ବିମାନକୁ ବୋମା ଧମକ, ମଝି ଆକାଶରୁ ମାରିଲା ୟୁ-ଟର୍ଣ୍ଣ

ହାଇଦ୍ରାବାଦ,୧୬ା୬: ପୁଣି ବିମାନକୁ ମିଳିଛି ବୋମା ଧମକ। ଫଳରେ ଜର୍ମାନୀ ଫେରିଯାଇଛି ବିମାନ। ହାଇଦ୍ରାବାଦରେ ଅବତରଣ ପାଇଁ ଅନୁମତି ନ ମିଳିବାରୁ ମଝି ଆକାଶରୁ ୟୁ-ଟର୍ଣ୍ଣ ମାରି ଫେରିଯାଇଛି ବିମାନ। ଉଡ଼ାଣର କିଛି ଘଣ୍ଟା ଭିତରେ ବିମାନ ଫେରିଯାଇଛି। ଏନେଇ ହାଇଦ୍ରାବାଦ ବିମାନବନ୍ଦରର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବିମାନଟି ଭାରତୀୟ ବାୟୁକ୍ଷେତ୍ର ବାହାରେ ଥିବା ସମୟରେ ବୋମା ଧମକ ମିଳିଥିଲା। ଫଳସ୍ବରୂପ ବିମାନଟି ଭାରତୀୟ ଅଞ୍ଚଳରେ ପ୍ରବେଶ କରି ନ ଥିଲା ଏବଂ […] The post ବିମାନକୁ ବୋମା ଧମକ, ମଝି ଆକାଶରୁ ମାରିଲା ୟୁ-ଟର୍ଣ୍ଣ appeared first on Dharitri Odia News.

ବିମାନକୁ ବୋମା ଧମକ, ମଝି ଆକାଶରୁ ମାରିଲା ୟୁ-ଟର୍ଣ୍ଣ

ହାଇଦ୍ରାବାଦ,୧୬ା୬: ପୁଣି ବିମାନକୁ ମିଳିଛି ବୋମା ଧମକ। ଫଳରେ ଜର୍ମାନୀ ଫେରିଯାଇଛି ବିମାନ। ହାଇଦ୍ରାବାଦରେ ଅବତରଣ ପାଇଁ ଅନୁମତି ନ ମିଳିବାରୁ ମଝି ଆକାଶରୁ ୟୁ-ଟର୍ଣ୍ଣ ମାରି ଫେରିଯାଇଛି ବିମାନ। ଉଡ଼ାଣର କିଛି ଘଣ୍ଟା ଭିତରେ ବିମାନ ଫେରିଯାଇଛି। ଏନେଇ ହାଇଦ୍ରାବାଦ ବିମାନବନ୍ଦରର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ବିମାନଟି ଭାରତୀୟ ବାୟୁକ୍ଷେତ୍ର ବାହାରେ ଥିବା ସମୟରେ ବୋମା ଧମକ ମିଳିଥିଲା। ଫଳସ୍ବରୂପ ବିମାନଟି ଭାରତୀୟ ଅଞ୍ଚଳରେ ପ୍ରବେଶ କରି ନ ଥିଲା ଏବଂ ତା’ର ମୂଳ ସ୍ଥାନକୁ ଫେରି ଆସିଥିଲା।

ବିମାନର ଅପ୍ରତ୍ୟାଶିତ ଭାବରେ ପରିବର୍ତ୍ତନ ପ୍ରଶ୍ନ ଉଠାଇଥିଲା, କାରଣ ବିମାନ କମ୍ପାନୀ ଅବତରଣ କ୍ଲିୟରାନ୍ସର ଅଭାବକୁ ଦର୍ଶାଇଥିଲା, ଯେତେବେଳେ ବିମାନବନ୍ଦର କର୍ତ୍ତୃପକ୍ଷ ଏହି ଘଟଣାକୁ ବୋମା ଧମକ ବୋଲି ଦାୟୀ କରିଥିଲେ।

The post ବିମାନକୁ ବୋମା ଧମକ, ମଝି ଆକାଶରୁ ମାରିଲା ୟୁ-ଟର୍ଣ୍ଣ appeared first on Dharitri Odia News.