କନିଷ୍ଠ ଖଣି ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
କେନ୍ଦୁଝର,୨୭।୧୧ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରରେ ଆଜି ସକାଳୁ ସ୍ଥାନୀୟ କନିଷ୍ଠ ଖଣି ଅଧିକାରୀ ପଦ୍ମନାଭ ହୋତାଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ଜାରି ରହିଛି। ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଏହି ଚଢାଉ ଜାରି ରହିଛି । ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ, ଭୁବନେଶ୍ୱର ଆଦେଶ କ୍ରମେ ଏହି ଚଢାଉ କରାଯାଉଛି। ୭ ଜଣ ଡିଏସପି, ପାଞ୍ଚ ଇନ୍ସପେକ୍ଟର ସମେତ ବହୁ ଅଧିକାରୀ କେନ୍ଦୁଝର, ଭୁବନେଶ୍ୱର, ଭବାନୀପାଟଣା, ଯାଜପୁର ସମେତ ୭ଟି ସ୍ଥାନରେ ଚଢାଉ […] The post କନିଷ୍ଠ ଖଣି ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ appeared first on Dharitri Odia News.
କେନ୍ଦୁଝର,୨୭।୧୧ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରରେ ଆଜି ସକାଳୁ ସ୍ଥାନୀୟ କନିଷ୍ଠ ଖଣି ଅଧିକାରୀ ପଦ୍ମନାଭ ହୋତାଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ଜାରି ରହିଛି। ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଏହି ଚଢାଉ ଜାରି ରହିଛି । ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ, ଭୁବନେଶ୍ୱର ଆଦେଶ କ୍ରମେ ଏହି ଚଢାଉ କରାଯାଉଛି। ୭ ଜଣ ଡିଏସପି, ପାଞ୍ଚ ଇନ୍ସପେକ୍ଟର ସମେତ ବହୁ ଅଧିକାରୀ କେନ୍ଦୁଝର, ଭୁବନେଶ୍ୱର, ଭବାନୀପାଟଣା, ଯାଜପୁର ସମେତ ୭ଟି ସ୍ଥାନରେ ଚଢାଉ ଜାରି ରହିଛି। ସ୍ଥାନୀୟ ଜଗନ୍ନାଥପୁର ସାହିରେ ଦୁଇ ମହଲା ଘର, ଭୁବନେଶ୍ୱରର କରଡ଼ା କଣ୍ଟାରେ ଚାରି ମହଲା ଘର, ଘଷିପୁରା ବ୍ଲକ ମଦନପୁର ଗ୍ରାମରେ ଫାର୍ମ ହାଉସ, ଟମକା ରେ ଜମାଦେଇପୁର ଶାସନ ପୈତୃକ ଗ୍ରାମରେ ଘର, କେନ୍ଦୁଝର ଅଫିସ, ଭବାନୀପାଟଣାସ୍ଥିତ ଭଡା ଘର୍, ଯାଜପୁର ଜିଲା ବଳରାମପୁର ଗ୍ରାମର ବନ୍ଧୁ ଘର ଆଦିରେ ଚଢ଼ାଉ ଜାରି ରହିଛି।
The post କନିଷ୍ଠ ଖଣି ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ appeared first on Dharitri Odia News.