ତିହାର ଜେଲରୁ ବାହାରିଲେ କୁସ୍ତିଯୋଦ୍ଧା ସୁଶୀଲ କୁମାର
ନୂଆଦିଲ୍ଲୀ: ଅଲିମ୍ପିକ୍ ପଦକ ବିଜେତା କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ଜାମିନ ମିଳିବା ପରେ ତିହାର ଜେଲରୁ ବାହାରିଛନ୍ତି। ସେ ପ୍ରାୟ ସାଢ଼େ ୩ ବର୍ଷ ଧରି ଜେଲରେ ଥିଲେ। ଏହା ପୂର୍ବରୁ ୨୦୨୩ ମସିହା ଜୁଲାଇ ମାସରେ ଆଣ୍ଠୁ ଅସ୍ତ୍ରୋପଚାର ପାଇଁ ତାଙ୍କୁ ସାତ ଦିନ ଲାଗି ଅନ୍ତରୀଣ ଜାମିନ ଦିଆଯାଇଥିଲା। ଜଷ୍ଟିସ୍ ସଞ୍ଜୀବ ନରୁଲାଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ସୁଶୀଲ କୁମାରଙ୍କୁ ୫୦,୦୦୦ ଟଙ୍କାର ବ୍ୟକ୍ତିଗତ ମୁଚଲିକା ଦାଖଲ କରିବା ସର୍ତ୍ତରେ ଜାମିନ ପ୍ରଦାନ କରିଥିଲେ। ଜୁନିଅର […] The post ତିହାର ଜେଲରୁ ବାହାରିଲେ କୁସ୍ତିଯୋଦ୍ଧା ସୁଶୀଲ କୁମାର appeared first on Odisha.News.
ନୂଆଦିଲ୍ଲୀ: ଅଲିମ୍ପିକ୍ ପଦକ ବିଜେତା କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ଜାମିନ ମିଳିବା ପରେ ତିହାର ଜେଲରୁ ବାହାରିଛନ୍ତି। ସେ ପ୍ରାୟ ସାଢ଼େ ୩ ବର୍ଷ ଧରି ଜେଲରେ ଥିଲେ। ଏହା ପୂର୍ବରୁ ୨୦୨୩ ମସିହା ଜୁଲାଇ ମାସରେ ଆଣ୍ଠୁ ଅସ୍ତ୍ରୋପଚାର ପାଇଁ ତାଙ୍କୁ ସାତ ଦିନ ଲାଗି ଅନ୍ତରୀଣ ଜାମିନ ଦିଆଯାଇଥିଲା।
ଜଷ୍ଟିସ୍ ସଞ୍ଜୀବ ନରୁଲାଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ସୁଶୀଲ କୁମାରଙ୍କୁ ୫୦,୦୦୦ ଟଙ୍କାର ବ୍ୟକ୍ତିଗତ ମୁଚଲିକା ଦାଖଲ କରିବା ସର୍ତ୍ତରେ ଜାମିନ ପ୍ରଦାନ କରିଥିଲେ। ଜୁନିଅର କୁସ୍ତିଯୋଦ୍ଧା ସାଗର ଧନଖରଙ୍କ ହତ୍ୟା ଅଭିଯୋଗରେ ସୁଶୀଲ କୁମାରଙ୍କୁ ମେ ୨୦୨୧ରେ ଗିରଫ କରାଯାଇଥିଲା। ଯାହା ପରଠାରୁ ସେ ଜେଲରେ ଥିଲେ।
୨୦୨୧ ମସିହାରେ ଦିଲ୍ଲୀର ଛତ୍ରସାଲ ଷ୍ଟାଡିୟମରେ ଏହି କାଣ୍ଡ ଘଟିଥିଲା। ସାଗର ଧନଖରଙ୍କ ମୃତ୍ୟୁ ମାମଲାରେ ସୁଶୀଲ କୁମାର ଏବଂ ତାଙ୍କ ସହଯୋଗୀମାନଙ୍କୁ ଗିରଫ କରାଯାଇଥିଲା।
The post ତିହାର ଜେଲରୁ ବାହାରିଲେ କୁସ୍ତିଯୋଦ୍ଧା ସୁଶୀଲ କୁମାର appeared first on Odisha.News.