ସ୍କୁଲରୁ ଫେରୁଥିବାବେଳେ ଛାତ୍ରୀଙ୍କୁ ଜଙ୍ଗଲ ଭିତରକୁ ଟାଣି ନେଇ ବଳାତ୍କାର

କେନ୍ଦୁଝର, ୭।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ୍‌ ଅନ୍ତର୍ଗତ ଏକ ସ୍କୁଲରୁ ଛୁଟି ପରେ ଫେରୁଥିବା ଜଣେ ଛାତ୍ରୀ(୧୩)ଙ୍କୁ ବଳାତ୍କାର କରାଯାଇଚି। ଏ ନେଇ ପୀଡ଼ିତା ବାଂଶପାଳ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, ଶନିବାର ମଧ୍ୟାହ୍ନ ୧୨ଟାରେ ଶ୍ରେଣୀ ପରୀକ୍ଷା ସାରି ଛାତ୍ରୀ ଜଣକ ସ୍କୁଲ ଛୁଟି ପରେ ସାଙ୍ଗଙ୍କ ସହ କଲଣ୍ଡାସ୍ଥିତ ନିଜ ଭିଣୋଇଙ୍କ ଘରକୁ ଫେରୁଥିଲେ। ଏହି ସମୟରେ ସ୍ଥାନୀୟ […] The post ସ୍କୁଲରୁ ଫେରୁଥିବାବେଳେ ଛାତ୍ରୀଙ୍କୁ ଜଙ୍ଗଲ ଭିତରକୁ ଟାଣି ନେଇ ବଳାତ୍କାର appeared first on Dharitri Odia News.

ସ୍କୁଲରୁ ଫେରୁଥିବାବେଳେ ଛାତ୍ରୀଙ୍କୁ ଜଙ୍ଗଲ ଭିତରକୁ ଟାଣି ନେଇ ବଳାତ୍କାର

କେନ୍ଦୁଝର, ୭।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ୍‌ ଅନ୍ତର୍ଗତ ଏକ ସ୍କୁଲରୁ ଛୁଟି ପରେ ଫେରୁଥିବା ଜଣେ ଛାତ୍ରୀ(୧୩)ଙ୍କୁ ବଳାତ୍କାର କରାଯାଇଚି। ଏ ନେଇ ପୀଡ଼ିତା ବାଂଶପାଳ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, ଶନିବାର ମଧ୍ୟାହ୍ନ ୧୨ଟାରେ ଶ୍ରେଣୀ ପରୀକ୍ଷା ସାରି ଛାତ୍ରୀ ଜଣକ ସ୍କୁଲ ଛୁଟି ପରେ ସାଙ୍ଗଙ୍କ ସହ କଲଣ୍ଡାସ୍ଥିତ ନିଜ ଭିଣୋଇଙ୍କ ଘରକୁ ଫେରୁଥିଲେ। ଏହି ସମୟରେ ସ୍ଥାନୀୟ ଯୁବକ ଶକ୍ତି କାର୍ଜୀ ତାଙ୍କୁ ଅନୁସରଣ କରୁଥିଲେ। ସାଙ୍ଗମାନେ ଟିକେ ଆଗକୁ ପଳାଇଯିବାର ସୁଯୋଗ ନେଇ ଅଭିଯୁକ୍ତ ଛାତ୍ରୀଙ୍କୁ ଜଙ୍ଗଲ ଭିତରକୁ ଟାଣି ନେଇ ବଳାତ୍କାର କରିଥିଲେ। ଚିତ୍କାର ଶୁଣି ପାଖରେ ଥିବା ଲୋକେ ଆସିଯିବାରୁ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ପୀଡ଼ିତାଙ୍କ ଏତଲାକ୍ରମେ ଏକ ମାମଲା(ନଂ. ୨୦୦/୨୦୨୪) ରୁଜୁ ହୋଇଛି। ଅଭିଯୁକ୍ତଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ରବି ଶଙ୍କର ବୈଶ କହିଛନ୍ତି। ଜଣେ ଆଦିବାସୀ ଝିଅଙ୍କୁ ବଳାତ୍କାର କରିଥିବା ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରି ଦଣ୍ଡ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

The post ସ୍କୁଲରୁ ଫେରୁଥିବାବେଳେ ଛାତ୍ରୀଙ୍କୁ ଜଙ୍ଗଲ ଭିତରକୁ ଟାଣି ନେଇ ବଳାତ୍କାର appeared first on Dharitri Odia News.