କଟକରେ ଚୋରା ବନ୍ଧୁକ ରାକେଟ୍‌ର ପର୍ଦ୍ଦାଫାଶ : ୪ଟି ବନ୍ଧୁକ ଜବତ, ୩ ବେପାରୀ ଗିରଫ

କଟକ ୧୧।୩: ନିର୍ବାଚନ ପାଇଁ ଅପରାଧୀଙ୍କ ପାଇଁ କମିଶନରେଟ ପୋଲିସ ଚଳାଇଛି ସ୍ପେଶାଲ ଡ୍ରାଇଭ । ସେହି ଡ୍ରାଇଭରେ କଟକ ସ୍ପେଶାଲ ସ୍କ୍ୱାର୍ଡକୁ ମିଳିଛି ବଡ ସଫଳତା । ପୋଲିସ ପଞ୍ଝାରେ ତିନି ବନ୍ଧୁକ ବେପାରୀ । ବନ୍ଧୁକ ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୪ଟି ବନ୍ଧୁକ ଓ ୧୨ ରାଉଣ୍ଡ ଗୁଳି ଜବତ କରିଛି ପୋଲିସ । ଏହି ଗ୍ୟାଙ୍ଗର ଅନ୍ୟ ଦୁଇ ଜଣ ଫେରାର ହୋଇଯାଇଥିବା ବେଳେ ସେମାନଙ୍କୁ ଗିରଫ କରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି । ତିନି ଅଭିଯୁକ୍ତ ହେଲେ କଟକର ବବୁଆ ଓରଫ ପ୍ରକାଶ ବେହେରା ଓ ଜଗତସିଂହପୁରର ପିଣ୍ଟୁ ଓରଫ ପ୍ୟାରୀମୋହନ ଦାସ ଓ ମିହିର ରାୟ । ଅଧିକ ତଦନ୍ତ ପାଇଁ ତିନି ଅଭିଯୁକ୍ତଙ୍କୁ ରିମାଣ୍ଡ ରେ ଅଣାଯିବ ବୋଲି କଟକ ଡିସିପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।ତିନି ଅଭିଯୁକ୍ତଙ୍କ ମଧ୍ୟରେ ପିଣ୍ଟୁ ହେଉଛି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ । ଅଭିଯୁକ୍ତମାନେ ବିହାର ମୁଙ୍ଗେରରୁ ବନ୍ଧୁକ ଆଣି ବେପାର କରିବା ସହ ନିକଟରେ ଏକ ଏଟିଏମ୍ ଗାଡି ଲୁଟ୍ କରିବା କରିଥିଲେ ମାଷ୍ଟର ପ୍ଲା ନ। ସ୍ପେଶାଲ ସ୍କ୍ୱାଡ୍ ଏସିପି ଅରୁଣ ସ୍ୱାଇଁ ଏହି ଖବର ପାଇବା ପରେ ନିଜ ଟିମ୍ ସହ ପ୍ରଥମେ ବବୁଆକୁ ଉଠାଇ ଆଣିଥିଲେ । ଆଉ ବବୁଆର ତଥ୍ୟ ଆଧାରରେ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ସମସ୍ତ ଅଭିଯୁକ୍ତ ନାଁରେ ୧୫ରୁ ଉର୍ଦ୍ଧ୍ବ ମାମଲା ରହିଥିବା ଡିସିପି କହିଛନ୍ତି । ଏହି ଗ୍ୟାଙ୍ଗର ଅନ୍ୟ ଦୁଇ ସଦସ୍ୟ ଫେରାର ହୋଇ ଯା

କଟକରେ ଚୋରା ବନ୍ଧୁକ ରାକେଟ୍‌ର ପର୍ଦ୍ଦାଫାଶ : ୪ଟି ବନ୍ଧୁକ ଜବତ, ୩ ବେପାରୀ ଗିରଫ

କଟକ ୩: ନିର୍ବାଚନ ପାଇଁ ଅପରାଧୀଙ୍କ ପାଇଁ କମିଶନରେଟ ପୋଲିସ ଚଳାଇଛି ସ୍ପେଶାଲ ଡ୍ରାଇଭ । ସେହି ଡ୍ରାଇଭରେ କଟକ ସ୍ପେଶାଲ ସ୍କ୍ୱାର୍ଡକୁ ମିଳିଛି ବଡ ସଫଳତା । ପୋଲିସ ପଞ୍ଝାରେ ତିନି ବନ୍ଧୁକ ବେପାରୀ । ବନ୍ଧୁକ ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୪ଟି ବନ୍ଧୁକ ଓ ୧୨ ରାଉଣ୍ଡ ଗୁଳି ଜବତ କରିଛି ପୋଲିସ । ଏହି ଗ୍ୟାଙ୍ଗର ଅନ୍ୟ ଦୁଇ ଜଣ ଫେରାର ହୋଇଯାଇଥିବା ବେଳେ ସେମାନଙ୍କୁ ଗିରଫ କରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି । ତିନି ଅଭିଯୁକ୍ତ ହେଲେ କଟକର ବବୁଆ ଓରଫ ପ୍ରକାଶ ବେହେରା ଓ ଜଗତସିଂହପୁରର ପିଣ୍ଟୁ ଓରଫ ପ୍ୟାରୀମୋହନ ଦାସ ଓ ମିହିର ରାୟ । ଅଧିକ ତଦନ୍ତ ପାଇଁ ତିନି ଅଭିଯୁକ୍ତଙ୍କୁ ରିମାଣ୍ଡ ରେ ଅଣାଯିବ ବୋଲି କଟକ ଡିସିପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ତିନି ଅଭିଯୁକ୍ତଙ୍କ ମଧ୍ୟରେ ପିଣ୍ଟୁ ହେଉଛି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ । ଅଭିଯୁକ୍ତମାନେ ବିହାର ମୁଙ୍ଗେରରୁ ବନ୍ଧୁକ ଆଣି ବେପାର କରିବା ସହ ନିକଟରେ ଏକ ଏଟିଏମ୍ ଗାଡି ଲୁଟ୍ କରିବା କରିଥିଲେ ମାଷ୍ଟର ପ୍ଲା ନ। ସ୍ପେଶାଲ ସ୍କ୍ୱାଡ୍ ଏସିପି ଅରୁଣ ସ୍ୱାଇଁ ଏହି ଖବର ପାଇବା ପରେ ନିଜ ଟିମ୍ ସହ ପ୍ରଥମେ ବବୁଆକୁ ଉଠାଇ ଆଣିଥିଲେ । ଆଉ ବବୁଆର ତଥ୍ୟ ଆଧାରରେ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ସମସ୍ତ ଅଭିଯୁକ୍ତ ନାଁରେ ୧୫ରୁ ଉର୍ଦ୍ଧ୍ବ ମାମଲା ରହିଥିବା ଡିସିପି କହିଛନ୍ତି । ଏହି ଗ୍ୟାଙ୍ଗର ଅନ୍ୟ ଦୁଇ ସଦସ୍ୟ ଫେରାର ହୋଇ ଯାଇଥିବା ବେଳେ ତାଙ୍କୁ ଗିରଫ କରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଥିବା ସାମ୍ବାଦିକ ସମ୍ମିଳନୀରେ କଟକ ଡିସିପି କହିଛନ୍ତି ।