ସ୍କୁଲ-କୋଚିଂ ସେଣ୍ଟର ବନ୍ଦ, ଶୁଖି ଗଲାଣି ବୋରୱେଲ...ପାଣି ପାଇଁ ଡହଳବିକଳ ବେଙ୍ଗାଲୁରୁରେ ‘ଏମର୍ଜେନ୍ସି’
ନୂଆଦିଲ୍ଲୀ: ଦିନେ ଗାର୍ଡେନ ସିଟି ନାଁରେ ପରିଚିତ ଥିବା ବେଙ୍ଗାଲୁରୁ ଏବେ ପାଣି ମୁନ୍ଦାଏ ପାଇଁ ଡହଳବିକଳ ହେଉଛି । ଗ୍ରୀଷ୍ମ ଆସିବା ପୂର୍ବରୁ ହିଁ ସହରରେ ଜଳ ସଂକଟ ଅଧିକ ହୋଇଛି । ଯାହା କେବେଳ ବେଙ୍ଗାଲୁରୁ ପାଇଁ ନୁହେଁ ବରଂ ସାରା ଦେଶ ପାଇଁ ଚିନ୍ତାର ବିଷୟ ଅଟେ । କିଛି ଅଞ୍ଚଳର ସ୍ଥିତି ଏତେ ଖରାପ ଯେ ଏଠାକାର କୋଚିଂ ସେଣ୍ଟର ଏବଂ ସ୍କୁଲ ପିଲାମାନଙ୍କୁ ଘରେ ରହି କ୍ଲାସ୍ କରିବାରୁ କହିଛନ୍ତି ।ବେଙ୍ଗାଲୁରୁର ବିଜୟନଗରରେ ସ୍ଥିତ କୋଚିଂ ସେଣ୍ଟର ନିଜ ଛାତ୍ରଛାତ୍ରୀଙ୍କୁ ଗୋଟିଏ ସପ୍ତାହ ଲାଗି ଜରୁରୀକାଳୀନ ସ୍ଥିତି ଯୋଗୁଁ ଅନଲାଇନ୍ କ୍ଲାସ କରିବାକୁ କହିଛି । ଅନ୍ୟପଟେ, ସହରର ବନ୍ନେରଘଟ୍ଟା ରୋଡ୍ ସ୍ଥିତ ଏକ ସ୍କୁଲ ବନ୍ଦ ହୋଇଛି । ସ୍କୁଲ ପ୍ରଶାସନ ଛାତ୍ରଙ୍କୁ ଭର୍ଚୁଆଲ୍ ମାଧ୍ୟମରେ କ୍ଲାସରେ ଯୋଗ ଦେବାକୁ କହିଛନ୍ତି ।ପଢନ୍ତୁ: ୫ ଟଙ୍କାରେ ୨୦ ଲିଟର: ଗାଧୋଇବାକୁ କଲବଲ ଲୋକେ, ବେଙ୍ଗାଲୁରୁରେ ପାଣି ପାଇଁ ହାହାକାରଜରୁରୀ ସ୍ଥିତି ଅର୍ଥାତ୍ ଗମ୍ଭୀର ଜଳ ସଂକଟ । କର୍ଣ୍ଣାଟକ ଚଳିତ ବର୍ଷ ଜଳ ସଂକଟର ସାମନା କରୁଛି । ଏହାର ଏକ କାରଣ ଗତ ବର୍ଷ କମ ବର୍ଷା ହେବା । ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ କମ ବର୍ଷ ପାଇଁ ଅଲ୍ ନିନୋ ପ୍ରଭାବକୁ ଦାୟୀ କରିଛି ।ବେଙ୍ଗାଲୁରୁର ସ୍ଥିତି କେତେ ଭୟଙ୍କର ରହିଛି ତାର ଅନୁମାନ ଏଥିରୁ କରାଯାଇ ପାରିବ ଯେ କୁମାରକୃପା ରୋଡ ସ୍ଥିତ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ କାର୍ଯ୍ୟାଳୟ ଭିତରେ
