କଟକ ସ୍ପେଶାଲ ସ୍କ୍ୱାର୍ଡ ହାତରେ ବନ୍ଧୁକ କାରବାର ମୁଖ୍ୟ ଅଭିଯୁକ୍ତ, ମୁଙ୍ଗେରରୁ ଧରିଲା ପୋଲିସ
କଟକ: କଟକ ସ୍ପେଶାଲ ସ୍କ୍ୱାର୍ଡ ହାତରେ ବନ୍ଧୁକ କାରବାର ମୁଖ୍ୟ ଅଭିଯୁକ୍ତ। ମୁଖ୍ୟ ଅଭିଯୁକ୍ତ ଗୋଲ୍ଡେନ ସିଂକୁ ବିହାର ମୁଙ୍ଗେରରୁ ଗିରଫ କରିଛି। ଗୋଲ୍ଡେନ ସିଂ ସହ କଟକର ୱାସିମ ଖାନକୁ ଗିରଫ କରିଛି ପୋଲିସ। ଅଭିଯୁକ୍ତଙ୍କ ଠାରୁ ତିନୋଟି ବନ୍ଧୁକ ଓ ତିନି ରାଉଣ୍ଡ ଗୁଳି ଜବତ କରିଛି ପୋଲିସ। ଏହି ବନ୍ଧୁକ କାରବାରରେ ସଂପୃକ୍ତ ଚାରି ଅଭିଯୁକ୍ତଙ୍କୁ ପୂର୍ବରୁ ଗିରଫ କରିବା ସହ ଚାରୋଟି ବନ୍ଧୁକ ଜବତ କରିଥିଲା ପୋଲିସ। ପୂର୍ବରୁ ଗିରଫ ହୋଇଥିବା ବବୁଆ ଓରଫ ପ୍ରକାଶ ବେହେରା ବିହାର ମୁଙ୍ଗେରର ତଥ୍ୟ ଦେଇଥିଲା। ଯେଉଁ ଆଧାରରେ ପୋଲିସର ଏକ ସ୍ପେଶାଲ ଟିମ ମୁଙ୍ଗେର ଯିବା ସହ ସ୍ଥାନୀୟ ଏସ ଟି ଏଫ ସହାୟତାରେ ଅଭିଯୁକ୍ତ ଗୋଲ୍ଡେନ ସିଂହକୁ ଗିରଫ କରିଥିଲା। ତେବେ ଗିରଫ ଗୋଲ୍ଡେନ ସିଂ ଓ ୱାସିମ ଖାନକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅଧିକ ତଦନ୍ତ ପାଇଁ ତିନି ଅଭିଯୁକ୍ତଙ୍କୁ ତିନି ଦିନିଆ ରିମାଣ୍ଡରେ ଆଣିବ ପୋଲିସ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଡିସିପି।
କଟକ: କଟକ ସ୍ପେଶାଲ ସ୍କ୍ୱାର୍ଡ ହାତରେ ବନ୍ଧୁକ କାରବାର ମୁଖ୍ୟ ଅଭିଯୁକ୍ତ। ମୁଖ୍ୟ ଅଭିଯୁକ୍ତ ଗୋଲ୍ଡେନ ସିଂକୁ ବିହାର ମୁଙ୍ଗେରରୁ ଗିରଫ କରିଛି। ଗୋଲ୍ଡେନ ସିଂ ସହ କଟକର ୱାସିମ ଖାନକୁ ଗିରଫ କରିଛି ପୋଲିସ। ଅଭିଯୁକ୍ତଙ୍କ ଠାରୁ ତିନୋଟି ବନ୍ଧୁକ ଓ ତିନି ରାଉଣ୍ଡ ଗୁଳି ଜବତ କରିଛି ପୋଲିସ।
ଏହି ବନ୍ଧୁକ କାରବାରରେ ସଂପୃକ୍ତ ଚାରି ଅଭିଯୁକ୍ତଙ୍କୁ ପୂର୍ବରୁ ଗିରଫ କରିବା ସହ ଚାରୋଟି ବନ୍ଧୁକ ଜବତ କରିଥିଲା ପୋଲିସ। ପୂର୍ବରୁ ଗିରଫ ହୋଇଥିବା ବବୁଆ ଓରଫ ପ୍ରକାଶ ବେହେରା ବିହାର ମୁଙ୍ଗେରର ତଥ୍ୟ ଦେଇଥିଲା। ଯେଉଁ ଆଧାରରେ ପୋଲିସର ଏକ ସ୍ପେଶାଲ ଟିମ ମୁଙ୍ଗେର ଯିବା ସହ ସ୍ଥାନୀୟ ଏସ ଟି ଏଫ ସହାୟତାରେ ଅଭିଯୁକ୍ତ ଗୋଲ୍ଡେନ ସିଂହକୁ ଗିରଫ କରିଥିଲା। ତେବେ ଗିରଫ ଗୋଲ୍ଡେନ ସିଂ ଓ ୱାସିମ ଖାନକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅଧିକ ତଦନ୍ତ ପାଇଁ ତିନି ଅଭିଯୁକ୍ତଙ୍କୁ ତିନି ଦିନିଆ ରିମାଣ୍ଡରେ ଆଣିବ ପୋଲିସ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଡିସିପି।