କଟକରେ ସ୍ଥାପନ ହେଲା ଅଟଳଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି
କଟକ,୨୪।୧୨(ଶିଳ୍ପା ପ୍ରିୟଦର୍ଶିନୀ): କଟକ ବେଲଭ୍ୟୁ ଛକଠାରେ ସୋମବାର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳବିହାରୀ ବାଜପେୟୀଙ୍କ ଏକ ବ୍ରୋଞ୍ଜ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ପ୍ରତିମୂର୍ତ୍ତିର ଉନ୍ମୋଚନ କରିଛନ୍ତି। ଏଥିରେ ସମ୍ମାନିତ ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ। ବାଜପେୟୀଙ୍କ ଶତବାର୍ଷିକୀ ଜନ୍ମ ଜୟନ୍ତୀ ଉତ୍ସବ ପାଳନ ପୂର୍ବରୁ କଟକରେ ପ୍ରତିମୂର୍ତ୍ତି ସ୍ଥାପନ ହେବା ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ସମାନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରଥମ ଥର […] The post କଟକରେ ସ୍ଥାପନ ହେଲା ଅଟଳଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି appeared first on Dharitri Odia News.
କଟକ,୨୪।୧୨(ଶିଳ୍ପା ପ୍ରିୟଦର୍ଶିନୀ): କଟକ ବେଲଭ୍ୟୁ ଛକଠାରେ ସୋମବାର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳବିହାରୀ ବାଜପେୟୀଙ୍କ ଏକ ବ୍ରୋଞ୍ଜ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ପ୍ରତିମୂର୍ତ୍ତିର ଉନ୍ମୋଚନ କରିଛନ୍ତି। ଏଥିରେ ସମ୍ମାନିତ ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ। ବାଜପେୟୀଙ୍କ ଶତବାର୍ଷିକୀ ଜନ୍ମ ଜୟନ୍ତୀ ଉତ୍ସବ ପାଳନ ପୂର୍ବରୁ କଟକରେ ପ୍ରତିମୂର୍ତ୍ତି ସ୍ଥାପନ ହେବା ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ସମାନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ପ୍ରଥମ ଥର ପାଇଁ ଅଟଳଜୀଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି କଟକରେ ସ୍ଥାପନ କରାଯାଇଛି । କଟକର ଶିଳ୍ପୀ ସଞ୍ଜୀବ ବିଶ୍ୱାଳଙ୍କ ନେତୃତ୍ୱରେ ୨୨ଜଣ କାରିଗରଙ୍କ ଦ୍ୱାରା କାଠଗଡ଼ା ସାହିସ୍ଥିତ କାରଖାନାରେ ଏହି ମୂର୍ତ୍ତି ତିଆରି କରାଯାଇଛି। ୯୦ କୁଇଣ୍ଟାଲ ଓଜନର ଏହି ପ୍ରତିମୂର୍ତ୍ତିର ଉଚ୍ଚତା ୧୦ ଫୁଟ ୬ ଇଞ୍ଚ ରହିଛି।
The post କଟକରେ ସ୍ଥାପନ ହେଲା ଅଟଳଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି appeared first on Dharitri Odia News.