ପ୍ରାୟତଃ ମାନ୍ଦା ହେବ ନାହିଁ।

The post ରାଶିଫଳ: ଗୁରୁବାର, ଜୁଲାଇ ୧୭ ତାରିଖ – Daily Horoscope appeared first on Dharitri Odia News.