କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି

ବରଗଡ଼, ୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାଣା ପ୍ରତାପ ସ୍କୁଲରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଛାତ୍ରୀଛାତ୍ରଙ୍କ ପରୀକ୍ଷାଫଳ  ପ୍ରକାଶ ପାଇଛି। ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ପଦ୍ମିନୀ ଗଡ଼ତିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ପରୀକ୍ଷାଫଳକୁ ପ୍ରକାଶ କରାଯାଇଥିଲା। କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ସୁଦୀପ କୁମାର ରଥ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଶିକ୍ଷୟିତ୍ରୀ ଗୀତା ଜାଲ, ତପସ୍ବିନୀ ତ୍ରିପାଠୀ, ବବିତା ନାଏକ, ସୁନୀତା ମିଶ୍ର, ଦୀପିକା କୁଲୁ ପ୍ରମୁଖ ଶିକ୍ଷୟିତ୍ରୀ ନିଜ ନିଜ […] The post କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି appeared first on Dharitri Odia News.

କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି

ବରଗଡ଼, ୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାଣା ପ୍ରତାପ ସ୍କୁଲରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଛାତ୍ରୀଛାତ୍ରଙ୍କ ପରୀକ୍ଷାଫଳ  ପ୍ରକାଶ ପାଇଛି। ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ପଦ୍ମିନୀ ଗଡ଼ତିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ପରୀକ୍ଷାଫଳକୁ ପ୍ରକାଶ କରାଯାଇଥିଲା। କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ସୁଦୀପ କୁମାର ରଥ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଶିକ୍ଷୟିତ୍ରୀ ଗୀତା ଜାଲ, ତପସ୍ବିନୀ ତ୍ରିପାଠୀ, ବବିତା ନାଏକ, ସୁନୀତା ମିଶ୍ର, ଦୀପିକା କୁଲୁ ପ୍ରମୁଖ ଶିକ୍ଷୟିତ୍ରୀ ନିଜ ନିଜ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପରୀକ୍ଷାଫଳ ଘୋଷଣା କରିଥିଲେ। ଅବସରପ୍ରାପ୍ତ ଶିକ୍ଷକ କପିଳ ବାଗ ଓ ସୁଦର୍ଶନ ବାରିକ ପ୍ରମୁଖ ଉପସ୍ଥିତ ରହି ପରୀକ୍ଷା ଫଳର ସମୀକ୍ଷା କରିବା ସହିତ କଠିନ ପରିଶ୍ରମ ଓ ଅଧ୍ୟବସାୟ ହିଁ ସଫଳତାର ଚାବିକାଠି ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଆସନ୍ତା ଏପ୍ରିଲ ମାସ ୨ତାରିଖରୁ ୫ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଶିଶୁ ବାଟିକାର ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବରେ ଯୋଗଦାନ ପାଇଁ ସମସ୍ତ ଅଭିଭାବକଙ୍କୁ ବିଦ୍ୟାଳୟ ତରଫରୁ ନିମନ୍ତ୍ରଣ କରାଯାଇଥିଲା ।

The post କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି appeared first on Dharitri Odia News.