ରେଡି-ଷ୍ଟେଡି-ଗୋ, ଆକ୍ସନ ମୁଡରେ 'ଲେଡି ବୁମ୍ରା'
ନୂଆଦିଲ୍ଲୀ ୨୨/୦୮: କ୍ରିକେଟ୍ର ଏକ ନମ୍ୱର ବୋଲର । କହିବାକୁ ପଡେନି ନାଁ । ବୁମ୍-ବୁମ୍ ବୁମରା । ବିଶ୍ୱ କ୍ରିକେଟର ସବୁଠାରୁ ବିପଜ୍ଜନକ ବୋଲର । ବୁମରାଙ୍କ ଖାସିୟତ ହେଉଛି ତାଙ୍କ ବୋଲିଂ ଷ୍ଟାଇଲ୍ । ବୁମ୍ରାଙ୍କ ବୋଲିଂ ଆଗରେ ହାର୍ ମାନନ୍ତି ଗୋଟିଏ ପରେ ଗୋଟିଏ ବ୍ୟାଟର । ବୁମରାଙ୍କ ବୋଲିଂକୁ ସାମ୍ନା କରିବା ପ୍ରତି ବ୍ୟାଟରଙ୍କ ପାଇଁ ଆହ୍ୱାନ । ବୁମରା ଏବେ ଅନେକ ଯୁବ ଖେଳାଳିଙ୍କୁ ପ୍ରେରଣା । ତାଙ୍କ ଭଳି ବୋଲିଂ କରିବାକୁ ଅନେକ ଯୁବ ତାରକା ଆଗ୍ରହୀ । ବିଶ୍ୱ କ୍ରିକେଟରେ ବୁମରା କେତେ ଲୋକପ୍ରିୟ ତାହା ନାହିଁ ଅଛପା । ସେ ଝିଅ ହେଉ ବା ପୁଅ । ଏବେ ମାର୍କେଟରେ ଦେଖିବାକୁ ମିଳିଛି ସାମ୍ପ୍ରତିକ ଉଦାହରଣ । ଆକ୍ସନ ମୁଡରେ 'ଲେଡି ବୁମ୍ରା' । ଷ୍ଟାଇଲ ଯେମିତି, ସ୍ପିଡ ବି ସେମିତି । ଯେ କେହି ବି ଦେଖିବ ଘଡିଏ ଅନେଇବ । ଜସପ୍ରୀତ ବୁମ୍ରାଙ୍କ ଭଳି ପୁରା ଅବିକଳ ବୋଲିଂ । ଶେଷରେ ଖେଳାଳି ବି କ୍ଲିନ ବୋଲ୍ଡ । ଛାତ୍ରୀଙ୍କ ୟର୍କରରେ ମାଟି କାମୁଡିଥିଲେ ଖେଳାଳି । ପ୍ରଥମ ବଲରେ କରିଦେଇଥିଲେ ସୁଇପ୍ । ତାପୁଣି ସ୍କୁଲ ୟନିଫର୍ମରେ । ସଂଗେ ସଂଗେ ଏହି ଭିଡିଓଟି ବେଶ ହୋଇଥିଲା ଭାଇରାଲ୍ । ଲୋକେ ଦେଖୁ ଦେଖୁ କହିଥିଲେ ଲେଡି ବୁମରା । ବୁମ୍ରାଙ୍କ ପରି ବୋଲିଂ କରୁଥିବା ଝିଅ ଜଣଙ୍କ ହେଉଛନ୍ତି ଜଣେ ଛାତ୍ରୀ । ନା ତାଙ୍କର ମାୟରା ଜୈନ, ରୁହନ୍ତି ବେଙ୍ଗାଲୁରୁରେ । ମାୟରାଙ୍କ କହିବା କଥା ବୋଲିଂ ସମୟରେ ଜଣେ ମହିଳା କ୍ରିକେଟର ଭଳି ମୋର
