କ’ଣ ଭାଜପା ପାଇଁ ଭୋଟ ମାଗିବେ ମୋହନ ଭାଗବତ? ଆର୍‌ଏସ୍‌ଏସ୍‌ ମୁଖ୍ୟଙ୍କୁ କେଜ୍‌ରିଓ୍ବାଲଙ୍କ ଚିଠି

ନୂଆଦିଲ୍ଲୀ,୧।୧: ଦିଲ୍ଲୀରେ ବିଧାନସଭା ନିର୍ବାଚନ ନେଇ ଘୋଷଣା ହେବା ପୂର୍ବରୁ ରାଜନୀତି ସରଗରମ ହୋଇଛି। ଆମ ଆଦ୍‌ମୀ ପାର୍ଟୀର ରାଷ୍ଟ୍ରୀୟ ସଂଯୋଜକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତଙ୍କୁ ଚିଠି ଲେଖିଛନ୍ତି। ଚିଠିରେ କେଜ୍‌ରିଓ୍ବାଲ ଭାଗବତଙ୍କୁ ଅନେକ ପ୍ରଶ୍ନ ପଚାରିଛନ୍ତି। ଚିଠିରେ କେଜରିଓ୍ବାଲ କହିଛନ୍ତି, ଗଣମାଧ୍ୟମରେ ଏଭଳି ଖବର ପ୍ରକାଶ ପାଉଛି ଯେ ଆର୍‌ଏସ୍‌ଏସ୍‌ ଦିଲ୍ଲୀରେ ଭାଜପା ଲାଗି ଭୋଟ ମାଗିବ? ଏହା ପୂର୍ବରୁ ଲୋକ ଆପଣଙ୍କଠାରୁ ଜାଣିବାକୁ […] The post କ’ଣ ଭାଜପା ପାଇଁ ଭୋଟ ମାଗିବେ ମୋହନ ଭାଗବତ? ଆର୍‌ଏସ୍‌ଏସ୍‌ ମୁଖ୍ୟଙ୍କୁ କେଜ୍‌ରିଓ୍ବାଲଙ୍କ ଚିଠି appeared first on Dharitri Odia News.

କ’ଣ ଭାଜପା ପାଇଁ ଭୋଟ ମାଗିବେ ମୋହନ ଭାଗବତ? ଆର୍‌ଏସ୍‌ଏସ୍‌ ମୁଖ୍ୟଙ୍କୁ କେଜ୍‌ରିଓ୍ବାଲଙ୍କ ଚିଠି

ନୂଆଦିଲ୍ଲୀ,୧।୧: ଦିଲ୍ଲୀରେ ବିଧାନସଭା ନିର୍ବାଚନ ନେଇ ଘୋଷଣା ହେବା ପୂର୍ବରୁ ରାଜନୀତି ସରଗରମ ହୋଇଛି। ଆମ ଆଦ୍‌ମୀ ପାର୍ଟୀର ରାଷ୍ଟ୍ରୀୟ ସଂଯୋଜକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତଙ୍କୁ ଚିଠି ଲେଖିଛନ୍ତି। ଚିଠିରେ କେଜ୍‌ରିଓ୍ବାଲ ଭାଗବତଙ୍କୁ ଅନେକ ପ୍ରଶ୍ନ ପଚାରିଛନ୍ତି।

ଚିଠିରେ କେଜରିଓ୍ବାଲ କହିଛନ୍ତି, ଗଣମାଧ୍ୟମରେ ଏଭଳି ଖବର ପ୍ରକାଶ ପାଉଛି ଯେ ଆର୍‌ଏସ୍‌ଏସ୍‌ ଦିଲ୍ଲୀରେ ଭାଜପା ଲାଗି ଭୋଟ ମାଗିବ? ଏହା ପୂର୍ବରୁ ଲୋକ ଆପଣଙ୍କଠାରୁ ଜାଣିବାକୁ ଚାହାନ୍ତି ଯେ ଗତ କିଛିଦିନରେ ଭାଜପା ଯେଉଁ ଭୁଲ କାମ କରିଛି, କ’ଣ ସଂଘ ସେସବୁର ସମର୍ଥନ କରୁଛି?

କେଜରିଓ୍ବାଲ ପଚାରିଛନ୍ତି ଯେ, ଭାଜପାର ନେତା ଖୋଲାଖୋଲି ଟଙ୍କା ବାଣ୍ଟି ଭୋଟ କିଣୁଛନ୍ତି, କ’ଣ ଆର୍‌ଏସ୍‌ଏସ୍‌ ଭୋଟ କିଣିବାକୁ ସମର୍ଥନ କରୁଛି?କେଜ୍‌ରିଓ୍ବାଲ କହିଛନ୍ତି ଯେ ଗରିବ, ଦଳିତ, ପୂର୍ବାଞ୍ଚଳ ଏବଂ ବସ୍ତିରେ ରହୁଥିବା ଲୋକଙ୍କ ଭୋଟ କାଟିବାକୁ ଯୋଜନା କରାଯାଉଛି। ହେଲେ ଏହି ଲୋକମାନେ ବର୍ଷ ବର୍ଷ ଧରି ଦିଲ୍ଲୀରେ ରହୁଛନ୍ତି, ଏମିତିରେ କ’ଣ ଆର୍‌ଏସ୍‌ଏସ୍‌କୁ ଲାଗୁଛି ଯେ ଏଭଳି କରିବା ଭାରତର ଗଣତନ୍ତ୍ର ଲାଗି ଶୁଭଙ୍କର? କ’ଣ ଏଭଳି କରି ଭାଜପା ଗଣତନ୍ତ୍ରକୁ ଦୁର୍ବଳ କରୁଥିବା ମନେ ହେଉ ନାହିଁ କି ବୋଲି ଶେଷରେ ସେ ପଚାରିଛନ୍ତି।

ସୋମବାର ଆପ୍‌ର ମୁଖପାତ୍ର ପ୍ରିୟଙ୍କା କକ୍କଡ ଭାଜପା ଉପରେ ଅଭିଯୋଗ କରିଛନ୍ତି ଯେ ଶାହାଦରା ବିଧାନସଭା ଅଞ୍ଚଳରୁ ଭାଜପା ନେତା ବିଶାଳ ଭରଦ୍ୱାଜ ମତଦାତାମାନଙ୍କ ନାମ ହଟାଇବାକୁ ଚେଷ୍ଟା କରୁଛନ୍ତି। ଭାଜପାର ପୂର୍ବତନ ଏମ୍‌ପି ପରବେଶ ବର୍ମା ନୂଆଦିଲ୍ଲୀ ବିଧାନସଭା ଅଞ୍ଚଳରେ ଭୋଟ ଲାଗି ଟଙ୍କା ବାଣ୍ଟିବା ଅଭିଯୋଗ ନେଇ ଦିଲ୍ଲୀ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି।

The post କ’ଣ ଭାଜପା ପାଇଁ ଭୋଟ ମାଗିବେ ମୋହନ ଭାଗବତ? ଆର୍‌ଏସ୍‌ଏସ୍‌ ମୁଖ୍ୟଙ୍କୁ କେଜ୍‌ରିଓ୍ବାଲଙ୍କ ଚିଠି appeared first on Dharitri Odia News.