କଟିଲା ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ଟିକେଟ୍: ବାପାଙ୍କ ଆସନରୁ ପୁଅ କରଣଙ୍କୁ ପ୍ରାର୍ଥୀ କଲା ବିଜେପି
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ କାସେରଗଞ୍ଜ ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ଟିକେଟ୍ କାଟିଲା ବିଜେପି। ତାଙ୍କ ସ୍ଥାନରେ ବ୍ରିଜ ଭୂଷଣଙ୍କ ପୁଅ କରଣଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି। ବ୍ରିଜ ଭୂଷଣଙ୍କ ବିରୋଧରେ କୁସ୍ତି ଯୋଦ୍ଧମାନେ ଯୌନ ନିର୍ଯାତନା ସହ ଏକାଧିକ ଅଭିଯୋଗ ଆଣିଥିବାରୁ ତାଙ୍କ ଟିକେଟ୍ କାଟି ତାଙ୍କ ପୁଅଙ୍କୁ ପ୍ରାର୍ଥୀ କରିଛି ବିଜେପି। ଯୌନ ନିର୍ଯାତନା ଭଳି ସଂଗୀନ ଅଭିଯୋଗ ଲାଗିଲା ପରେ ବିଜେପି ବ୍ରିଜ ଭୂଷଣଙ୍କୁ ଦଳରୁ ନିଲମ୍ବିତ କରି ନଥିଲା। ଏମିତିକି ବିବାଦୀୟ କୁସ୍ତି ସଂଘ ନିର୍ବାଚନ ମଧ୍ୟ ତାଙ୍କ ଘନିଷ୍ଠ ବନ୍ଧୁ ଜିତିିଥିଲେ। ଏହାପରେ ବ୍ରିଜ ଭୂଷଣ ଖୋଲାଖୋଲି ଭାବେ କହିଥିଲେ ଯେ ତାଙ୍କ ପତିଆରା ଥିଲା ଅଛି ରହିବ। ଏବେ ବିଜେପି ତାଙ୍କ ଆସନରୁ ତାଙ୍କ ପୁଅଙ୍କୁ ପ୍ରାର୍ଥୀ କରିଛି। ବ୍ରିଜ ଭୂଷଣଙ୍କ କଥା ରହିଛି। ସିଧା ସଳଖ ନହେଲେ ବି କ୍ଷମତା ବ୍ରିଜଭୂଷଣଙ୍କ ରାଜୁତି ହଟି ନାହିଁ। ଉତ୍ତର ପ୍ରଦେଶରୁ ଲଗାତର ୩ ଥର ନିର୍ବାଚନ ଜିତିଛନ୍ତି ବ୍ରିଜ ଭୂଷଣ ଶରଣ ସିଂହ। ୨୦୧୯ ନିର୍ବାଚନରେ ବ୍ରିଜ୍ ଭୂଷଣ କାସେରଗଞ୍ଜରୁ ୨ ଲକ୍ଷ ଭୋଟ୍ରେ ନିର୍ବାଚନ ଜିତିଥିଲେ। କରଣ ଭୂଷଣ ସିଂହ ହେଉଛନ୍ତି ବ୍ରିଜ ଭୂଷଣଙ୍କ ସାନ ପୁଅ। ସେ ବର୍ତ୍ତମାନ ଉତ୍ତର ପ୍ରଦେଶ କୁସ୍ତି ସଂଘର ଅଧ୍ୟକ୍ଷ ସାଙ୍ଗକୁ ଗୋଣ୍ଡା ନୱାବଗଞ୍ଜର କୋଅପରେଟିଭ ଭିଲେଜ୍ ଡେଭଲପମେଣ୍ଟ ବ୍ୟାଙ୍କର ମଧ୍ୟ ଅଧ୍ୟକ୍ଷ ଅଛନ୍ତି।ଏଥର ବିଜେପି ବ୍ରିଜ ଭୂଷଣଙ୍କ ଟିକେଟ୍ କାଟି
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ କାସେରଗଞ୍ଜ ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ଟିକେଟ୍ କାଟିଲା ବିଜେପି। ତାଙ୍କ ସ୍ଥାନରେ ବ୍ରିଜ ଭୂଷଣଙ୍କ ପୁଅ କରଣଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି। ବ୍ରିଜ ଭୂଷଣଙ୍କ ବିରୋଧରେ କୁସ୍ତି ଯୋଦ୍ଧମାନେ ଯୌନ ନିର୍ଯାତନା ସହ ଏକାଧିକ ଅଭିଯୋଗ ଆଣିଥିବାରୁ ତାଙ୍କ ଟିକେଟ୍ କାଟି ତାଙ୍କ ପୁଅଙ୍କୁ ପ୍ରାର୍ଥୀ କରିଛି ବିଜେପି।
