ଜେଲ ଗଲେ ଲାଞ୍ଚୁଆ ତହସିଲଦାର
ରାୟଗଡା:ଲାଞ୍ଚୁଆ ତହସିଦାର ଜେଲ ଗଲେ।ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ୍ ତହସିଲଦାର ବିଚିତ୍ରାନନ୍ଦ ନାୟକ ଙ୍କୁ ରାୟଗଡ଼ା ଭିଜିଲାନ୍ସ ବିଭାଗ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ ଜଣେ ହିତାଧିକାରୀଙ୍କ ଠାରୁ ଟଙ୍କା ନେଇ ଚତୁରତାର ଫେରାର ହେବା ବେଳକୁ ଭିଜିଲାନ୍ସ ବିଭାଗ କାବୁ କରି ତହସିଦାରଙ୍କୁ ଗିରଫ କରିଛି। ତାଙ୍କୁ ଗିରଫ କରିବା ପୂର୍ବରୁ ସେ ଉଦ୍ଦେଶ୍ଯ ମୂଳକ ଭାବେ ନିଜ ଗାଡି ଦ୍ଵାରା ଭିଜିଲାନ୍ସ କର୍ମଚାରୀଙ୍କୁ ଆକ୍ରମଣ ମଧ୍ୟ କରିଥିଲେ।ଏହି ଘଟଣାରୁ ନିଶ୍ଚିତ ମୃତ୍ୟୁ ମୁଖରୁ […] The post ଜେଲ ଗଲେ ଲାଞ୍ଚୁଆ ତହସିଲଦାର appeared first on Odisha.News.

ରାୟଗଡା:ଲାଞ୍ଚୁଆ ତହସିଦାର ଜେଲ ଗଲେ।ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ୍ ତହସିଲଦାର ବିଚିତ୍ରାନନ୍ଦ ନାୟକ ଙ୍କୁ ରାୟଗଡ଼ା ଭିଜିଲାନ୍ସ ବିଭାଗ ଗିରଫ କରିଛି।
ମିଳିଥିବା ସୂଚନା ଅନୁଯାୟୀ ଜଣେ ହିତାଧିକାରୀଙ୍କ ଠାରୁ ଟଙ୍କା ନେଇ ଚତୁରତାର ଫେରାର ହେବା ବେଳକୁ ଭିଜିଲାନ୍ସ ବିଭାଗ କାବୁ କରି ତହସିଦାରଙ୍କୁ ଗିରଫ କରିଛି। ତାଙ୍କୁ ଗିରଫ କରିବା ପୂର୍ବରୁ ସେ ଉଦ୍ଦେଶ୍ଯ ମୂଳକ ଭାବେ ନିଜ ଗାଡି ଦ୍ଵାରା ଭିଜିଲାନ୍ସ କର୍ମଚାରୀଙ୍କୁ ଆକ୍ରମଣ ମଧ୍ୟ କରିଥିଲେ।ଏହି ଘଟଣାରୁ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି ୩ ଜଣ ଭିଜିଲାନ୍ସ କର୍ମଚାରୀ। ଜବତ୍ ଟଙ୍କାରର ହିସାବ କରୁଛି ରାୟଗଡ଼ା ଭିଜିଲାନ୍ସ ବିଭାଗ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଏକ ଟଏଲେଟ୍ ରୁ ତାଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି ଭିଜିଲାନ୍ସ ବିଭାଗ। ପ୍ରାୟ ଏକ ଲକ୍ଷ ୧୫ ହଜାରରୁ ଉର୍ଦ୍ଧ୍ବ ଟଙ୍କା ଜବତ୍ କରାଯାଇଛି। ୩୦୦ ଗରିବ ଲୋକଙ୍କୁ ଘର ବାରି ପଟ୍ଟା କରିଦେବା ନେଇ ୧୮ ଲକ୍ଷ ଟଙ୍କା ଲାଞ୍ଚର ଡିଲ ହୋଇଥିଲା । ୧ଲକ୍ଷ୧୫ହଜାର ଟଙ୍କା ଅଗ୍ରିମ ଆକାରରେ ନେଇଥିଲେ। ଖବର ପାଇ ଭିଜିଲାନ୍ସ ବିଭାଗ ତାଙ୍କ ପିଛା କରିଥିଲେ । ଏଥିପୂର୍ବରୁ୨୦୨୨ ମସିହାରେ ସେ ବାରଙ୍ଗ ରେ ମଧ୍ୟ ଭିଜିଲାନସ୍ ଜାଳରେ ପଡିଥିଲେ।ଆଜି ଭିଜିଲାନ୍ସ ବିଭାଗ କଟକ, ଭୁବନେଶ୍ଵର,ଢେଙ୍କାନାଳ ଓ ଅନୁଗୁଳ ଘରେ ମଧ୍ୟ ଚଢ଼ାଉ ଜାରି ରଖିଛନ୍ତି। ଭିଜିଲାନ୍ସ ଏସପି ପ୍ରଦ୍ୟୁମ୍ନ କୁମାର ଦ୍ୱିବେଦୀ ଙ୍କ ନିର୍ଦ୍ଦେଶ କ୍ରମେ ଏଏସପି ଅରୁଣ କୁମାର ନାୟକ,ତରୁଲତା ବେହେରାଙ୍କ ସହ ୧୧ ଜଣିଆ ଟିମ୍ ଏହି ଚଢ଼ାଉରେ ସାମିଲ ଥିଲେ।
The post ଜେଲ ଗଲେ ଲାଞ୍ଚୁଆ ତହସିଲଦାର appeared first on Odisha.News.