ପତ୍ନୀ ଆରତୀଙ୍କୁ ଛାଡ଼ପତ୍ର ଦେବେ ସେହ୍ବାଗ? ୨୧ ବର୍ଷ ବୈବାହିକ ଜୀବନରେ ଝଡ଼…
ନୂଆଦିଲ୍ଲୀ,୨୩।୧: କ୍ରିକେଟଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହ୍ବାଗ ପତ୍ନୀ ଆରତୀ ଅହଲାଓ୍ବଟ୍ଙ୍କୁ ଛାଡ଼ପତ୍ର ଦେବାକୁ ଯାଉଛନ୍ତି। ଉଭୟଙ୍କ ୨୧ ବର୍ଷର ବୈବାହିକ ଜୀବନରେ ଝଡ଼ ସୃଷ୍ଟି ହୋଇଛି। ରିପୋର୍ଟ ମୁତାବକ, ସେହ୍ବାଗ-ଆରତୀ ପରସ୍ପରଠାରୁ ଏକ ବର୍ଷ ଧରି ଅଲଗା ରହୁଛନ୍ତି। ଏବେ ଦୁହେଁ ଦୁହିଁଙ୍କୁ ସୋସିଆଲ ମିଡିଆରେ ଅନ୍ଫଲୋ କରିଦେଇଛନ୍ତି। ଦେଖିବାକୁ ଗଲେ ସେହ୍ବାଗ ନିଜର ପାରିବାରିକ ଜୀବନକୁ ଗଣମାଧ୍ୟମଠାରୁ ଦୂରରେ ରଖିଥାନ୍ତି। କେବଳ କୌଣସି ଉତ୍ସବ ହେଲେ ପରିବାର […] The post ପତ୍ନୀ ଆରତୀଙ୍କୁ ଛାଡ଼ପତ୍ର ଦେବେ ସେହ୍ବାଗ? ୨୧ ବର୍ଷ ବୈବାହିକ ଜୀବନରେ ଝଡ଼… appeared first on Dharitri Odia News.
ନୂଆଦିଲ୍ଲୀ,୨୩।୧: କ୍ରିକେଟଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହ୍ବାଗ ପତ୍ନୀ ଆରତୀ ଅହଲାଓ୍ବଟ୍ଙ୍କୁ ଛାଡ଼ପତ୍ର ଦେବାକୁ ଯାଉଛନ୍ତି। ଉଭୟଙ୍କ ୨୧ ବର୍ଷର ବୈବାହିକ ଜୀବନରେ ଝଡ଼ ସୃଷ୍ଟି ହୋଇଛି।
ରିପୋର୍ଟ ମୁତାବକ, ସେହ୍ବାଗ-ଆରତୀ ପରସ୍ପରଠାରୁ ଏକ ବର୍ଷ ଧରି ଅଲଗା ରହୁଛନ୍ତି। ଏବେ ଦୁହେଁ ଦୁହିଁଙ୍କୁ ସୋସିଆଲ ମିଡିଆରେ ଅନ୍ଫଲୋ କରିଦେଇଛନ୍ତି।
ଦେଖିବାକୁ ଗଲେ ସେହ୍ବାଗ ନିଜର ପାରିବାରିକ ଜୀବନକୁ ଗଣମାଧ୍ୟମଠାରୁ ଦୂରରେ ରଖିଥାନ୍ତି। କେବଳ କୌଣସି ଉତ୍ସବ ହେଲେ ପରିବାର ସହ ସେ ଫଟୋ ଶେୟାର କରିଥାନ୍ତି। ଗତ ବର୍ଷ ଦୀପାବଳି ଅବସରରେ ସେ ମା’ ଏବଂ ବଡ଼ ପୁଅ ଆର୍ଯ୍ୟବୀରଙ୍କ ସହ ଫଟୋ ଶେୟାର କରିଥିଲେ। ସେଥିରେ ପତ୍ନୀ ଆରତୀ ଏବଂ ସାନ ପୁଅ ବେଦାନ୍ତ ନଜର ଆସି ନ ଥିଲା। ଏହାପରଠାରୁ ଉଭୟଙ୍କ ସମ୍ପର୍କରେ ତିକ୍ତତା ଆସିଥିବା କୁହାଯାଉଥିଲା। ଏବେ ଆରତୀ ସେହ୍ବାଗଙ୍କୁ ଅନଫଲୋ କରିବା ପରେ ଏଭଳି ଚର୍ଚ୍ଚା ବଢ଼ିଛି। ହେଲେ ଦୁହିଁଙ୍କ ପକ୍ଷରୁ କୌଣସି ଆଧିକାରୀକ ବୟାନ ଆସିନାହିଁ।
କହିରଖୁଛୁ, ପୂର୍ବରୁ କିଛି କ୍ରିକେଟର ପତ୍ନୀଙ୍କୁ ଛାଡ଼ପତ୍ର ଦେଇସାରିଛନ୍ତି। ଗତ ବର୍ଷ ହାର୍ଦ୍ଦିକ ପାଣ୍ଡ୍ୟା ପତ୍ନୀ ନତାଶା ଷ୍ଟେନକୋଭିକ୍ଙ୍କଠାରୁ ଅଲଗା ହୋଇଥିଲେ। ଏହାବ୍ୟତିତ ଯୁଜବେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମାଙ୍କ ଛାଡ଼ପତ୍ର ଖବର ଏବେ ବି ଖବରରେ ରହିଛି।
The post ପତ୍ନୀ ଆରତୀଙ୍କୁ ଛାଡ଼ପତ୍ର ଦେବେ ସେହ୍ବାଗ? ୨୧ ବର୍ଷ ବୈବାହିକ ଜୀବନରେ ଝଡ଼… appeared first on Dharitri Odia News.