କନିଆ ଘରକୁ ବାହାରିଥିଲା ବର, ଅଧାବାଟରୁ ଉଠାଇନେଲା ପୋଲିସ
ସୁନ୍ଦରଗଡ଼ : ବାଣ, ବାଜା ସହ କନିଆ ଘରକୁ ବାହାରିଥିଲା ବର । ଅଧାବାଟରୁ ଉଠାଇନେଲା ପୋଲିସ । ଘଟଣାଟି ଘଟିଛି ସମ୍ବଲପୁର ଜିଲ୍ଲା ବାମରାରେ । ଗିରଫ ଅଭିଯୁକ୍ତ ବାମରା ଗୋବିନ୍ଦପୁର ଖୋକୋପଡ଼ାର ବିଷ୍ଣୁ ପିଙ୍ଗ । ସୁନ୍ଦରଗଡ଼ ଜିଲ୍ଲା ଧରୁଆଡିହି ଥାନାରେ ପ୍ରେମିକା ଅଭିଯୋଗ କରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ । ୭ ବର୍ଷ ତଳେ ବିଷ୍ଣୁ ତାଙ୍କୁ ପ୍ରେମ ଜାଲରେ ଫସାଇବା ସହ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ […] The post କନିଆ ଘରକୁ ବାହାରିଥିଲା ବର, ଅଧାବାଟରୁ ଉଠାଇନେଲା ପୋଲିସ appeared first on KNews Odisha.

ସୁନ୍ଦରଗଡ଼ : ବାଣ, ବାଜା ସହ କନିଆ ଘରକୁ ବାହାରିଥିଲା ବର । ଅଧାବାଟରୁ ଉଠାଇନେଲା ପୋଲିସ । ଘଟଣାଟି ଘଟିଛି ସମ୍ବଲପୁର ଜିଲ୍ଲା ବାମରାରେ । ଗିରଫ ଅଭିଯୁକ୍ତ ବାମରା ଗୋବିନ୍ଦପୁର ଖୋକୋପଡ଼ାର ବିଷ୍ଣୁ ପିଙ୍ଗ । ସୁନ୍ଦରଗଡ଼ ଜିଲ୍ଲା ଧରୁଆଡିହି ଥାନାରେ ପ୍ରେମିକା ଅଭିଯୋଗ କରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ । ୭ ବର୍ଷ ତଳେ ବିଷ୍ଣୁ ତାଙ୍କୁ ପ୍ରେମ ଜାଲରେ ଫସାଇବା ସହ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି ।
ସମ୍ପର୍କର ୨ ବର୍ଷ ମଧ୍ଯରେ ପ୍ରେମିକା ଗର୍ଭବତୀ ହେବା ପରେ ବିଷ୍ଣୁ କାହାକୁ କିଛି ନକହି ଚେନ୍ନାଇ ଚାଲିଯାଇଥିଲା । ବିଷ୍ଣୁ ସହ କୌଣସି ଯୋଗାଯୋଗ କରିପାରିନଥିଲେ ପ୍ରେମିକା । ତେବେ ୫ ବର୍ଷ ପରେ ଚେନ୍ନାଇରୁ ଫେରି ଧରୁଆଡିହି ବସ୍ତିର ମାମୁ ଝିଅକୁ ବିବାହ କରିବାକୁ ସ୍ଥିର କରିଥିଲା ବିଷ୍ଣୁ। କୌଣସି ସୂତ୍ରରୁ ଖବର ପାଇ ଧରୁଆଡିହି ଥାନାରେ ଲିଖିତ ଅଭିଯୋଗ କରିଥିଲେ ପ୍ରେମିକା । ବିଷ୍ଣୁ ବରବେଶରେ ବାରାତି ସହ ଧରୁଆଡିହି କନିଆ ଘର ଅଭିମୁଖେ ବାହାରିଥିଲେ। ବାମରାରେ ପହଞ୍ଚିଲା ବେଳକୁ ପୋଲିସ ଯାଇ ବରଗାଡ଼ିରୁ ବିଷ୍ଣୁକୁ ଉଠାଇ ଆଣି ଥାନାରେ ଅଟକ ରଖିଛି।
The post କନିଆ ଘରକୁ ବାହାରିଥିଲା ବର, ଅଧାବାଟରୁ ଉଠାଇନେଲା ପୋଲିସ appeared first on KNews Odisha.