କଟକରେ ଶାହାଙ୍କ ରୋଡ୍ ଶୋ’
କଟକ,୧୫ା୫: ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଉଭୟ ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନେ ଘନଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ବୁଧବାର ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ଅମିତ ଶାହା ଓଡ଼ିଶା ଗସ୍ତରେ ଆସି ଆଜି ପ୍ରଥମେ ଗଞ୍ଜାମରେ ଏକ ସମାବେଶକୁ ଉଦ୍ବୋଧନ ଦେଇଥିଲେ। ପରେ କଟକରେ ଆସି ରୋଡ୍ ଶୋ’ କରିଛନ୍ତି। କଟକ ଗୋପବନ୍ଧୁ ଛକରୁ ଶାହାଙ୍କ ରୋଡ୍ ଶୋ’ ଆରମ୍ଭ ହୋଇଛି। ୨ ଘଣ୍ଟା ଧରି ଏହି ରୋଡ୍ ଶୋ’ ଚାଲିବ। […] The post କଟକରେ ଶାହାଙ୍କ ରୋଡ୍ ଶୋ’ appeared first on Dharitri Odia News.
କଟକ,୧୫ା୫: ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଉଭୟ ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନେ ଘନଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ବୁଧବାର ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ଅମିତ ଶାହା ଓଡ଼ିଶା ଗସ୍ତରେ ଆସି ଆଜି ପ୍ରଥମେ ଗଞ୍ଜାମରେ ଏକ ସମାବେଶକୁ ଉଦ୍ବୋଧନ ଦେଇଥିଲେ। ପରେ କଟକରେ ଆସି ରୋଡ୍ ଶୋ’ କରିଛନ୍ତି। କଟକ ଗୋପବନ୍ଧୁ ଛକରୁ ଶାହାଙ୍କ ରୋଡ୍ ଶୋ’ ଆରମ୍ଭ ହୋଇଛି। ୨ ଘଣ୍ଟା ଧରି ଏହି ରୋଡ୍ ଶୋ’ ଚାଲିବ। ଏଥିରେ ଭାଜପାର କଟକ ଲୋକ ସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ, ବାରବାଟୀ-କଟକ ବିଧାନସଭା ପ୍ରାର୍ଥୀ ଡା. ପୂର୍ଣ୍ଣଚନ୍ଦ୍ର ମହାପାତ୍ର ମଧ୍ୟ ସାମିଲ ହୋଇଛି। ଏତଦ୍ବ୍ୟତୀତ ହଜାର ହଜାର ସଂଖ୍ୟାରେ ଭାଜପା କର୍ମୀ ଶାହାଙ୍କ ରୋଡ୍ ଶୋ’ରେ ସାମିଲ ହୋଇଛନ୍ତି।
The post କଟକରେ ଶାହାଙ୍କ ରୋଡ୍ ଶୋ’ appeared first on Dharitri Odia News.