ନୀଳଗିରି ଉପଖଣ୍ଡ ଓକିଲ ସଂଘ ନିର୍ବାଚନ, ସବୁ କର୍ମକର୍ତ୍ତା ନିର୍ଦ୍ଵନ୍ଦରେ ନିର୍ବାଚିତ
ନୀଳଗିରି ୩୧।୦୩: ଓଡ଼ିଶାରେ ଶନିବାର ଓକିଲ ସଂଘର ନିର୍ବାଚନ ଶେଷ ହୋଇଛି । ଏଥିମଧ୍ୟରେ ନୀଳଗିରି ଉପଖଣ୍ଡରେ ଦୁଇଟି ଓକିଲ ସଙ୍ଘର ନିର୍ବାଚନ ମଧ୍ୟ ହୋଇଛି । ନୀଳଗିରି ବାର ଏସୋସିଏସନ ତରଫରୁ ସଭାପତି ଭାବେ ଅମରେନ୍ଦ୍ର ପଟ୍ଟନାୟକ ୩୮ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବାବେଳେ ଶୁଭାଶିଷ ଦାସ ମହାପାତ୍ର ୧୩ ଖଣ୍ଡ ଭୋଟ ପାଇଁ ପରାସ୍ତ ହୋଇଥିଲେ । ସେହିପରି ସମ୍ପାଦକ ଭାବେ ଦେବେନ୍ଦ୍ର ୩୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ସୁନୀଲ ବିଶ୍ୱାଳ ୧୨ଟି ଭୋଟ ପାଇ ପରାଜିତ ହୋଇଥିଲେ । ଉପସଭାପତି ଭାବେ ରଞ୍ଜନ କୁମାର ପଣ୍ଡା ୩୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ଖଗେନ୍ଦ୍ର ଜେନା ୧୨ ଖଣ୍ଡ ଭୋଟ ପାଇ ପରାସ୍ତ ହୋଇଥିଲେ । ସେହିଭଳି ସହ ସମ୍ପାଦକ ଭାବେ କରୁଣାକର ସ୍ୱାଇଁ ୩୩ ଖଣ୍ଡ ଭୋଟପାଇ ବିଜୟୀ ହୋଇଛନ୍ତି ଓ ମୋହନ ବିଶ୍ୱାଳ ୧୭ ଖଣ୍ଡ ଭୋଟ ପାଇ ପରାଜିତ ହୋଇଥିଲେ । କୋଷାଧ୍ୟକ୍ଷ ଭାବେ ହରମୋହନ ମହାପାତ୍ର ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ । ଏଥିରେ ଆଇନଜୀବୀ ସତ୍ୟଜିତ୍ ମିଶ୍ର ନିର୍ବାଚନ ଅଧିକାରୀ ଭାବେ ଏହା ଘୋଷଣା କରିଥିଲେ । ସେହିପରି ସବଡିଭିଜନାଲ ବାର୍ ଆସୋସିଏସନ ତରଫରୁ ମୋଟ୍ ୧୨ ଗୋଟି ପଦ ପାଇଁ ନିର୍ବାଚନ ହୋଇଥିବା ବେଳେ ଏହି ନିର୍ବାଚନରେ କୌଣସି ପ୍ରତିଦ୍ୱନ୍ଦୀ ନଥିବାରୁ ନିର୍ବାଚନ ନାମକୁ ମାତ୍ର ହୋଇଥିଲା । ଦୀର୍ଘ ୨୩ ବର୍ଷ ଧରି ସଭାପତି ଭାବେ ବରିଷ୍ଠ ଆଇନଜୀବୀ ଚିତ୍ତରଞ୍ଜନ ଷଡ଼ଙ୍ଗୀ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇ ଆସ
ନୀଳଗିରି ୩୧।୦୩: ଓଡ଼ିଶାରେ ଶନିବାର ଓକିଲ ସଂଘର ନିର୍ବାଚନ ଶେଷ ହୋଇଛି । ଏଥିମଧ୍ୟରେ ନୀଳଗିରି ଉପଖଣ୍ଡରେ ଦୁଇଟି ଓକିଲ ସଙ୍ଘର ନିର୍ବାଚନ ମଧ୍ୟ ହୋଇଛି । ନୀଳଗିରି ବାର ଏସୋସିଏସନ ତରଫରୁ ସଭାପତି ଭାବେ ଅମରେନ୍ଦ୍ର ପଟ୍ଟନାୟକ ୩୮ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବାବେଳେ ଶୁଭାଶିଷ ଦାସ ମହାପାତ୍ର ୧୩ ଖଣ୍ଡ ଭୋଟ ପାଇଁ ପରାସ୍ତ ହୋଇଥିଲେ ।
ସେହିପରି ସମ୍ପାଦକ ଭାବେ ଦେବେନ୍ଦ୍ର ୩୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ସୁନୀଲ ବିଶ୍ୱାଳ ୧୨ଟି ଭୋଟ ପାଇ ପରାଜିତ ହୋଇଥିଲେ । ଉପସଭାପତି ଭାବେ ରଞ୍ଜନ କୁମାର ପଣ୍ଡା ୩୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ଖଗେନ୍ଦ୍ର ଜେନା ୧୨ ଖଣ୍ଡ ଭୋଟ ପାଇ ପରାସ୍ତ ହୋଇଥିଲେ । ସେହିଭଳି ସହ ସମ୍ପାଦକ ଭାବେ କରୁଣାକର ସ୍ୱାଇଁ ୩୩ ଖଣ୍ଡ ଭୋଟପାଇ ବିଜୟୀ ହୋଇଛନ୍ତି ଓ ମୋହନ ବିଶ୍ୱାଳ ୧୭ ଖଣ୍ଡ ଭୋଟ ପାଇ ପରାଜିତ ହୋଇଥିଲେ । କୋଷାଧ୍ୟକ୍ଷ ଭାବେ ହରମୋହନ ମହାପାତ୍ର ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ । ଏଥିରେ ଆଇନଜୀବୀ ସତ୍ୟଜିତ୍ ମିଶ୍ର ନିର୍ବାଚନ ଅଧିକାରୀ ଭାବେ ଏହା ଘୋଷଣା କରିଥିଲେ ।
ସେହିପରି ସବଡିଭିଜନାଲ ବାର୍ ଆସୋସିଏସନ ତରଫରୁ ମୋଟ୍ ୧୨ ଗୋଟି ପଦ ପାଇଁ ନିର୍ବାଚନ ହୋଇଥିବା ବେଳେ ଏହି ନିର୍ବାଚନରେ କୌଣସି ପ୍ରତିଦ୍ୱନ୍ଦୀ ନଥିବାରୁ ନିର୍ବାଚନ ନାମକୁ ମାତ୍ର ହୋଇଥିଲା । ଦୀର୍ଘ ୨୩ ବର୍ଷ ଧରି ସଭାପତି ଭାବେ ବରିଷ୍ଠ ଆଇନଜୀବୀ ଚିତ୍ତରଞ୍ଜନ ଷଡ଼ଙ୍ଗୀ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇ ଆସୁଥିବା ବେଳେ ସୂଚାରୁ ରୂପେ କାର୍ଯ୍ୟ ତୁଲାଇ ଆସୁଛନ୍ତି । ତେଣୁ ତାଙ୍କ ବିରୋଧରେ କୌଣସି ପ୍ରତିଦ୍ୱନ୍ଦୀ ନଥିବାରୁ ସେ ସଭାପତି ଭାବରେ ନିର୍ବାଚିତ ହେବା ସହ ଉପସଭାପତି ଭାବେ ଯତୀନ୍ଦ୍ର ନାୟକ ଓ ଗୌରହରି ବେହେରା, ସମ୍ପାଦକ କିଶୋର କୁମାର ଦାସ, ସହସମ୍ପାଦକ ଜୟନ୍ତ କୁମାର ସ ଓ ସୁରେଶ କୁମାର ବାରିକ, କୋଷାଧ୍ୟକ୍ଷ ଦେବାନନ୍ଦ ଦାସ କାର୍ଯ୍ୟନିର୍ବାହୀ ସଭ୍ୟ ଭାବେ ବିଘ୍ନେଶ୍ୱର ବାରିକ, ସାଗରିକା ଷଡ଼ଙ୍ଗୀ, କାହ୍ନୁ ରଞ୍ଜନ ବାରିକ, ପ୍ରଶାନ୍ତ କୁମାର ମଲ୍ଲିକ, ତନୟ କୁମାର ପାତ୍ର ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ କାର୍ତ୍ତିକ କୁମାର ରାଉତ ସୂଚନା ଦେଇଛନ୍ତି ।