କପି ରୋକିବାରୁ ଗୁଳିମାଡ଼, ଜଣେ ଦଶମ ଛାତ୍ର ମୃତ
ନୂଆଦିଲ୍ଲୀ,୨୧।୨: ଓଡ଼ିଶାରେ ଶୁକ୍ରବାର ଦଶମ ପରୀକ୍ଷା ଆରମ୍ଭ ହୋଇଛି। ସେପଟେ ପଡୋଶୀ ରାଜ୍ୟ ବିହାରରେ ମଧ୍ୟ ଦଶମ ପରୀକ୍ଷା ଚାଲିଛି। ବିହାରର ରୋହତାସ ଜିଲାର ସାସାରାମରେ ପରୀକ୍ଷା ସମୟରେ ହୋଇଛି ବଡ ଅଘଟଣ। ରିପୋର୍ଟ ଅନୁସାରେ, ପରୀକ୍ଷାରେ କପି କରିବା ଅଟକାଇବାରୁ ଗୁଳିମାଡ ହୋଇଛି। ପରୀକ୍ଷା କେନ୍ଦ୍ରରେ କିଛି ଛାତ୍ର ଅନ୍ୟ ଛାତ୍ରଙ୍କ ଉତ୍ତର ଖାତା ଦେଖି କପି କରିବାକୁ ଚାହୁଁଥିଲେ। କିନ୍ତୁ ତାଙ୍କୁ ଏପରି କରିବାକୁ ଦେଇ ନ ଥିଲେ ଗୋଟିଏ ଗୋଷ୍ଠୀର ଛାତ୍ର। ଏହି […] The post କପି ରୋକିବାରୁ ଗୁଳିମାଡ଼, ଜଣେ ଦଶମ ଛାତ୍ର ମୃତ appeared first on Dharitri Odia News.
ନୂଆଦିଲ୍ଲୀ,୨୧।୨: ଓଡ଼ିଶାରେ ଶୁକ୍ରବାର ଦଶମ ପରୀକ୍ଷା ଆରମ୍ଭ ହୋଇଛି। ସେପଟେ ପଡୋଶୀ ରାଜ୍ୟ ବିହାରରେ ମଧ୍ୟ ଦଶମ ପରୀକ୍ଷା ଚାଲିଛି। ବିହାରର ରୋହତାସ ଜିଲାର ସାସାରାମରେ ପରୀକ୍ଷା ସମୟରେ ହୋଇଛି ବଡ ଅଘଟଣ। ରିପୋର୍ଟ ଅନୁସାରେ, ପରୀକ୍ଷାରେ କପି କରିବା ଅଟକାଇବାରୁ ଗୁଳିମାଡ ହୋଇଛି।
ପରୀକ୍ଷା କେନ୍ଦ୍ରରେ କିଛି ଛାତ୍ର ଅନ୍ୟ ଛାତ୍ରଙ୍କ ଉତ୍ତର ଖାତା ଦେଖି କପି କରିବାକୁ ଚାହୁଁଥିଲେ। କିନ୍ତୁ ତାଙ୍କୁ ଏପରି କରିବାକୁ ଦେଇ ନ ଥିଲେ ଗୋଟିଏ ଗୋଷ୍ଠୀର ଛାତ୍ର। ଏହି ପ୍ରସଙ୍ଗରେ ଦୁଇ ଛାତ୍ର ଗୋଷ୍ଠୀ ପରସ୍ପର ସହ ମୁହାଁମୁହିଁ ହୋଇଥିଲେ।
ସେମାନଙ୍କ ମଧ୍ୟରେ ପ୍ରଥମେ ଝଗଡ଼ା ହୋଇଥିଲା, ତା’ପରେ ଗୁଳି ମାଡ଼ ହୋଇଥିଲା। ଗୁଳି ବାଜିବାରୁ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଛାତ୍ର ଆହତ ହୋଇଛନ୍ତି। ଏହି ଘଟଣା ପରେ ଅଞ୍ଚଳରେ ଉତ୍ତେଜନାର ବାତାବରଣ ରହିଛି ଏବଂ ଲୋକମାନେ ବହୁତ ପ୍ରତିକ୍ରିୟାଶୀଳ ହୋଇପଡିଛନ୍ତି। ଅଞ୍ଚଳରେ ବହୁ ସଂଖ୍ୟାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।
ପୋଲିସ ଜଣେ ନାବାଳକକୁ ଅସ୍ତ୍ର ସହିତ ଅଟକ ରଖିଛି। ଏହି ହୃଦୟ ବିଦାରକ ଘଟଣା ଧାଉଡାଡ ଥାନା ଅଞ୍ଚଳର। ମୃତ ଛାତ୍ରଙ୍କ ନାମ ଅମିତ କୁମାର। ସେ ଦଶମ ଶ୍ରେଣୀର ଛାତ୍ର। ଏହି ମାମଲା ସାସାରାମର ସେଣ୍ଟ ଆନ୍ନା ହାଇସ୍କୁଲରେ ପଢୁଥିଲେ। ଏଠାରେ ଦଶମ ପରୀକ୍ଷା ଚାଲିଥିଲା। ସୂଚନା ଅନୁଯାୟୀ, ପରୀକ୍ଷା ସମୟରେ ଯେତେବେଳେ କିଛି ଛାତ୍ରଙ୍କୁ ଅନ୍ୟମାନଙ୍କ ଉତ୍ତର ପତ୍ରରୁ କପି କରିବାକୁ ଅନୁମତି ଦିଆଗଲା ନାହିଁ, ସେମାନେ ରାଗିଯାଇ ଝଗଡ଼ା କରିବାକୁ ଲାଗିଲେ।
ସ୍ଥିତି ଏପରି ହୋଇଥିଲା ଯେ, କିଛି ସମୟ ମଧ୍ୟରେ ଗୁଳି ମାଡ଼ ଆରମ୍ଭ ହୋଇଯାଇଥିଲା ଏବଂ ଗୋଟିଏ ଗୁଳି ଛାତ୍ର ଅମିତ କୁମାରଙ୍କ ଉପରେ ବାଜିଲା। ଏହି ଘଟଣାରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଜଣେ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ଛାତ୍ରଙ୍କ ମୃତ୍ୟୁ ପରେ ଅଞ୍ଚଳରେ ଉତ୍ତେଜନାର ବାତାବରଣ ରହିଛି ଏବଂ ଲୋକମାନେ ବହୁତ କ୍ରୋଧିତ ଅଛନ୍ତି।
The post କପି ରୋକିବାରୁ ଗୁଳିମାଡ଼, ଜଣେ ଦଶମ ଛାତ୍ର ମୃତ appeared first on Dharitri Odia News.