କ’ଣ ଅଲଗା ହେବେ କି ନେହା-ରୋହନପ୍ରୀତ୍ ? କହିଲେ- ମୁଁ ନିଜକୁ ବହୁତ….

ମୁମ୍ଵାଇ ୦୮।୦୪: ବଲିଉଡ୍‌ର ଫେମସ୍‌ ସିଙ୍ଗର ନେହା କକ୍କଡ । ୨୦୨୦ରେ ସେ ରୋହନପ୍ରୀତଙ୍କୁ ବିବାହ କରିଥିଲେ। ତାହା ପୁଣି ଗ୍ରାଣ୍ଡ ୱେଡିଂ ଥିଲା। ବିବାହ ପରେ ଦୁହେଁ ଖୁବ୍‌ ଚର୍ଚ୍ଚାରେ ଥିଲେ। କହିବାକୁ ଗଲେ ଅନେକ ଥର ତାଙ୍କ ଛାଡପତ୍ର ଖବର ସାମ୍ନାକୁ ଆସିଛି। ହେଲେ ବର୍ତ୍ତମାନ ନେହାଙକ ସ୍ଵାମୀ ଏହି ଖବର ଉପରେ ରିଆକ୍ଟ କରିଛନ୍ତି। ତାଙ୍କ ବିବାହକୁ ନେଇ କିଛି ସେୟାର କରିଛନ୍ତି।ଏକ ସାକ୍ଷାତକାରରେ ରୋହନପ୍ରୀତ ସିଂ କହିଛନ୍ତି ନେହା ଏବଂ ମୋ ଭାଗ୍ୟ ଆରମ୍ଭରୁ ଦୁହେଁ ଦୁହିଁଙ୍କ ପାଇଁ ଲେଖାହୋଇଛି। ଆମେ ଦୁହେଁ ଏକ ମ୍ୟୁଜିକ ଭିଡିଓରେ ଦେଖା ହୋଇଥିଲୁ। ସେଠାରୁ ପରସ୍ପରର ନିକଟତର ହେବାକୁ ଲାଗିଲୁ। ଏହା ହିଁ ସବୁଠାରୁ ଭଲ ଜିନିଷ… ଯାହା ମୋ ସହ ହୋଇଛି। ମୁଁ ନିଜକୁ ବହୁତ ଭାଗ୍ୟବାନ ମନେ କରୁଛି।ଗତ ବର୍ଷ ଏଭଳି କିଛି ଖବର ଆସିଥିଲା । ଯେଉଁଥିରେ କୁହାଯାଇଥିଲା କି ବିବାହ ପରେ ଦୁହିଁଙ୍କ ମଧ୍ୟରେ କିଛି ସମସ୍ୟା ଚାଲିଛି। ରୋହନଙ୍କୁ ଯେତେବେଳେ ଏବିଷୟରେ ପଚରାଗଲା ତ ସେ କହିଥିଲେ- ମୁଁ ଏହି ଗୁଜବ ଉପରେ ଧ୍ୟାନ ଦିଏ ନାହିଁ । ଯଦି ଏଭଳି ଗସିପ୍ କରି କିଛି ଲୋକ ଖୁସି ହେଉଛନ୍ତି। ତାହାଲେ ତାଙ୍କ ପାଇଁ ଏହା ଭଲ କଥା। ନେହା ଏବଂ ମୁଁ ବହୁତ ଖୁସି ଅଛୁ।  ଆମେ ଦୁହେଁ ନିଜ କାମ ସହ ଆମ ସମ୍ପର୍କ ଉପରେ ଫୋକସ୍‌ କରୁଛୁ। ଯେତେବେଳେ ବି ମୁଁ ନେହାକୁ ଦେଖେ ସେତେବେଳେ ଲାଗେ ସେ କେତେ ପରିଶ୍ରମି ତାଙ୍କ ଠାରୁ ବହୁତ କିଛି ଶିଖିବା ଉ

କ’ଣ ଅଲଗା ହେବେ କି ନେହା-ରୋହନପ୍ରୀତ୍ ? କହିଲେ- ମୁଁ ନିଜକୁ ବହୁତ….

