ସମ୍ବଲପୁର ଗସ୍ତରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ଜିଲ୍ଲାର ବିକାଶ ପାଇଁ ଧର୍ମେନ୍ଦ୍ରଙ୍କ ବ୍ଲୁ ପ୍ରିଣ୍ଟ୍

ସମ୍ବଲପୁର: ସମ୍ବଲପୁର ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ବିଭିନ୍ନ କାର୍ଯ୍ୟକ୍ରମରେ ହୋଇଛନ୍ତି ସାମିଲ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ବିଜେପି ନେତୃତ୍ୱାଧୀନ ରାଜ୍ୟ ସରକାର ସମ୍ବଲପୁରକୁ ଏକ ଅଗ୍ରଣୀ ସହର ରୂପେ ଗଢି ତୋଳିବାକୁ ପ୍ରତିଶ୍ରୁତିବଦ୍ଧ। ୨୦୫୦ ସୁଦ୍ଧା ସମ୍ବଲପୁରରେ ବଢୁଥିବା ଜନସଂଖ୍ୟାକୁ ଦୃଷ୍ଟିରେ ରଖି ୨୦୦ ନିୟୁତ ଲିଟର କ୍ଷମତା ବିଶିଷ୍ଟ ୱାଟର ପ୍ଲାଣ୍ଟ୍ ତଥା ବୃହତ୍ତର ପାନୀୟ ଜଳ ଯୋଜନା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରାରମ୍ଭିକ ଡିପିଆର୍ କାମ ପାଇଁ ୱାଟକୋ ଓଡ଼ିଶା’ କମ୍ପାନୀକୁ ଦାୟିତ୍ବ ଦିଆଯାଇଛି। ଡ୍ରେନେଜ, ସ୍ବରେଜ୍ , ରାସ୍ତା ସମ୍ପ୍ରସାରଣ, ଷ୍ଟ୍ରିଟ୍ ଲାଇଟ ଓ ସ୍ବଛତା ସମସ୍ୟାର ସମାଧାନ ପାଇଁ ନୂଆ କଳ୍ପନା କରାଯାଇଛି। ସମ୍ବଲପୁରରେ ଏକ ରିଙ୍ଗ ରୋଡ ଯୋଜନା ମଧ୍ୟ ହୋଇଛି। ଏହା ସହ ସମ୍ବଲପୁର ରୋଡ୍ ରେଳ ଷ୍ଟେସନ, ହୀରାକୁଦ ଷ୍ଟେସନ ଓ ସିଟି ରେଳ ଷ୍ଟେସନର ଉନ୍ନତିକରଣ ପାଇଁ କାମ ଆରମ୍ଭ ହୋଇଛି।ସମ୍ବଲପୁରରେ ସ୍ବାସ୍ଥ୍ୟସେବାର ବିକାଶ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ସେଥି ପାଇଁ ପଡ଼ିଆ ବାହାଲରେ ପ୍ରାୟ ୨ କୋଟି ଟଙ୍କା ବ୍ୟୟରେ   ନିର୍ମିତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ନୂଆଭବନ ଏକ  ଉପଲବ୍ଧି। "ଆୟୁଷ୍ମାନ ଆରୋଗ୍ୟ ମନ୍ଦିର" ନାମରେ ସ୍ବାସ୍ଥ୍ୟ କେନ୍ଦ୍ରକୁ ଉଦଘାଟନ ଅବସରରେ ସ

ସମ୍ବଲପୁର ଗସ୍ତରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ଜିଲ୍ଲାର ବିକାଶ ପାଇଁ ଧର୍ମେନ୍ଦ୍ରଙ୍କ ବ୍ଲୁ ପ୍ରିଣ୍ଟ୍

ସମ୍ବଲପୁର: ସମ୍ବଲପୁର ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ବିଭିନ୍ନ କାର୍ଯ୍ୟକ୍ରମରେ ହୋଇଛନ୍ତି ସାମିଲ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ବିଜେପି ନେତୃତ୍ୱାଧୀନ ରାଜ୍ୟ ସରକାର ସମ୍ବଲପୁରକୁ ଏକ ଅଗ୍ରଣୀ ସହର ରୂପେ ଗଢି ତୋଳିବାକୁ ପ୍ରତିଶ୍ରୁତିବଦ୍ଧ। ୨୦୫୦ ସୁଦ୍ଧା ସମ୍ବଲପୁରରେ ବଢୁଥିବା ଜନସଂଖ୍ୟାକୁ ଦୃଷ୍ଟିରେ ରଖି ୨୦୦ ନିୟୁତ ଲିଟର କ୍ଷମତା ବିଶିଷ୍ଟ ୱାଟର ପ୍ଲାଣ୍ଟ୍ ତଥା ବୃହତ୍ତର ପାନୀୟ ଜଳ ଯୋଜନା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରାରମ୍ଭିକ ଡିପିଆର୍ କାମ ପାଇଁ ୱାଟକୋ ଓଡ଼ିଶା’ କମ୍ପାନୀକୁ ଦାୟିତ୍ବ ଦିଆଯାଇଛି। ଡ୍ରେନେଜ, ସ୍ବରେଜ୍ , ରାସ୍ତା ସମ୍ପ୍ରସାରଣ, ଷ୍ଟ୍ରିଟ୍ ଲାଇଟ ଓ ସ୍ବଛତା ସମସ୍ୟାର ସମାଧାନ ପାଇଁ ନୂଆ କଳ୍ପନା କରାଯାଇଛି। ସମ୍ବଲପୁରରେ ଏକ ରିଙ୍ଗ ରୋଡ ଯୋଜନା ମଧ୍ୟ ହୋଇଛି। ଏହା ସହ ସମ୍ବଲପୁର ରୋଡ୍ ରେଳ ଷ୍ଟେସନ, ହୀରାକୁଦ ଷ୍ଟେସନ ଓ ସିଟି ରେଳ ଷ୍ଟେସନର ଉନ୍ନତିକରଣ ପାଇଁ କାମ ଆରମ୍ଭ ହୋଇଛି।