ଯୌନ ନିର୍ଯାତନା ଭଳି ସଂଗୀନ ଅଭିଯୋଗ ଲାଗିଲା ପରେ ବିଜେପି ବ୍ରିଜ ଭୂଷଣଙ୍କୁ ଦଳରୁ ନିଲମ୍ବିତ କରି ନଥିଲା। ଏମିତିକି ବିବାଦୀୟ କୁସ୍ତି ସଂଘ ନିର୍ବାଚନ ମଧ୍ୟ ତାଙ୍କ ଘନିଷ୍ଠ ବନ୍ଧୁ ଜିତିିଥିଲେ। ଏହାପରେ ବ୍ରିଜ ଭୂଷଣ ଖୋଲାଖୋଲି ଭାବେ କହିଥିଲେ ଯେ ତାଙ୍କ ପତିଆରା ଥିଲା ଅଛି ରହିବ। ଏବେ ବିଜେପି ତାଙ୍କ ଆସନରୁ ତାଙ୍କ ପୁଅଙ୍କୁ ପ୍ରାର୍ଥୀ କରିଛି। ବ୍ରିଜ ଭୂଷଣଙ୍କ କଥା ରହିଛି। ସିଧା ସଳଖ ନହେଲେ ବି କ୍ଷମତା ବ୍ରିଜଭୂଷଣଙ୍କ ରାଜୁତି ହଟି ନାହିଁ।
ଉତ୍ତର ପ୍ରଦେଶରୁ ଲଗାତର ୩ ଥର ନିର୍ବାଚନ ଜିତିଛନ୍ତି ବ୍ରିଜ ଭୂଷଣ ଶରଣ ସିଂହ। ୨୦୧୯ ନିର୍ବାଚନରେ ବ୍ରିଜ୍ ଭୂଷଣ କାସେରଗଞ୍ଜରୁ ୨ ଲକ୍ଷ ଭୋଟ୍ରେ ନିର୍ବାଚନ ଜିତିଥିଲେ। କରଣ ଭୂଷଣ ସିଂହ ହେଉଛନ୍ତି ବ୍ରିଜ ଭୂଷଣଙ୍କ ସାନ ପୁଅ। ସେ ବର୍ତ୍ତମାନ ଉତ୍ତର ପ୍ରଦେଶ କୁସ୍ତି ସଂଘର ଅଧ୍ୟକ୍ଷ ସାଙ୍ଗକୁ ଗୋଣ୍ଡା ନୱାବଗଞ୍ଜର କୋଅପରେଟିଭ ଭିଲେଜ୍ ଡେଭଲପମେଣ୍ଟ ବ୍ୟାଙ୍କର ମଧ୍ୟ ଅଧ୍ୟକ୍ଷ ଅଛନ୍ତି।
ଏଥର ବିଜେପି ବ୍ରିଜ ଭୂଷଣଙ୍କ ଟିକେଟ୍ କାଟି ତାଙ୍କ ପୁଅଙ୍କୁ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଥିଲା। ଏ ନେଇ ବିଜେପି ହାଇକମାଣ୍ଡ ବ୍ରିଜ ଭୂଷଣଙ୍କ ଫୋନ୍ ଯୋଗେ କଥା ହୋଇ ପରାମର୍ଶ ମଧ୍ୟ ନେଇଥିବା ଶୁଣିବାକୁ ମିଳିଥିଲା।
ବିବାଦରେ ବ୍ରିଜ ଭୂଷଣ
କାସେରଗଞ୍ଜ ସାଂସଦ ତଥା ଦଶନ୍ଧୀ ଧରି ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ଥିବା ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ୫ କୁସ୍ତି ମହିଳା କୁସ୍ତି ଯୋଦ୍ଧା ଅସଦାଚରଣ ଓ ଯୌନ ନିର୍ଯାତନା ଅବିଯୋଗ ଆଣିଥିଲେ। ଏହାପରେ ଭାରତର ବହୁ ନାମୀଦାମୀ କୁସ୍ତି ଯୋଦ୍ଧା ଯଥା ବିନେଶ ଫୋଗାଟ, ସାକ୍ଷୀ ମଲ୍ଲିକ ଓ ବଜରଙ୍ଗ ପୁନିଆ ଆଦି ଦିଲ୍ଲୀ ଯନ୍ତରମନ୍ତରେ ବଡ଼ ଆନ୍ଦୋଳନ ମଧ୍ୟ କରିଥିଲେ। ମାସାଧିକ କାଳ ଆନ୍ଦୋଳନ କରିବା ପରେ ସରକାରଙ୍କ ପ୍ରତିଶ୍ରୁତିର ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା।
କୁସ୍ତି ଯୋଦ୍ଧାଙ୍କ ଆନ୍ଦୋଳନ ପରେ ଗତବର୍ଷ ଜୁନ ମାସରେ ବ୍ରିଜ ଭୂଷଣ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ଯାହା ବର୍ତ୍ତମାନ କୋର୍ଟରେ ଗଡ଼ୁଛି। ସୂଚନା ଥାଉକିସ ପଞ୍ଚମ ପର୍ଯ୍ୟା ଲୋକସଭା ନିର୍ବାଚନରେ କାସେରଗଞ୍ଜ ପାଇଁ ନିର୍ବାଚନ ହେବ। ମେ ୨୦ ତାରିଖରେ ଏହି ଆସନ ପାଇଁ ଭୋଟ୍ ପଡ଼ିବ।