କଣ୍ଟେନରରୁ ଗୋମାଂସ ଜବତ, ଡ୍ରାଇଭର ଅଟକ

ଖନ୍ତାପଡ଼ା: ବାଲେଶ୍ୱର ଖନ୍ତାପଡ଼ା ଥାନା ପଣପଣା ପଂଚାୟତର ଏକ ପେଟ୍ରୋଲ ପମ୍ପ ନିକଟରେ ଗୋ ମାଂସ ସନ୍ଦେହରେ ଏକ କଣ୍ଟେନରକୁ ଅଟକ ରଖିଛି ଖନ୍ତାପଡ଼ା ପୋଲିସ। ଖବରପାଇ ଖନ୍ତାପଡ଼ା ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ବିଳମ୍ବିତ ରାତିରେ କୋଲକାତାରୁ ବେଙ୍ଗାଲୁରୁ କଣ୍ଟେନରରେ ମାଂସ ଚାଲାଣ ହେଉଥିବାବେଳେ ପୋଲିସ ଜବତ କରିଛି। କଣ୍ଟେନର ଡ୍ରାଇଭରକୁ ପୋଲିସ ଅଟକ ରଖି ପଚରାଉଚୁରା ଜାରି ରଖିଛି। ସୂଚନା ଅନୁଯାୟୀ, ଆଜି ମାଜିଷ୍ଟେ୍ରଟ ଓ ପଶୁ ଚିକିତ୍ସକଙ୍କ ଉପସ୍ଥିତିରେ ଏହି କଣ୍ଟେନରକୁ […] The post କଣ୍ଟେନରରୁ ଗୋମାଂସ ଜବତ, ଡ୍ରାଇଭର ଅଟକ appeared first on Odisha.News.

କଣ୍ଟେନରରୁ ଗୋମାଂସ ଜବତ, ଡ୍ରାଇଭର ଅଟକ

ଖନ୍ତାପଡ଼ା: ବାଲେଶ୍ୱର ଖନ୍ତାପଡ଼ା ଥାନା ପଣପଣା ପଂଚାୟତର ଏକ ପେଟ୍ରୋଲ ପମ୍ପ ନିକଟରେ ଗୋ ମାଂସ ସନ୍ଦେହରେ ଏକ କଣ୍ଟେନରକୁ ଅଟକ ରଖିଛି ଖନ୍ତାପଡ଼ା ପୋଲିସ। ଖବରପାଇ ଖନ୍ତାପଡ଼ା ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ।

ତେବେ ବିଳମ୍ବିତ ରାତିରେ କୋଲକାତାରୁ ବେଙ୍ଗାଲୁରୁ କଣ୍ଟେନରରେ ମାଂସ ଚାଲାଣ ହେଉଥିବାବେଳେ ପୋଲିସ ଜବତ କରିଛି। କଣ୍ଟେନର ଡ୍ରାଇଭରକୁ ପୋଲିସ ଅଟକ ରଖି ପଚରାଉଚୁରା ଜାରି ରଖିଛି।

ସୂଚନା ଅନୁଯାୟୀ, ଆଜି ମାଜିଷ୍ଟେ୍ରଟ ଓ ପଶୁ ଚିକିତ୍ସକଙ୍କ ଉପସ୍ଥିତିରେ ଏହି କଣ୍ଟେନରକୁ ଖୋଲାଯାଇ ଭିତରେ ଥିବା ସାମଗ୍ରୀକୁ ଯାଞ୍ଚ କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଜଣାପଡିଛି।

ଏକ ବିଲରେ ଥିବା ଏହି କଣ୍ଟେନରରେ ମଟନ ବୋନଲେସ ଲେଖାଥିବା ବେଳେ ଏଥିରେ ୭୮୫୪ କେଜି ସାମଗ୍ରୀ ରହିଛି। ଯାହାର ମୂଲ୍ୟ ୨୭ ଲକ୍ଷ ଟଙ୍କାର ହେବ ବୋଲି ଲେଖାହୋଇଥିବା ଦେଖିବାକୁ ମିଳିଛି।

The post କଣ୍ଟେନରରୁ ଗୋମାଂସ ଜବତ, ଡ୍ରାଇଭର ଅଟକ appeared first on Odisha.News.