କ’ଣ ପାଇଁ ରାଜନୀତି ଛାଡିଲେ ପାଣ୍ଡିଆନ୍: ନିଜେ କଲେ ଖୁଲାସା
ଭୁବନେଶ୍ୱର,୯।୬: ଗତ ନିର୍ବାଚନରେ ବିଜେଡିର ମଙ୍ଗ ଧରିଥିବା କାତ୍ତିକ ପାଣ୍ଡିଆନ ଶେଷରେ ରାଜନୀତିରୁ ଅବସର ନେଇଛନ୍ତି। ଏକ ଭିଡିଓ ବାର୍ତ୍ତାରେ ସେ ରାଜନୀତି ଛାଡୁଥିବା କଥା କହିଛନ୍ତି। ପରେ ଏକ ସାକ୍ଷାତକାରରେ ସେ ରାଜନୀତି ଛାଡିବାର ପ୍ରକୃତ କାରଣ ବିଷୟରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ମୁଁ ରାଜନୀତିକୁ କ୍ଷମତା ପାଇଁ ଆସି ନ ଥିଲି। ପ୍ରଚାର ସମୟରେ କିଛି ଲୋକ ରାଜନୈତିକ ଉଦ୍ଦେଶ୍ୟ ରଖି ଏଜେଣ୍ଟା ସୃଷ୍ଟି କରିବାକୁ ଚାହୁଁଥିଲେ। ମୁଁ ମୋ ଗୁରୁ(ନବୀନ ପଟ୍ଟନାୟକ)ଙ୍କୁ […] The post କ’ଣ ପାଇଁ ରାଜନୀତି ଛାଡିଲେ ପାଣ୍ଡିଆନ୍: ନିଜେ କଲେ ଖୁଲାସା appeared first on Dharitri Odia News.
ଭୁବନେଶ୍ୱର,୯।୬: ଗତ ନିର୍ବାଚନରେ ବିଜେଡିର ମଙ୍ଗ ଧରିଥିବା କାତ୍ତିକ ପାଣ୍ଡିଆନ ଶେଷରେ ରାଜନୀତିରୁ ଅବସର ନେଇଛନ୍ତି। ଏକ ଭିଡିଓ ବାର୍ତ୍ତାରେ ସେ ରାଜନୀତି ଛାଡୁଥିବା କଥା କହିଛନ୍ତି। ପରେ ଏକ ସାକ୍ଷାତକାରରେ ସେ ରାଜନୀତି ଛାଡିବାର ପ୍ରକୃତ କାରଣ ବିଷୟରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ମୁଁ ରାଜନୀତିକୁ କ୍ଷମତା ପାଇଁ ଆସି ନ ଥିଲି। ପ୍ରଚାର ସମୟରେ କିଛି ଲୋକ ରାଜନୈତିକ ଉଦ୍ଦେଶ୍ୟ ରଖି ଏଜେଣ୍ଟା ସୃଷ୍ଟି କରିବାକୁ ଚାହୁଁଥିଲେ। ମୁଁ ମୋ ଗୁରୁ(ନବୀନ ପଟ୍ଟନାୟକ)ଙ୍କୁ ସାହାଯ୍ୟ କରିବାକୁ ରାଜନୀତିରେ ଯୋଗ ଦେଇଥିଲି।
ରାଜନୀତି ଛାଡିବା ପରେ କ’ଣ କରିବେ ପ୍ରଶ୍ନରେ ସେ କହିଛନ୍ତି, ମୁଁ ଗୋଟିଏ ଦିନରେ ଗୋଟିଏ ବିଷୟରେ ଚିନ୍ତା କରେ, ଭବିଷ୍ୟତ ବିଷୟରେ କିଛି ଭାବେ ନାହିଁ। ମୁଁ ତାମିଲନାଡୁର ଏକ ଛୋଟିଏ ଗାଁରୁ ଆସିଥିଲି। ଅନେକ ସଂଘର୍ଷ ପରେ ସଫଳତା ପାଇଥିଲି। ଏହା ପରେ ମଧ୍ୟ ମୁଁ ମୋ ସ୍ବପ୍ନ ପୂରଣ କରି ପାରିଥିଲି। ମୁଁ ମୋ ଗୁରୁଙ୍କୁ ସହଯୋଗ କରିବା ପାଇଁ ରାଜନୀତିକୁ ଆସିଥିଲି। ଏଥିରୁ ଜାଣିପାରୁଥିବେ ମୁଁ ମୋ ଗୁରୁଙ୍କ ସହ କେତେ ଜଡିତ ଥିଲି। ଏବେ ମୁଁ ପେନ୍ସନ୍ରେ ବଞ୍ଚିବି, ଆଗକୁ ଅନ୍ୟ କିଛି କରିବାକୁ ଚେଷ୍ଟା କରିବି। କିନ୍ତୁ ଏବେ କିଛି ନିଷ୍ପତ୍ତି ନେଇନାହିଁ।
ଲୁଙ୍ଗି ପିନ୍ଧା ରାଜନୀତିକୁ ନେଇ ସେ କହିଛନ୍ତି, ସୋସିଆଲ ମିଡିଆ ବ୍ୟବହାର କରି ମୋତେ ବ୍ୟକ୍ତିଗତ ଆକ୍ଷେପ କରାଯାଇଛି। ଗତ ନିର୍ବାଚନରେ ବିଜେଡିର ଭୋଟ ହାର ମାତ୍ର ୩ ପ୍ରତିଶତ ହ୍ରାସ ପାଇଛି। ଏଥିପାଇଁ ଦଳ ପରାଜିତ ହେଇଛି। ନିର୍ବାଚନ ଫଳାଫଳ ଭଲ ହୋଇ ନ ଥିବାରୁ,ଏହାର ଦୋଷ ମୁଁ ନିଜେ ନେଉଛି। ଏହି କାରଣରୁ ମୁଁ ଇସ୍ତଫା ଦେଉଛି। ଦଳକୁ ଜିତାଇବା ପାଇଁ ମୁଁ ହୃଦୟରୁ କଠିତ ପରିଶ୍ରମ କରିଛି। କିନ୍ତୁ ଶେଷରେ ମୋର ଜନ୍ମସ୍ଥାନ ପରାଜୟର କାରଣ ସାଜିଲା, ଯାହା ଉପରେ ମୋର ନିୟନ୍ତ୍ରଣ ନାହିଁ।
Ex-IAS officer turned BJD Neta VK Pandian announces his retirement from active politics in this exclusive interview with @indiatoday Explains the reasons behind his decision. pic.twitter.com/7qSOPHplRv
— Rahul Kanwal (@rahulkanwal) June 9, 2024
The post କ’ଣ ପାଇଁ ରାଜନୀତି ଛାଡିଲେ ପାଣ୍ଡିଆନ୍: ନିଜେ କଲେ ଖୁଲାସା appeared first on Dharitri Odia News.