କ’ଣ ଏହି ମଡେଲଙ୍କୁ ଡେଟ୍‌ କରୁଛନ୍ତି ହନି ସିଂ? ଜନ୍ମଦିନ ପାର୍ଟିରେ ହାତ ଧରି…

ମୁମ୍ବାଇ: ପ୍ରେମରେ ପଡ଼ିଛନ୍ତି ଖ୍ୟାତନାମା ରାପର ହନି ସିଂ। ଜଣେ ମଡେଲଙ୍କ ପାଇଁ ତାଙ୍କ ହୃଦୟରେ ଗୀଟାର, ବୀଣା ବାଜିବା ଆରମ୍ଭ ହୋଇଛି। ସଂଗୀତ ଦୁନିଆରେ ଜବରଦସ୍ତ କମ୍‌ବ୍ୟାକ୍‌ ପରେ ଏବେ ବ୍ୟକ୍ତିଗତ ଜୀବନରେ ବି ଦୁଇପାଦ ଆଗକୁ ବଢ଼ିଛନ୍ତି। ଇଜିପ୍ଟର ମଡେଲ ଏମା ବାକରଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ନିକଟରେ ଏମାଙ୍କ ଜନ୍ମଦିନ ପଡ଼ିଥିଲା। ତାଙ୍କ ଏହି ଦିନକୁ ସ୍ବତନ୍ତ୍ର କରିବାକୁ ଅଣ୍ଟା ଭିଡିଥିଲେ ହନି। ଜନ୍ମଦିନ ପାର୍ଟି ଦେବା […] The post କ’ଣ ଏହି ମଡେଲଙ୍କୁ ଡେଟ୍‌ କରୁଛନ୍ତି ହନି ସିଂ? ଜନ୍ମଦିନ ପାର୍ଟିରେ ହାତ ଧରି… appeared first on Dharitri Odia News.

କ’ଣ ଏହି ମଡେଲଙ୍କୁ ଡେଟ୍‌ କରୁଛନ୍ତି ହନି ସିଂ? ଜନ୍ମଦିନ ପାର୍ଟିରେ ହାତ ଧରି…

ମୁମ୍ବାଇ: ପ୍ରେମରେ ପଡ଼ିଛନ୍ତି ଖ୍ୟାତନାମା ରାପର ହନି ସିଂ। ଜଣେ ମଡେଲଙ୍କ ପାଇଁ ତାଙ୍କ ହୃଦୟରେ ଗୀଟାର, ବୀଣା ବାଜିବା ଆରମ୍ଭ ହୋଇଛି। ସଂଗୀତ ଦୁନିଆରେ ଜବରଦସ୍ତ କମ୍‌ବ୍ୟାକ୍‌ ପରେ ଏବେ ବ୍ୟକ୍ତିଗତ ଜୀବନରେ ବି ଦୁଇପାଦ ଆଗକୁ ବଢ଼ିଛନ୍ତି। ଇଜିପ୍ଟର ମଡେଲ ଏମା ବାକରଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା।

ନିକଟରେ ଏମାଙ୍କ ଜନ୍ମଦିନ ପଡ଼ିଥିଲା। ତାଙ୍କ ଏହି ଦିନକୁ ସ୍ବତନ୍ତ୍ର କରିବାକୁ ଅଣ୍ଟା ଭିଡିଥିଲେ ହନି। ଜନ୍ମଦିନ ପାର୍ଟି ଦେବା ସହ ହାତରେ ଏମାଙ୍କ ହାତ ଧରି ସମୟ ବିତାଉଥିବା ନଜର ଆସିଛି। ଏହାର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଘୁରିବୁଲୁଛି। ଏଣୁ ପ୍ରଶଂସକ ସମ୍ପର୍କରେ ଏକ ପ୍ରକାର ମୋହର ମାରୁଛନ୍ତି।

 

View this post on Instagram

 

A post shared by Yo Yo Honey Singh (@yoyohoneysingh)

ପୂର୍ବରୁ ହନିଙ୍କ ନାମ ନୁସରତ ଭରୁଚାଙ୍କ ସହ ଯୋଡ଼ା ଯାଇଥିଲା। ଦୁହେଁ ପ୍ରେମରେ ପଡ଼ିଥିବା କୁହାଯାଇଥିଲା। ହେଲେ ଏନେଇ ଦୁହେଁ ମୁହଁ ଖୋଲି ନ ଥିଲେ। ଏବେ ହନିଙ୍କ ନାମ ଏମାଙ୍କ ସହ ଯୋଡ଼ା ଯିବା ପରେ ସେସବୁ ଗୁଜବ ପରି ମନେ ହେଉଛି। ତେବେ ଏ ସମ୍ପର୍କ ବିବାହ ଯାଏ ପହଞ୍ଚିବ କି ନାହିଁ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।

The post କ’ଣ ଏହି ମଡେଲଙ୍କୁ ଡେଟ୍‌ କରୁଛନ୍ତି ହନି ସିଂ? ଜନ୍ମଦିନ ପାର୍ଟିରେ ହାତ ଧରି… appeared first on Dharitri Odia News.