ବେଆଇନ୍ ଗ୍ୟାସ୍ ଗୋଦାମରେ ବିସ୍ଫୋରଣ, ସ୍ଥାନୀୟ ଲୋକ ଭୟଭୀତ
ବାଲେଶ୍ୱର ୧୨।୦୫ : ବେଆଇନ୍ ଗ୍ୟାସ୍ ଗୋଦାମରେ ଅଗ୍ନିକାଣ୍ଡ । ବାଲେଶ୍ୱର ବଳରାମଗଡ଼ ମେରାଇନ୍ ଥାନା ନାଉପାଳିଗଡ଼ିରେ ଥିବା ବେଆଇନ୍ ଗ୍ୟାସ୍ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ । ଯେଉଁଥିରେ ୮ରୁ ଅଧିକ ଗ୍ୟାସ୍ ଟାଙ୍କି ନଷ୍ଟ ହୋଇଯାଇଛି । ଖବର ଅନୁଯାୟୀ, ବଳରାମଗଡ଼ ମେରାଇନ୍ ଥାନା ନାଉପାଳିଗଡ଼ିରେ ଥିବା ଏକ ଗ୍ୟାସ୍ ଗୋଦାମ୍ରେ ହଠାତ୍ ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ୮ରୁ ଅଧିକ ଗ୍ୟାସ୍ ଟାଙ୍କି ଫାଟିଛି । ଭୟଙ୍କର ବିସ୍ଫୋରଣରେ ପୁରା ଅଞ୍ଚଳ ଥରିଉଠିଥିଲା । ଏପିରିକି ଯିଏ ଯେଉଁଠି ପାରିଲା, ସେଠାରେ ଥିବା ସୁରକ୍ଷିତ ସ୍ଥାନକୁ ଦୌଡ଼ିଲା । ଏତେ ଭୟଙ୍କର ବିସ୍ଫୋରଣରେ ୫ ଶହ ମିଟର ପର୍ଯ୍ୟନ୍ତ ଗ୍ୟାସ୍ ସିଲିଣ୍ଡର ଟୁକୁଡ଼ା ଫାଟି ପଡିଥିଲା । ଅନ୍ୟପଟେ ବିସ୍ଫୋରଣ ସଂପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା । ଶେଷରେ ଦୀର୍ଘ ସମୟରେ ପରିଶ୍ରମ ପରେ ନିଆଁ ଲିଭାଇବାରେ ସକ୍ଷମ ହୋଇଥିଲା ଅଗ୍ନିଶମ ବାହିନୀ । ସର୍ଟ ସର୍ଟିକ ଲାଗି ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି । ତେବେ ସୌଭାଗ୍ୟବଶତଃ ଏତେ ବଡ଼ ଅଘଟଣରେ କେହି ଆହତ ହୋଇନାହାନ୍ତି ।
ବାଲେଶ୍ୱର ୧୨।୦୫ : ବେଆଇନ୍ ଗ୍ୟାସ୍ ଗୋଦାମରେ ଅଗ୍ନିକାଣ୍ଡ । ବାଲେଶ୍ୱର ବଳରାମଗଡ଼ ମେରାଇନ୍ ଥାନା ନାଉପାଳିଗଡ଼ିରେ ଥିବା ବେଆଇନ୍ ଗ୍ୟାସ୍ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ । ଯେଉଁଥିରେ ୮ରୁ ଅଧିକ ଗ୍ୟାସ୍ ଟାଙ୍କି ନଷ୍ଟ ହୋଇଯାଇଛି ।

ଖବର ଅନୁଯାୟୀ, ବଳରାମଗଡ଼ ମେରାଇନ୍ ଥାନା ନାଉପାଳିଗଡ଼ିରେ ଥିବା ଏକ ଗ୍ୟାସ୍ ଗୋଦାମ୍ରେ ହଠାତ୍ ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ୮ରୁ ଅଧିକ ଗ୍ୟାସ୍ ଟାଙ୍କି ଫାଟିଛି । ଭୟଙ୍କର ବିସ୍ଫୋରଣରେ ପୁରା ଅଞ୍ଚଳ ଥରିଉଠିଥିଲା । ଏପିରିକି ଯିଏ ଯେଉଁଠି ପାରିଲା, ସେଠାରେ ଥିବା ସୁରକ୍ଷିତ ସ୍ଥାନକୁ ଦୌଡ଼ିଲା । ଏତେ ଭୟଙ୍କର ବିସ୍ଫୋରଣରେ ୫ ଶହ ମିଟର ପର୍ଯ୍ୟନ୍ତ ଗ୍ୟାସ୍ ସିଲିଣ୍ଡର ଟୁକୁଡ଼ା ଫାଟି ପଡିଥିଲା ।

ଅନ୍ୟପଟେ ବିସ୍ଫୋରଣ ସଂପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା । ଶେଷରେ ଦୀର୍ଘ ସମୟରେ ପରିଶ୍ରମ ପରେ ନିଆଁ ଲିଭାଇବାରେ ସକ୍ଷମ ହୋଇଥିଲା ଅଗ୍ନିଶମ ବାହିନୀ । ସର୍ଟ ସର୍ଟିକ ଲାଗି ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି । ତେବେ ସୌଭାଗ୍ୟବଶତଃ ଏତେ ବଡ଼ ଅଘଟଣରେ କେହି ଆହତ ହୋଇନାହାନ୍ତି ।