କଟକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିଶାଳ ରୋଡ ସୋ
କଟକ: କଟକରେ କେନ୍ଦ୍ରଗୃହ ରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ବିଶାଳ ରୋଡ୍ ସୋ। ବୁଧବାର ବିରାଟ ରୋଡ୍ ସୋ ବାରବାଟୀ-କଟକ ବିଧାୟକ ପ୍ରାର୍ଥୀ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବଙ୍କ ପାଇଁ ପ୍ରଚାର କରିଛନ୍ତି ଅମିତ ଶାହ। ଏହି ରୋଡ୍ ସୋ ସମାଜ ଅଫିସ ନିକଟ ଗୋପବନ୍ଧୁ ବାଗରୁ ଆରମ୍ଭ ହୋଇଥିଲା । ରୋଡ ସୋରେ କଟକ ଜିଲ୍ଲାର ସମସ୍ତ ବିଧାୟକ ପ୍ରାର୍ଥୀ ଓ ରାଜ୍ୟର ତୁଙ୍ଗ ନେତା ମଧ୍ୟ ସାମିଲ ହୋଇଥିଲେ। ଭୁବନେଶ୍ବର ଏୟାରପୋର୍ଟରୁ ବାହାରି ସଂଧ୍ୟା ୬ଟାରେ ଉପର ବାଲିଯାତ୍ରା ପଡିଆ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିଥିଲେ ଶାହ। ସମାଜ ଅଫିସ ଛକ ନିକଟରୁ ଆରମ୍ଭ ହୋଇ ବକ୍ସିବଜାର, ତିନିକୋଣିଆ ବଗିଚା, ଦରଘା ବଜାର, ଗୌରୀଶଙ୍କର ପାର୍କ, ନୟା ସଡ଼କ ଦେଇ ବାଲୁବଜାରରେ ରୋଡ ସୋ’ ସମାପ୍ତ ହୋଇଥିଲା। ଏହା ପୂର୍ବରୁ ଅମିତ ଶାହ, ସୋରଡ଼ାରେ ନିର୍ବାଚନୀ ପ୍ରଚାର ସମୟରେ ଗର୍ଜିଛନ୍ତ ଅମିତ ଶାହ। ଏହି ସମୟରେ ସେ ରାଜ୍ୟର ବିଜେଡି ସରକାରଙ୍କୁ ଆୟୁଷ୍ମାନ ଭାରତ ଯୋଜନା, ଧାନ ଏମଏସସପି, ରତ୍ନ ଭଣ୍ଡାର ଭଣ୍ଡାର ସୁରକ୍ଷା ଇତ୍ୟାଦି ପ୍ରସଙ୍ଗକୁ ନେଇ ଟାର୍ଗେଟ କରିଛନ୍ତି।
କଟକ: କଟକରେ କେନ୍ଦ୍ରଗୃହ ରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ବିଶାଳ ରୋଡ୍ ସୋ। ବୁଧବାର ବିରାଟ ରୋଡ୍ ସୋ ବାରବାଟୀ-କଟକ ବିଧାୟକ ପ୍ରାର୍ଥୀ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବଙ୍କ ପାଇଁ ପ୍ରଚାର କରିଛନ୍ତି ଅମିତ ଶାହ। ଏହି ରୋଡ୍ ସୋ ସମାଜ ଅଫିସ ନିକଟ ଗୋପବନ୍ଧୁ ବାଗରୁ ଆରମ୍ଭ ହୋଇଥିଲା । ରୋଡ ସୋରେ କଟକ ଜିଲ୍ଲାର ସମସ୍ତ ବିଧାୟକ ପ୍ରାର୍ଥୀ ଓ ରାଜ୍ୟର ତୁଙ୍ଗ ନେତା ମଧ୍ୟ ସାମିଲ ହୋଇଥିଲେ।

ଭୁବନେଶ୍ବର ଏୟାରପୋର୍ଟରୁ ବାହାରି ସଂଧ୍ୟା ୬ଟାରେ ଉପର ବାଲିଯାତ୍ରା ପଡିଆ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିଥିଲେ ଶାହ। ସମାଜ ଅଫିସ ଛକ ନିକଟରୁ ଆରମ୍ଭ ହୋଇ ବକ୍ସିବଜାର, ତିନିକୋଣିଆ ବଗିଚା, ଦରଘା ବଜାର, ଗୌରୀଶଙ୍କର ପାର୍କ, ନୟା ସଡ଼କ ଦେଇ ବାଲୁବଜାରରେ ରୋଡ ସୋ’ ସମାପ୍ତ ହୋଇଥିଲା।

ଏହା ପୂର୍ବରୁ ଅମିତ ଶାହ, ସୋରଡ଼ାରେ ନିର୍ବାଚନୀ ପ୍ରଚାର ସମୟରେ ଗର୍ଜିଛନ୍ତ ଅମିତ ଶାହ। ଏହି ସମୟରେ ସେ ରାଜ୍ୟର ବିଜେଡି ସରକାରଙ୍କୁ ଆୟୁଷ୍ମାନ ଭାରତ ଯୋଜନା, ଧାନ ଏମଏସସପି, ରତ୍ନ ଭଣ୍ଡାର ଭଣ୍ଡାର ସୁରକ୍ଷା ଇତ୍ୟାଦି ପ୍ରସଙ୍ଗକୁ ନେଇ ଟାର୍ଗେଟ କରିଛନ୍ତି।