କ'ଣ ଗର୍ଭବତୀ ଅଛନ୍ତି କ୍ୟାଟ୍ରିନା ? ବେବି ପ୍ଲାନିଂକୁ ନେଇ ଘନିଷ୍ଠ ବନ୍ଧୁ କଲେ ଖୁଲାସା...
ମୁମ୍ଵାଇ ୧୮। ୦୫: ବଲିଉଡ ମୋଷ୍ଟ ଲଭବେଲ କପଲ ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫଙ୍କ। ଦୁହିଁଙ୍କ ବିବାହ ଦୁଇ ବର୍ଷ ବିତିଗଲାଣି। ବର୍ତ୍ତମାନ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ଯେ ଏହି କପଲ କେବେ ଖୁସି ଖବର ଦେବେ? ଏହାର କାରଣ ହେଉଛି ଯେତେବେଳେ ଭିକିଙ୍କ ପତ୍ନୀ କ୍ୟାଟ୍ରିନା ତାଙ୍କ ଜନ୍ମଦିନରେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ତାଙ୍କ ବାର୍ତ୍ତା ଦେଖି ଅଭିନେତ୍ରୀ ମାଆ ହେବାକୁ ଯାଉଛନ୍ତି କି ନାହିଁ ସବୁଆଡେ ଆଲୋଚନା ଆରମ୍ଭ ହୋଇଥିଲା। ସୋସିଆଲ ମିଡିଆରେ ମଧ୍ୟ କଳ୍ପନାଜଳ୍ପନା ହେଉଛି ଯେ ବୋଧହୁଏ କ୍ୟାଟ୍ରିନା ଏବଂ ବିକି ଏବେ ଦୁଇରୁ ତିନି ହେବାକୁ ଯାଉଛନ୍ତି। ଏହି ଖବର କେତେ ସତ ଅଛି? ତାହା ଆମେ କହି ପାରିବା ନାହିଁ କିନ୍ତୁ ଏହି ଗୁଜବ କେଉଁଠୁ ଆସିଛି ଏହା ଜଣାପଡିଛି। View this post on InstagramA post shared by Katrina Kaif (@katrinakaif)୧୬ ମେ’ ଭିକି କୋଶଲଙ୍କ ଜନ୍ମଦିନ ଥିଲା । ଏହି ବିଶେଷ ଅବସରରେ କ୍ୟାଟ୍ରିନା ତାଙ୍କ ସ୍ୱାମୀଙ୍କ ଫଟୋ ସେୟାର କରି ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଫଟୋ ଅପେକ୍ଷା ଅଭିନେତ୍ରୀଙ୍କ କ୍ୟାପସନରେ ଅଧିକ ଲୋକଙ୍କ ଧ୍ୟାନ ଆକର୍ଷଣ କରିଥିଲା। କ୍ୟାଟ୍ରିନା କ୍ୟାପସନରେ ୩ଟି ହାର୍ଟ ଏବଂ ୩ଟି କେକ୍ ଇମୋଜି ଦେଇଛନ୍ତି । ଠିକ୍ ସେତିକିବେଳେ ଏହାକୁ ଦେଖିବା ମାତ୍ରେ ଅଭିନେତ୍ରୀଙ୍କ ଗର୍ଭବତୀ ହେବାର ଖବର ଆସିବାକୁ ଲାଗିଲା । ସବୁଠି ଆଲୋଚନା ହୋଇଥିଲା କି କ୍ୟାଟ୍ରି
ମୁମ୍ଵାଇ ୧୮। ୦୫: ବଲିଉଡ ମୋଷ୍ଟ ଲଭବେଲ କପଲ ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫଙ୍କ। ଦୁହିଁଙ୍କ ବିବାହ ଦୁଇ ବର୍ଷ ବିତିଗଲାଣି। ବର୍ତ୍ତମାନ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ଯେ ଏହି କପଲ କେବେ ଖୁସି ଖବର ଦେବେ? ଏହାର କାରଣ ହେଉଛି ଯେତେବେଳେ ଭିକିଙ୍କ ପତ୍ନୀ କ୍ୟାଟ୍ରିନା ତାଙ୍କ ଜନ୍ମଦିନରେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ତାଙ୍କ ବାର୍ତ୍ତା ଦେଖି ଅଭିନେତ୍ରୀ ମାଆ ହେବାକୁ ଯାଉଛନ୍ତି କି ନାହିଁ ସବୁଆଡେ ଆଲୋଚନା ଆରମ୍ଭ ହୋଇଥିଲା। ସୋସିଆଲ ମିଡିଆରେ ମଧ୍ୟ କଳ୍ପନାଜଳ୍ପନା ହେଉଛି ଯେ ବୋଧହୁଏ କ୍ୟାଟ୍ରିନା ଏବଂ ବିକି ଏବେ ଦୁଇରୁ ତିନି ହେବାକୁ ଯାଉଛନ୍ତି। ଏହି ଖବର କେତେ ସତ ଅଛି? ତାହା ଆମେ କହି ପାରିବା ନାହିଁ କିନ୍ତୁ ଏହି ଗୁଜବ କେଉଁଠୁ ଆସିଛି ଏହା ଜଣାପଡିଛି।
୧୬ ମେ’ ଭିକି କୋଶଲଙ୍କ ଜନ୍ମଦିନ ଥିଲା । ଏହି ବିଶେଷ ଅବସରରେ କ୍ୟାଟ୍ରିନା ତାଙ୍କ ସ୍ୱାମୀଙ୍କ ଫଟୋ ସେୟାର କରି ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଫଟୋ ଅପେକ୍ଷା ଅଭିନେତ୍ରୀଙ୍କ କ୍ୟାପସନରେ ଅଧିକ ଲୋକଙ୍କ ଧ୍ୟାନ ଆକର୍ଷଣ କରିଥିଲା। କ୍ୟାଟ୍ରିନା କ୍ୟାପସନରେ ୩ଟି ହାର୍ଟ ଏବଂ ୩ଟି କେକ୍ ଇମୋଜି ଦେଇଛନ୍ତି । ଠିକ୍ ସେତିକିବେଳେ ଏହାକୁ ଦେଖିବା ମାତ୍ରେ ଅଭିନେତ୍ରୀଙ୍କ ଗର୍ଭବତୀ ହେବାର ଖବର ଆସିବାକୁ ଲାଗିଲା । ସବୁଠି ଆଲୋଚନା ହୋଇଥିଲା କି କ୍ୟାଟ୍ରିନା ଏବଂ ଭିକି ପ୍ରକୃତରେ ବେବି ପ୍ଲାନିଂ କରି ସାରିଛନ୍ତି କି?
ଗର୍ଭାବସ୍ଥାର ଗୁଜବର ଗୋଟିଏ କାରଣ ହେଉଛି କ୍ୟାଟ୍ରିନା ବର୍ତ୍ତମାନ ଲଣ୍ଡନରେ ଅଛନ୍ତି। ଭିକି କିଛି ଦିନ ପୂର୍ବରୁ ତାଙ୍କୁ ଭେଟିବାକୁ ଯାଇ ମୁମ୍ବାଇ ଫେରିଥିଲେ କିନ୍ତୁ କ୍ୟାଟ୍ରିନା ଏବେ ମଧ୍ୟ ଲଣ୍ଡନରେ ଅଛନ୍ତି। ଏଭଳି ପରିସ୍ଥିତିରେ କଳ୍ପନାଜଳ୍ପନା କରାଯାଉଛି ଯେ ବୋଧହୁଏ ଏହି ଦମ୍ପତି ସେମାନଙ୍କର ପ୍ରଥମ ସନ୍ତାନକୁ ୱେଲକମ୍ କରିବାକୁ ଯାଉଛନ୍ତି । ଏହି ଖବରକୁ ଲୋକଙ୍କୁ ଲୁଚାଉଛନ୍ତି। ଫଟୋ ଉପରେ କମେଣ୍ଟ ଦେଇ ଜଣେ ୟୁଜର୍ସ ଲେଖିଛନ୍ତି, 'ସେ ନିଶ୍ଚିତ ଭାବରେ ଗର୍ଭବତୀ ଅଛନ୍ତି। କହିବାକୁ ଗଲେ ଯେ କ୍ୟାଟ୍ରିନାଙ୍କ ଗର୍ଭଧାରଣ ଖବର ଅନେକ ଥର ଆସିଛି । ଏହାପୂର୍ବରୁ ଏହି ରିପୋର୍ଟରେ ଅଭିନେତ୍ରୀଙ୍କ ନିକଟତମ ବ୍ୟକ୍ତି ପ୍ରକାଶ କରିଥିଲେ ଯେ ଫରହାନ ଅଖତରଙ୍କ ଫିଲ୍ମ 'ଜି ଲେ ଜାରା'ର ସୁଟିଂ ଶେଷ ହେବା ପରେ କ୍ୟାଟ୍ରିନା ଏବଂ ଭିକି ବେବି ପ୍ଲାନିଂ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି।