କନ୍ଦାଇବ ପିଆଜ: ମାର୍ଚ୍ଚରେ ଦର ଆକାଶଛୁଆଁ

ନୂଆଦିଲ୍ଲୀ: ରସୁଣର ଦରବୃଦ୍ଧି ପରେ ଆଗକୁ କନ୍ଦାଇବ ପିଆଜ। ଦରବୃଦ୍ଧି ଖାଉଟିଙ୍କ ପକେଟକୁ ଦାଉ ସାଜିବ। ମାର୍ଚ୍ଚରେ ପିଆଜ ଆକାଶ ଛୁଆଁ ହେବାର ଆଶଙ୍କା ଦେଖାଦେଲାଣି। କେନ୍ଦ୍ର ସରକାର ରପ୍ତାନୀ କଟକଣା ହଟାଇବା ପରେ ଏଭଳି କିଛି ଆଶଙ୍କା କରିଛନ୍ତି ପିଆଜ ରପ୍ତାନିକାରୀ । ମାଚ୍ଚରେ ପିଆଜ ପୁଣିଥରେ ଖାଉଟିଙ୍କୁ କଲବଲ କରିବା ନେଇ ରିପୋର୍ଟ ପ୍ରକାଶ ପାଇଛି । ଖରିଫ ଫସଲ ନ ଆସିବା ଯାଏ ଦର ନିୟନ୍ତ୍ରଣ ବାହାରକୁ ଚାଲିଯିବ। ଦେଶରେ ବଡ଼ ଧରଣର […] The post କନ୍ଦାଇବ ପିଆଜ: ମାର୍ଚ୍ଚରେ ଦର ଆକାଶଛୁଆଁ appeared first on Dharitri Odia News.

କନ୍ଦାଇବ ପିଆଜ: ମାର୍ଚ୍ଚରେ ଦର ଆକାଶଛୁଆଁ

ନୂଆଦିଲ୍ଲୀ: ରସୁଣର ଦରବୃଦ୍ଧି ପରେ ଆଗକୁ କନ୍ଦାଇବ ପିଆଜ। ଦରବୃଦ୍ଧି ଖାଉଟିଙ୍କ ପକେଟକୁ ଦାଉ ସାଜିବ। ମାର୍ଚ୍ଚରେ ପିଆଜ ଆକାଶ ଛୁଆଁ ହେବାର ଆଶଙ୍କା ଦେଖାଦେଲାଣି। କେନ୍ଦ୍ର ସରକାର ରପ୍ତାନୀ କଟକଣା ହଟାଇବା ପରେ ଏଭଳି କିଛି ଆଶଙ୍କା କରିଛନ୍ତି ପିଆଜ ରପ୍ତାନିକାରୀ । ମାଚ୍ଚରେ ପିଆଜ ପୁଣିଥରେ ଖାଉଟିଙ୍କୁ କଲବଲ
କରିବା ନେଇ ରିପୋର୍ଟ ପ୍ରକାଶ ପାଇଛି । ଖରିଫ ଫସଲ ନ ଆସିବା ଯାଏ ଦର ନିୟନ୍ତ୍ରଣ ବାହାରକୁ ଚାଲିଯିବ। ଦେଶରେ ବଡ଼ ଧରଣର ଯୋଗାଣ ସଂକଟ ଦେଖାଦେବ ବୋଲି ଅନୁମାନ କରାଯାଉଛି।

ମାର୍ଚ୍ଚ ପ୍ରଥମ ସପ୍ତାହରୁ ଦରଦାମ୍‌ ବଢିବ ବୋଲି ଆଶଙ୍କା କରାଯାଉଛି। ଏଥିସହ ଅତ୍ୟାବଶ୍ୟକ ପରିବା ଆକାଶ ଛୁଆଁ ହେବାର ସମ୍ଭାବନା ରହିଛି। ୨୦୨୩ରେ ଖରାପ ପାଣିପାଗ ଯୋଗୁ ମହାରାଷ୍ଟ୍ର, କର୍ନାଟକ ଏବଂ ଦେଶର ଅନ୍ୟାନ୍ୟ ଉତ୍ପାଦନକାରୀ ରାଜ୍ୟରେ ଏହାର ଅଭାବ ପଡ଼ିଥିଲା । ଫଳରେ ଡାଲି, ଚିନି ଓ ପିଆଜ ଆଦି ଉତ୍ପାଦନ
ପ୍ରଭାବିତ ହୋଇଛି । ପୂର୍ବବର୍ଷ ତୁଳନାରେ ଏ ବର୍ଷ ଉତ୍ପାଦନ ପ୍ରାୟ ୧୩ ପ୍ରତିଶତ କମିଯିବ ।

ବୋଲି ପିଆଜ ରପ୍ତାନିକାରୀ ଗୋଷ୍ଠୀ , କେନ୍ଦ୍ର ସରକାରଙ୍କୁ ଚେତାଇ ଦେଇଛନ୍ତି । ଉପଯୁକ୍ତ ଅନୁଶୀଳନ ବିନା ପିଆଜ ଉପରୁ ରପ୍ତାନୀ କଟକଣା ହଟାଇବାର ପରିଣାମ ଭୟଙ୍କର ହେବ ବୋଲି ସେ କହିଛନ୍ତି । ଉତ୍ପାଦନ କମିବା ମଧ୍ୟ ଦର ବୃଦ୍ଧିର ଅନ୍ୟ ଏକ କାରଣ ବୋଲି ସେମାନେ ସତର୍କ କରାଇଛନ୍ତି। ୩,୦୦,୦୦୦ ଟନ ପିଆଜ ରପ୍ତାନୀକୁ ଅନୁମତି ଦେବା ଫଳରେ ନାସିକ ବଜାରରେ କିଲୋ ପିଛା ଦର ୩୫ରୁ ୪୦ ଟଙ୍କାକୁ ବଢ଼ିଯିବ । ସେହିଭଳି ଅନ୍ୟାନ୍ୟ ରିଟେଲ ବଜାରରେ ମୂଲ୍ୟ ୬୦ ଟଙ୍କା ପର୍ଯ୍ୟନ୍ତ ଛୁଇଁପାରେ ।

The post କନ୍ଦାଇବ ପିଆଜ: ମାର୍ଚ୍ଚରେ ଦର ଆକାଶଛୁଆଁ appeared first on Dharitri Odia News.