ନୂଆଦିଲ୍ଲୀ: ଦିନେ ଗାର୍ଡେନ ସିଟି ନାଁରେ ପରିଚିତ ଥିବା ବେଙ୍ଗାଲୁରୁ ଏବେ ପାଣି ମୁନ୍ଦାଏ ପାଇଁ ଡହଳବିକଳ ହେଉଛି । ଗ୍ରୀଷ୍ମ ଆସିବା ପୂର୍ବରୁ ହିଁ ସହରରେ ଜଳ ସଂକଟ ଅଧିକ ହୋଇଛି । ଯାହା କେବେଳ ବେଙ୍ଗାଲୁରୁ ପାଇଁ ନୁହେଁ ବରଂ ସାରା ଦେଶ ପାଇଁ ଚିନ୍ତାର ବିଷୟ ଅଟେ । କିଛି ଅଞ୍ଚଳର ସ୍ଥିତି ଏତେ ଖରାପ ଯେ ଏଠାକାର କୋଚିଂ ସେଣ୍ଟର ଏବଂ ସ୍କୁଲ ପିଲାମାନଙ୍କୁ ଘରେ ରହି କ୍ଲାସ୍ କରିବାରୁ କହିଛନ୍ତି ।
ବେଙ୍ଗାଲୁରୁର ବିଜୟନଗରରେ ସ୍ଥିତ କୋଚିଂ ସେଣ୍ଟର ନିଜ ଛାତ୍ରଛାତ୍ରୀଙ୍କୁ ଗୋଟିଏ ସପ୍ତାହ ଲାଗି ଜରୁରୀକାଳୀନ ସ୍ଥିତି ଯୋଗୁଁ ଅନଲାଇନ୍ କ୍ଲାସ କରିବାକୁ କହିଛି । ଅନ୍ୟପଟେ, ସହରର ବନ୍ନେରଘଟ୍ଟା ରୋଡ୍ ସ୍ଥିତ ଏକ ସ୍କୁଲ ବନ୍ଦ ହୋଇଛି । ସ୍କୁଲ ପ୍ରଶାସନ ଛାତ୍ରଙ୍କୁ ଭର୍ଚୁଆଲ୍ ମାଧ୍ୟମରେ କ୍ଲାସରେ ଯୋଗ ଦେବାକୁ କହିଛନ୍ତି ।
ପଢନ୍ତୁ: ୫ ଟଙ୍କାରେ ୨୦ ଲିଟର: ଗାଧୋଇବାକୁ କଲବଲ ଲୋକେ, ବେଙ୍ଗାଲୁରୁରେ ପାଣି ପାଇଁ ହାହାକାର
ଜରୁରୀ ସ୍ଥିତି ଅର୍ଥାତ୍ ଗମ୍ଭୀର ଜଳ ସଂକଟ । କର୍ଣ୍ଣାଟକ ଚଳିତ ବର୍ଷ ଜଳ ସଂକଟର ସାମନା କରୁଛି । ଏହାର ଏକ କାରଣ ଗତ ବର୍ଷ କମ ବର୍ଷା ହେବା । ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ କମ ବର୍ଷ ପାଇଁ ଅଲ୍ ନିନୋ ପ୍ରଭାବକୁ ଦାୟୀ କରିଛି ।
ବେଙ୍ଗାଲୁରୁର ସ୍ଥିତି କେତେ ଭୟଙ୍କର ରହିଛି ତାର ଅନୁମାନ ଏଥିରୁ କରାଯାଇ ପାରିବ ଯେ କୁମାରକୃପା ରୋଡ ସ୍ଥିତ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ କାର୍ଯ୍ୟାଳୟ ଭିତରେ ପାଣି ଟ୍ୟାଙ୍କର ରହିଛି । କେବଳ ଏତିକି ନୁହେଁ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ସଦାଶିବନଗର ସ୍ଥିତ ଘରେ ଥିବା ବୋରୱେଲ ମଧ୍ୟ ଶୁଖି ଯାଇଛି ।