ନୂଆଦିଲ୍ଲୀ ୨୨/୦୮: କ୍ରିକେଟ୍ର ଏକ ନମ୍ୱର ବୋଲର । କହିବାକୁ ପଡେନି ନାଁ । ବୁମ୍-ବୁମ୍ ବୁମରା । ବିଶ୍ୱ କ୍ରିକେଟର ସବୁଠାରୁ ବିପଜ୍ଜନକ ବୋଲର । ବୁମରାଙ୍କ ଖାସିୟତ ହେଉଛି ତାଙ୍କ ବୋଲିଂ ଷ୍ଟାଇଲ୍ । ବୁମ୍ରାଙ୍କ ବୋଲିଂ ଆଗରେ ହାର୍ ମାନନ୍ତି ଗୋଟିଏ ପରେ ଗୋଟିଏ ବ୍ୟାଟର । ବୁମରାଙ୍କ ବୋଲିଂକୁ ସାମ୍ନା କରିବା ପ୍ରତି ବ୍ୟାଟରଙ୍କ ପାଇଁ ଆହ୍ୱାନ । ବୁମରା ଏବେ ଅନେକ ଯୁବ ଖେଳାଳିଙ୍କୁ ପ୍ରେରଣା । ତାଙ୍କ ଭଳି ବୋଲିଂ କରିବାକୁ ଅନେକ ଯୁବ ତାରକା ଆଗ୍ରହୀ । ବିଶ୍ୱ କ୍ରିକେଟରେ ବୁମରା କେତେ ଲୋକପ୍ରିୟ ତାହା ନାହିଁ ଅଛପା । ସେ ଝିଅ ହେଉ ବା ପୁଅ । ଏବେ ମାର୍କେଟରେ ଦେଖିବାକୁ ମିଳିଛି ସାମ୍ପ୍ରତିକ ଉଦାହରଣ ।
ଆକ୍ସନ ମୁଡରେ 'ଲେଡି ବୁମ୍ରା' । ଷ୍ଟାଇଲ ଯେମିତି, ସ୍ପିଡ ବି ସେମିତି । ଯେ କେହି ବି ଦେଖିବ ଘଡିଏ ଅନେଇବ । ଜସପ୍ରୀତ ବୁମ୍ରାଙ୍କ ଭଳି ପୁରା ଅବିକଳ ବୋଲିଂ । ଶେଷରେ ଖେଳାଳି ବି କ୍ଲିନ ବୋଲ୍ଡ । ଛାତ୍ରୀଙ୍କ ୟର୍କରରେ ମାଟି କାମୁଡିଥିଲେ ଖେଳାଳି । ପ୍ରଥମ ବଲରେ କରିଦେଇଥିଲେ ସୁଇପ୍ । ତାପୁଣି ସ୍କୁଲ ୟନିଫର୍ମରେ । ସଂଗେ ସଂଗେ ଏହି ଭିଡିଓଟି ବେଶ ହୋଇଥିଲା ଭାଇରାଲ୍ । ଲୋକେ ଦେଖୁ ଦେଖୁ କହିଥିଲେ ଲେଡି ବୁମରା ।
ବୁମ୍ରାଙ୍କ ପରି ବୋଲିଂ କରୁଥିବା ଝିଅ ଜଣଙ୍କ ହେଉଛନ୍ତି ଜଣେ ଛାତ୍ରୀ । ନା ତାଙ୍କର ମାୟରା ଜୈନ, ରୁହନ୍ତି ବେଙ୍ଗାଲୁରୁରେ । ମାୟରାଙ୍କ କହିବା କଥା ବୋଲିଂ ସମୟରେ ଜଣେ ମହିଳା କ୍ରିକେଟର ଭଳି ମୋର ଅନୁଭୂତି ଥିଲା । ଭିଡିଓଟି କୌଣସି ଲିଗ୍ ମ୍ୟାଚର ନଥିଲା । ବୋଧହୁଏ ଏହା ସ୍କୁଲରେ ଚାଲିଥିବା ନେଟ୍ ପ୍ରାକ୍ସିଟର ଦୃଶ୍ୟ । ତଥାପି ଲୋକେ ଭାଇରାଲ ଭିଡିଓର ଖୁବ୍ କରୁଛନ୍ତି ତାରିଫ ।
ଛାତ୍ରୀ ଜଣଙ୍କ କେବଳ ଘାତକ ବୋଲିଂର ମାହିରେ ନୁହଁନ୍ତି । ବ୍ୟାଟଂରେ ବି ଦେଖାଉଛନ୍ତି ଜଲଓ୍ୱା । କମ୍ ବୟସରେ ପାଠ ସାଙ୍ଗକୁ କ୍ରିକେଟରେ ବି ରେକର୍ଡ କରିବା ଲକ୍ଷ୍ୟରେ ମାୟରା । ଯଦି ମାୟରାଙ୍କ ସ୍କିଲ୍କୁ ଚାନ୍ସ ମିଳନ୍ତା ହୁଏତ ବୁମ୍ରାଙ୍କ ପରି ଟିମ୍ ଇଣ୍ଡିଆରେ ଜବରଦସ୍ତ ପ୍ରଦର୍ଶନ ଦେଖାଇବେ ଏହା ନିସନ୍ଦେହ ।