କଟକରୁ ଭର୍ତ୍ତୃହରି ମହତାବ, କନ୍ଧମାଳ ଏବଂ ଯାଜପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ବିଜେପି ପୂର୍ବରୁ ୧୮ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଶନିବାର ଆଉ ବଳକା ତିନି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ପୂର୍ବ ଚର୍ଚ୍ଚା ଅନୁସାରେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିବା ଭର୍ତ୍ତୃହରି ମହତାବଙ୍କୁ ଦଳ କଟକରୁ ପ୍ରାର୍ଥୀ କରିଛି । ସେହିପରି ଯାଜପୁର ଆସନ ପାଇଁ ଡ.ରବିନ୍ଦ୍ର ନାରାୟଣ ବେହେରାଙ୍କୁ ଦଳ ପ୍ରାର୍ଥୀ କରିଛି । ଏହାସହ କନ୍ଧମାଳ ଆସନରୁ ସୁକାନ୍ତ କୁମାର ପାଣିଗ୍ରାହୀଙ୍କୁ ଦଳ ପ୍ରାର୍ଥୀ କରିଛି । ଏହା ପୂର୍ବରୁ ଗତ ୨୪ ତାରିଖରେ ବିଜେପି ପକ୍ଷରୁ ଓଡ଼ିଶାର ୧୮ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିଲା।ଉଲ୍ଲେଖଯୋଗ୍ୟ ଯେ ମାର୍ଚ୍ଚ ୨୮ରେ କଟକ ସାଂସଦ ଭର୍ତ୍ତୃହରି ମହତାବ ନୂଆଦିଲ୍ଲୀରେ ବିଜେପିରେ ସଦସ୍ୟତା ଗ୍ରହଣ କରିଥିଲେ । ଏହା ପୂର୍ବରୁ ମାର୍ଚ୍ଚ ୨୨ରେ ବିଜେଡିରୁ ଇସ୍ତଫା ଦେଇଥିଲେ କଟକ ସାଂସଦ ଭର୍ତ୍ତୃହରି ମହତାବ । ପ୍ରେସମିଟରେ ତାଙ୍କ ଇସ୍ତଫା ନେଇ ସ୍ପଷ୍ଟ କରିଥିଲେ । ସେ ତାଙ୍କ ଇସ୍ତଫାପତ୍ର ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଥିବା କହିଥିଲେ । ୧୯୯୮, ୧୯୯୯, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ କଟକରୁ ଲୋକସଭା ନିର୍ବାଚନ ଜିତିଛନ୍ତି। ବିଜେଡି ଛାଡିବା ପରେ ଭର୍ତ୍ତୃହରି ମହତାବ କହିଥିଲେ, 'ଧୈର୍ଯ୍ୟର ଗୋଟିଏ ସୀମା ଥାଏ। ଧୈର୍ଯ୍ୟ ସୀମା ଟପିଗଲା । ଦଳର ସଂଚାଳନ ଓ ପରିଚାଳନାରେ ସଂଶୋଧ

କଟକରୁ ଭର୍ତ୍ତୃହରି ମହତାବ, କନ୍ଧମାଳ ଏବଂ ଯାଜପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ବିଜେପି ପୂର୍ବରୁ ୧୮ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଶନିବାର ଆଉ ବଳକା ତିନି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ପୂର୍ବ ଚର୍ଚ୍ଚା ଅନୁସାରେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିବା ଭର୍ତ୍ତୃହରି ମହତାବଙ୍କୁ ଦଳ କଟକରୁ ପ୍ରାର୍ଥୀ କରିଛି । ସେହିପରି ଯାଜପୁର ଆସନ ପାଇଁ ଡ.ରବିନ୍ଦ୍ର ନାରାୟଣ ବେହେରାଙ୍କୁ ଦଳ ପ୍ରାର୍ଥୀ କରିଛି । ଏହାସହ କନ୍ଧମାଳ ଆସନରୁ ସୁକାନ୍ତ କୁମାର ପାଣିଗ୍ରାହୀଙ୍କୁ ଦଳ ପ୍ରାର୍ଥୀ କରିଛି । ଏହା ପୂର୍ବରୁ ଗତ ୨୪ ତାରିଖରେ ବିଜେପି ପକ୍ଷରୁ ଓଡ଼ିଶାର ୧୮ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିଲା।