ସମ୍ବଲପୁରରେ ସ୍ବାସ୍ଥ୍ୟସେବାର ବିକାଶ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ସେଥି ପାଇଁ ପଡ଼ିଆ ବାହାଲରେ ପ୍ରାୟ ୨ କୋଟି ଟଙ୍କା ବ୍ୟୟରେ   ନିର୍ମିତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ନୂଆଭବନ ଏକ  ଉପଲବ୍ଧି। "ଆୟୁଷ୍ମାନ ଆରୋଗ୍ୟ ମନ୍ଦିର" ନାମରେ ସ୍ବାସ୍ଥ୍ୟ କେନ୍ଦ୍ରକୁ ଉଦଘାଟନ ଅବସରରେ ସେ କହିଛନ୍ତି ଯେ ଗରିବ ଓ ବଞ୍ଚିତ ଲୋକଙ୍କ ସ୍ବାସ୍ଥ୍ୟସେବାକୁ କେମିତି ସୁବିଧାଜନକ କରାଯିବ, ସେଥିପାଇଁ ଆମ ସରକାର ଦାୟିତ୍ବ ନେଇଛନ୍ତି। ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରୁ ଜିଲ୍ଲା ଚିକିତ୍ସାଳୟ ପର୍ଯ୍ୟନ୍ତ ସ୍ବାସ୍ଥ୍ୟସେବାରେ ସୁଧାର ଅଣାଯିବ।

ସମ୍ବଲପୁରରେ ବିଜେପିର ମିଶ୍ରଣ ପର୍ବରେ ମଧ୍ୟ ସାମିଲ ହୋଇଥିଲେ ଧର୍ମେନ୍ଦ୍ର ପ୍ରଧାନ।ସେ କହିଛନ୍ତି ଏହି ଯୋଗଦାନ ତୃଣମୂଳ ସ୍ତରରେ ସଂଗଠନକୁ ଅଧିକ ମଜଭୂତ୍ କରିବ। ‘ଜନସେବା’କୁ ପ୍ରାଥମିକତାରେ ରଖି କାମ କରିବାକୁ ପରାମର୍ଶ ଦେଇଛନ୍ତି। ଏବଂ କହିଛନ୍ତି ଯେ, ନିର୍ମଳ ମନରେ ଲୋକଙ୍କ ସେବା କଲେ ଦଳ ବିଜୟୀ ହୁଏ। ସୁଭଦ୍ରା ଯୋଜନା ମହିଳାଙ୍କୁ ସ୍ବାବଲମ୍ବୀ କରୁଛି। ଧାନର ଏମଏସପି କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କା ବୃଦ୍ଧି କରାଯାଇଛି।ଚାଷୀର ବ୍ୟାଙ୍କ ଖାତାରେ ଟଙ୍କା କିପରି ପହଞ୍ଚିବ, ତାର ଦାୟିତ୍ବ କାର୍ଯ୍ୟକର୍ତ୍ତା ନେବା ଦରକାର।

ଏହି ଗସ୍ତରେ କେନ୍ଦ୍ରମନ୍ତ୍ରୀ ମଧ୍ୟ ଛଟ୍ ପୂଜାରେ ସାମିଲ ହୋଇଥିଲେ। କହିଛନ୍ତି ଏହା ଜନସାଧାରଣଙ୍କ ଆସ୍ଥାର ପବିତ୍ର ପର୍ବ। ପ୍ରକୃତି ସଂରକ୍ଷଣ ଓ ସୂର୍ଯ୍ୟ ଉପାସନାର ଏହା ମହାନ ପର୍ବ।ଏହା ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ସମ୍ବଲପୁର ଅଞ୍ଚଳର ସଂସ୍କୃତି ଅନନ୍ୟ । ଏଠାରେ ତ୍ୟାଗ, ସଂଘର୍ଷ ଓ ଉତ୍କଣ୍ଠା ମନୋବୃତ୍ତି ସାମାଜିକ ଜୀବନରେ ପ୍ରତିଫଳିତ ହୋଇଛି।