କଟକରେ ବର୍ଷା କୁଟୁଛି, ଭୁବନେଶ୍ବରରେ ମାଡି ଆସିଲାଣି କଳାହାଣ୍ଡିଆ ମେଘ

ଭୁବନେଶ୍ବର : ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତା ୩ ଘଣ୍ଟା ପାଇଁ ଟୁଇନସିଟି(କଟକ-ଭୁବନେଶ୍ବର)କୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଘୂର୍ଣ୍ଣିବଳୟ ପ୍ରଭାବରେ କଟକ-ଭୁବନେଶ୍ବରରେ ପ୍ରବଳ ବର୍ଷା ହେବ। ୭୦ ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବା ସହ ଦୃଶ୍ୟମାନ ଦୂରତା କମିବା ସହ ଆକସ୍ମିକ ବନ୍ୟା ସ୍ଥିତି ସୃଷ୍ଟି ହେବା ନେଇ ମଧ୍ୟ କହିଛି ପାଣିପାଗ ବିଭାଗ। ଏଥି ସହିତ ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ହେବା ସହ ପ୍ରଚଣ୍ଡ ବିଜୁଳି […]

କଟକରେ ବର୍ଷା କୁଟୁଛି, ଭୁବନେଶ୍ବରରେ ମାଡି ଆସିଲାଣି କଳାହାଣ୍ଡିଆ ମେଘ
heavy rain in the Twin Cities for the next 3 hours

ଭୁବନେଶ୍ବର : ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତା ୩ ଘଣ୍ଟା ପାଇଁ ଟୁଇନସିଟି(କଟକ-ଭୁବନେଶ୍ବର)କୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଘୂର୍ଣ୍ଣିବଳୟ ପ୍ରଭାବରେ କଟକ-ଭୁବନେଶ୍ବରରେ ପ୍ରବଳ ବର୍ଷା ହେବ। ୭୦ ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବା ସହ ଦୃଶ୍ୟମାନ ଦୂରତା କମିବା ସହ ଆକସ୍ମିକ ବନ୍ୟା ସ୍ଥିତି ସୃଷ୍ଟି ହେବା ନେଇ ମଧ୍ୟ କହିଛି ପାଣିପାଗ ବିଭାଗ। ଏଥି ସହିତ ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ହେବା ସହ ପ୍ରଚଣ୍ଡ ବିଜୁଳି ଘଡଘଡି ନେଇ ମଧ୍ୟ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ତେବେ ପାଣିପାଗ ବିଭାଗ ଆଲର୍ଟ ଜାରି କରିବା ସହ କଟକରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି। ବିଜୁଳି ଘଡଘଡି ସହ କଟକରେ ବର୍ଷା ଲାଗିରହିଥିବା ବେଳେ ରାଜଧାନୀ ଭୁବନେଶ୍ବରରେ କଳାହାଣ୍ଡିଆ ମେଘ ମାଡି ଆସିଛି। ହଠାତ ଅପରାହ୍ନରୁ କଳାହାଣ୍ଡିଆ ମେଘ ମାଡିଆସିବାରୁ ସନ୍ଧ୍ୟାର ଭ୍ରମ ସୃଷ୍ଟି କରିଛି। ଭୁବନେଶ୍ବର କିଛି କିଛି ସ୍ଥାନରେ ବର୍ଷା ମଧ୍ୟ ଆରମ୍ଭ ହୋଇଯାଇଥିବା ଜଣାପଡିଛି।

ସୂଚନାଯୋଗ୍ୟ ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ପ୍ରଭାବରେ ଆଜି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ମଧ୍ୟ ରହିଛି। ତେବେ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଛି। ସମ୍ଭାବ୍ୟ ଲଘୁଚାପ ଯୋଗୁଁ ରାଜ୍ୟରେ ପୁଣି ବର୍ଷାର ପରିମାଣ ବଢ଼ିବା ନେଇ ମଧ୍ୟ ପାଣିପାଗ ବିଭାଗ ସୂଚନା ଦେଇଛି। ଏଥିପାଇଁ ସୋମବାର କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି। ସେହିପରି ମଙ୍ଗଳବାର-ଗୁରୁବାର ମଧ୍ୟରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ କେନ୍ଦ୍ର ପକ୍ଷରୁ ଆଲର୍ଟ ଜାରି କରାଯାଇଛି।