ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ,ବାତ୍ୟା ପାଇଁ ୨୩ରୁ ୨୮ ବନ୍ଦ ଥିଲା

ଶିମିଳିପାଳ ୨୯/୧୦: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । କିଛିଦିନର ବ୍ୟବଧାନ ପରେ ଆଜିଠୁ ପୁଣି ଖୋଲିଛି ଜାତୀୟ ଉଦ୍ୟାନ ଶିମିଳିପାଳ । ଏ ସୂଚନା ଦେଇଛନ୍ତି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନି ।  ବାତ୍ୟା ଦାନା ପାଇଁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଗତ ୨୩ରୁ ୨୮ ଯାଏ ସଂପୂର୍ଣ୍ଣ ବନ୍ଦ ରଖିଥିଲେ ଶିମିଳିପାଳ କର୍ତ୍ତୃପକ୍ଷ । ବାତ୍ୟା ଯୋଗୁ ରାସ୍ତାରେ ପାଣି ଚାଲୁଥିବାରୁ ପର୍ଯ୍ୟଟକଙ୍କ ଗାଡି ଯିବା ଆସିବା ସମ୍ଭବ ନଥିଲା । ମଙ୍ଗଳବାର ପାଗ ଶୁଖିଲା ହେବା ପରେ ଶିମିଳିପାଳ ଖୋଲିବା ସହ ପର୍ଯ୍ୟଟକଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିଛି ।