କଟକରେ ଦୁର୍ଗାପୂଜା ଭସାଣୀ ପାଇଁ ପ୍ରସ୍ତୁତି, ଟ୍ରାଫିକ୍ କଟକଣା ଜାରି କଲା କମିସନରେଟ ପୋଲିସ

କଟକ: ସୋମବାର ହେବ ମା’ ଦୁର୍ଗାଙ୍କ ଭସାଣୀ ଉତ୍ସବ। ଧରାପୃଷ୍ଠରୁ ବିଦାୟ ନେବେ ଜଗତଜନନୀ ମା’ ଦୁର୍ଗା। ତେବେ ଦୁର୍ଗାପୂଜା ଭସାଣୀ ଯାତ୍ରା ଯେପରି ସୁରୁଖୁରୁରେ ସରିବ ସେନେଇ କଟକରେ କମିସନରେଟ ପୋଲିସ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଭସାଣୀ ଉପଲକ୍ଷେ ଯାନବାହନର ସୁନିୟନ୍ତ୍ରିତ ଚଳାଚଳ ତଥା ଜନସାଧାରଣ ଓ ପଥଚାରୀଙ୍କ ସୁବିଧା ଉଦ୍ଦେଶ୍ୟରେ ଓଡ଼ିଶା ଅର୍ବାନ ପୋଲିସ ଏବଂ ପୋଲିସ କମିସନରେଟ ପୋଲିସ ସକାଳ ୭ଟାରୁ ୧୫ ତାରିଖ ଦୁର୍ଗାପୂଜା ଭସାଣୀ ଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ଲାଗୁ କରାଯାଇଛି। ମେଢ଼ ଗୁଡ଼ିକ ମୁଖ୍ୟ ରାସ୍ତାରେ ସୂଚାର ରୂପେ ଯିବା ପାଇଁ କଲେଜନ ଛକ ଠାରୁ ବକ୍ସିବଜାର ଓ ତିନିକୋଣିଆ ବଗିଚା ଦେଇ ଚାନ୍ଦିନିଚୌକ ଛକ ପର୍ଯ୍ୟନ୍ତ, ଚୌଧୁରୀ ବଜାର ଛକରୁ ପୂର୍ଣ୍ଣ ସାହୁ ଛକ, ଯାଉଁଳିଆପାଟି ଓ ଫିରିଙ୍ଗି ବଜାର ଦେଇ ଦେବୀଗଡ଼ା ପର୍ଯ୍ୟନ୍ତ ଏବଂ କଟକ ଚଣ୍ଡୀ ଛକରୁ ଶେଖବଜାର ଓ ମହମ୍ମଦିଆ ବଜାର ରାସ୍ତାରେ ଚାନ୍ଦିନିଚୌକ ଛକ ପର୍ଯ୍ୟନ୍ତ ଯାଇଥିବା ମୁଖ୍ୟ ରାସ୍ତାରେ କୌଣସି ଯାନବାହନ ଯାଇପାରିବେନାହିଁ। କିନ୍ତୁ ମୁଖ୍ୟ ରାସ୍ତାର ଛକ ମାନଙ୍କରେ ମେଢ଼ ଯାଉନଥିବା ସମୟରେ ଗୋଟିଏ ପଟରୁ ଅନ୍ୟ ପଟକୁ ଟ୍ରାଫିକ ନିର୍ଦ୍ଦେଶ ଅନୁଯାୟୀ ଯାନବାହାନ ଯାଇପାରିବେ। ଏହା ବାଦ୍‌ ସହରରେ ଅନ୍ୟ ସ୍ଥାନ ମାନଙ୍କରେ ମଧ୍ୟ ଟ୍ରାଫିକ୍‌ କଟକଣା ଜାରି କରାଯାଇଛି। 

କଟକରେ ଦୁର୍ଗାପୂଜା ଭସାଣୀ ପାଇଁ ପ୍ରସ୍ତୁତି, ଟ୍ରାଫିକ୍ କଟକଣା ଜାରି କଲା କମିସନରେଟ ପୋଲିସ

କଟକ: ସୋମବାର ହେବ ମା’ ଦୁର୍ଗାଙ୍କ ଭସାଣୀ ଉତ୍ସବ। ଧରାପୃଷ୍ଠରୁ ବିଦାୟ ନେବେ ଜଗତଜନନୀ ମା’ ଦୁର୍ଗା। ତେବେ ଦୁର୍ଗାପୂଜା ଭସାଣୀ ଯାତ୍ରା ଯେପରି ସୁରୁଖୁରୁରେ ସରିବ ସେନେଇ କଟକରେ କମିସନରେଟ ପୋଲିସ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଭସାଣୀ ଉପଲକ୍ଷେ ଯାନବାହନର ସୁନିୟନ୍ତ୍ରିତ ଚଳାଚଳ ତଥା ଜନସାଧାରଣ ଓ ପଥଚାରୀଙ୍କ ସୁବିଧା ଉଦ୍ଦେଶ୍ୟରେ ଓଡ଼ିଶା ଅର୍ବାନ ପୋଲିସ ଏବଂ ପୋଲିସ କମିସନରେଟ ପୋଲିସ ସକାଳ ୭ଟାରୁ ୧୫ ତାରିଖ ଦୁର୍ଗାପୂଜା ଭସାଣୀ ଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ଲାଗୁ କରାଯାଇଛି। 

ମେଢ଼ ଗୁଡ଼ିକ ମୁଖ୍ୟ ରାସ୍ତାରେ ସୂଚାର ରୂପେ ଯିବା ପାଇଁ କଲେଜନ ଛକ ଠାରୁ ବକ୍ସିବଜାର ଓ ତିନିକୋଣିଆ ବଗିଚା ଦେଇ ଚାନ୍ଦିନିଚୌକ ଛକ ପର୍ଯ୍ୟନ୍ତ, ଚୌଧୁରୀ ବଜାର ଛକରୁ ପୂର୍ଣ୍ଣ ସାହୁ ଛକ, ଯାଉଁଳିଆପାଟି ଓ ଫିରିଙ୍ଗି ବଜାର ଦେଇ ଦେବୀଗଡ଼ା ପର୍ଯ୍ୟନ୍ତ ଏବଂ କଟକ ଚଣ୍ଡୀ ଛକରୁ ଶେଖବଜାର ଓ ମହମ୍ମଦିଆ ବଜାର ରାସ୍ତାରେ ଚାନ୍ଦିନିଚୌକ ଛକ ପର୍ଯ୍ୟନ୍ତ ଯାଇଥିବା ମୁଖ୍ୟ ରାସ୍ତାରେ କୌଣସି ଯାନବାହନ ଯାଇପାରିବେନାହିଁ। କିନ୍ତୁ ମୁଖ୍ୟ ରାସ୍ତାର ଛକ ମାନଙ୍କରେ ମେଢ଼ ଯାଉନଥିବା ସମୟରେ ଗୋଟିଏ ପଟରୁ ଅନ୍ୟ ପଟକୁ ଟ୍ରାଫିକ ନିର୍ଦ୍ଦେଶ ଅନୁଯାୟୀ ଯାନବାହାନ ଯାଇପାରିବେ। ଏହା ବାଦ୍‌ ସହରରେ ଅନ୍ୟ ସ୍ଥାନ ମାନଙ୍କରେ ମଧ୍ୟ ଟ୍ରାଫିକ୍‌ କଟକଣା ଜାରି କରାଯାଇଛି।