ଉଲ୍ଲେଖଯୋଗ୍ୟ ଯେ ମାର୍ଚ୍ଚ ୨୮ରେ କଟକ ସାଂସଦ ଭର୍ତ୍ତୃହରି ମହତାବ ନୂଆଦିଲ୍ଲୀରେ ବିଜେପିରେ ସଦସ୍ୟତା ଗ୍ରହଣ କରିଥିଲେ । ଏହା ପୂର୍ବରୁ ମାର୍ଚ୍ଚ ୨୨ରେ ବିଜେଡିରୁ ଇସ୍ତଫା ଦେଇଥିଲେ କଟକ ସାଂସଦ ଭର୍ତ୍ତୃହରି ମହତାବ । ପ୍ରେସମିଟରେ ତାଙ୍କ ଇସ୍ତଫା ନେଇ ସ୍ପଷ୍ଟ କରିଥିଲେ । ସେ ତାଙ୍କ ଇସ୍ତଫାପତ୍ର ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଥିବା କହିଥିଲେ । ୧୯୯୮, ୧୯୯୯, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ କଟକରୁ ଲୋକସଭା ନିର୍ବାଚନ ଜିତିଛନ୍ତି। 

ବିଜେଡି ଛାଡିବା ପରେ ଭର୍ତ୍ତୃହରି ମହତାବ କହିଥିଲେ, 'ଧୈର୍ଯ୍ୟର ଗୋଟିଏ ସୀମା ଥାଏ। ଧୈର୍ଯ୍ୟ ସୀମା ଟପିଗଲା । ଦଳର ସଂଚାଳନ ଓ ପରିଚାଳନାରେ ସଂଶୋଧନ ପାଇଁ ଉଦ୍ୟମ କରିଥିଲି । ଦଳର ଆଚରଣ ସଂଶୋଧନ ପାଇଁ ଚେଷ୍ଟା କରି ବିଫଳ ହେଲି। ସେଥିପାଇଁ ଦଳରେ ରହିବା ଆବଶ୍ୟକ ମନେ କଲି ନାହିଁ ।' 

ଲୋକସଭା ଆସନ

ବରଗଡ-ପ୍ରଦୀପ ପୁରୋହିତ

ସୁନ୍ଦରଗଡ଼-ଜୁଏଲ ଓରାମ

ସମ୍ୱଲପୁର-ଧର୍ମେନ୍ଦ୍ର ପ୍ରଧାନ

କେନ୍ଦୁଝର-ଅନନ୍ତ ନାୟକ

ମୟୂରଭଞ୍ଜ-ନବ ଚରଣ ମାଝୀ

ବାଲେଶ୍ୱର-ପ୍ରତାପ ଷଡଙ୍ଗୀ

ଭଦ୍ରକ-ଅଭିମନ୍ୟୁ ସେଠୀ

ଢେଙ୍କାନାଳ-ରୁଦ୍ର ନାରାୟଣ ପାଣି

ବଲାଙ୍ଗୀର-ସଙ୍ଗୀତା କୁମାରୀ ସିଂ ଦେଓ

କଳାହାଣ୍ଡି-ମାଲଭିକା କେଶରୀ ଦେଓ

ନବରଙ୍ଗପୁର-ବଳଭଦ୍ର ମାଝୀ

କେନ୍ଦ୍ରାପଡ଼ା-ବୈଜୟନ୍ତ ପଣ୍ଡା

ଜଗତସିଂହପୁର-ବିଭୂ ପ୍ରସାଦ ତରାଇ

ପୁରୀ-ସମ୍ୱିତ୍ ପାତ୍ର

ଭୁବନେଶ୍ୱର-ଅପରାଜିତା ଷଡଙ୍ଗୀ

ଆସିକା-ଅନିତା ଶୁଭଦର୍ଶିନୀ

ବ୍ରହ୍ମପୁର-ପ୍ରଦୀପ ପାଣିଗ୍ରାହୀ

କୋରାପୁଟ-କାଳୀରାମ ମାଝୀ

ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାରେ ଲୋକସଭା ଏବଂ ବିଧାନସଭା ପାଇଁ ଏକାକୀଳନ ଭୋଟ ହେବ । ବିଧାନସଭା ଆସନ ପାଇଁ ବିଜେପି ଏବେ ସୁଦ୍ଧା ପ୍ରାର୍ଥୀଙ୍କ ନାଁ ଘୋଷଣା କରି ନାହିଁ । ସେପଟେ ବିଜେଡି ବର୍ତ୍ତମାନ ସୁଦ୍ଧା ୧୫ ଲୋକସଭା ଏବଂ ୭୨ ବିଧାନସଭା ଆସନ ପାଇଁ ନିଜ ପ୍ରାର୍ଥୀ ଘୋଷଣା କରିଛି । ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ ଘୋଷଣାରେ ଏବେ ବି ପଛରେ ରହିଛି । ଲୋକସଭା ଏବଂ ବିଧାନସଭାର କୌଣସି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ନାହିଁ ।