ମୁମ୍ଵାଇ ୦୮।୦୪: ବଲିଉଡ୍‌ର ଫେମସ୍‌ ସିଙ୍ଗର ନେହା କକ୍କଡ । ୨୦୨୦ରେ ସେ ରୋହନପ୍ରୀତଙ୍କୁ ବିବାହ କରିଥିଲେ। ତାହା ପୁଣି ଗ୍ରାଣ୍ଡ ୱେଡିଂ ଥିଲା। ବିବାହ ପରେ ଦୁହେଁ ଖୁବ୍‌ ଚର୍ଚ୍ଚାରେ ଥିଲେ। କହିବାକୁ ଗଲେ ଅନେକ ଥର ତାଙ୍କ ଛାଡପତ୍ର ଖବର ସାମ୍ନାକୁ ଆସିଛି। ହେଲେ ବର୍ତ୍ତମାନ ନେହାଙକ ସ୍ଵାମୀ ଏହି ଖବର ଉପରେ ରିଆକ୍ଟ କରିଛନ୍ତି। ତାଙ୍କ ବିବାହକୁ ନେଇ କିଛି ସେୟାର କରିଛନ୍ତି।

ଏକ ସାକ୍ଷାତକାରରେ ରୋହନପ୍ରୀତ ସିଂ କହିଛନ୍ତି ନେହା ଏବଂ ମୋ ଭାଗ୍ୟ ଆରମ୍ଭରୁ ଦୁହେଁ ଦୁହିଁଙ୍କ ପାଇଁ ଲେଖାହୋଇଛି। ଆମେ ଦୁହେଁ ଏକ ମ୍ୟୁଜିକ ଭିଡିଓରେ ଦେଖା ହୋଇଥିଲୁ। ସେଠାରୁ ପରସ୍ପରର ନିକଟତର ହେବାକୁ ଲାଗିଲୁ। ଏହା ହିଁ ସବୁଠାରୁ ଭଲ ଜିନିଷ… ଯାହା ମୋ ସହ ହୋଇଛି। ମୁଁ ନିଜକୁ ବହୁତ ଭାଗ୍ୟବାନ ମନେ କରୁଛି।

ଗତ ବର୍ଷ ଏଭଳି କିଛି ଖବର ଆସିଥିଲା । ଯେଉଁଥିରେ କୁହାଯାଇଥିଲା କି ବିବାହ ପରେ ଦୁହିଁଙ୍କ ମଧ୍ୟରେ କିଛି ସମସ୍ୟା ଚାଲିଛି। ରୋହନଙ୍କୁ ଯେତେବେଳେ ଏବିଷୟରେ ପଚରାଗଲା ତ ସେ କହିଥିଲେ- ମୁଁ ଏହି ଗୁଜବ ଉପରେ ଧ୍ୟାନ ଦିଏ ନାହିଁ । ଯଦି ଏଭଳି ଗସିପ୍ କରି କିଛି ଲୋକ ଖୁସି ହେଉଛନ୍ତି। ତାହାଲେ ତାଙ୍କ ପାଇଁ ଏହା ଭଲ କଥା। ନେହା ଏବଂ ମୁଁ ବହୁତ ଖୁସି ଅଛୁ।  ଆମେ ଦୁହେଁ ନିଜ କାମ ସହ ଆମ ସମ୍ପର୍କ ଉପରେ ଫୋକସ୍‌ କରୁଛୁ। ଯେତେବେଳେ ବି ମୁଁ ନେହାକୁ ଦେଖେ ସେତେବେଳେ ଲାଗେ ସେ କେତେ ପରିଶ୍ରମି ତାଙ୍କ ଠାରୁ ବହୁତ କିଛି ଶିଖିବା ଉଚିତ୍‌ । କହିବାକୁ ଗଲେ ରୋହନପ୍ରୀତ ବର୍ତ୍ତମାନ ସଂଗୀତ ରିଆଲିଟି ଶୋ ହୋଷ୍ଟ କରୁଛନ୍ତି।  ଏହି ଶୋରେ ନେହା ଜଜ୍‌ ଭାବେ ନଜର ଆସିଛନ୍ତି।