କପିଲ ଶର୍ମାଙ୍କ କେଫେ ଉପରକୁ ଗୁଳିମାଡ଼, ମାତ୍ର ୬ ଦିନ ପୂର୍ବରୁ କାନାଡ଼ାରେ ଖୋଲିଥିଲା Kap’s
ନୂଆଦିଲ୍ଲୀ ୧୦।୭: ପ୍ରସିଦ୍ଧି କମେଡିଆନ ତଥା ଅଭିନେତା କପିଲ ଶର୍ମାଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସୁଛି। କାନାଡ଼ାରେ କପିଲ ଶର୍ମାଙ୍କ ‘କାପ’ସ କେଫେ’ ଉପରକୁ ଗୁଳିମାଡ଼ ହୋଇଛି। ତେବେ ସବୁଠୁ ଯାହା ଆଶ୍ଚର୍ଯ୍ୟର କଥା ତାହା ହେଉଛି କପିଲ ଶର୍ମାଙ୍କ ଏହି କାଫେ ନିକଟରେ ଖୋଲିଥିଲା। ଗୁଳି କାଣ୍ଡର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ସେୟାର ହୋଇଛି। ଏହି ଭିଡିଓରେ ଜନୈକ ବ୍ୟକ୍ତି କାରରେ ବସି ରାତିରେ କେଫେର ଝରକାକୁ ଫାୟରିଂ କରୁଥିବା ଦେଖା ଯାଇଛି। କପିଲଙ୍କ ଏହି କାଫେ କାନାଡାର ସରେ ଅଞ୍ଚଳରେ ରହିଛି। କିଛିଦିନ ପୂର୍ବରୁ ଏହି କାଫେକୁ ବେଶ୍ ଧୂମଧାମରେ ଉଦଘାଟନ କରାଯାଇଥିଲା। କପିଲଙ୍କ ଏହି କାଫେରେ ଲୋକଙ୍କ ଭିଡ ବି ଜମିବା ଆରମ୍ଭ ହୋଇଯାଇଥିଲା। କପିଲ ମଧ୍ୟ କିଛି ଦିନ ପୂର୍ବରୁ ତାଙ୍କର ଏହି ଇଣ୍ଟରନ୍ୟାସନାଲ କାଫେର ଭିଡିଓ ସେୟାର କରିଥିଲେ। ତେବେ ଫାୟରିଂର ଏହି ଭିଡିଓ ରାତିବେଳା ହୋଇଛି। ଏହି ଗୁଳିକାଣ୍ଡ ପାଇଁ ଖାଲିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ବବର ଖାଲସା ଇଣ୍ଟରନ୍ୟାସନାଲ ଗ୍ୟାଙ୍ଗ ନିଜକୁ ଦାୟି କରିଛି। World Famous comedian Kapil Sharma's newly inaugurated restaurant KAP'S CAFE shot at in Surrey, BC, Canada last night.Harjit Singh Laddi, a BKI operative, NIA's (INDIA ) most wanted terrorist has claimed this shoot out citing some remarks by Kapil@Sur
ନୂଆଦିଲ୍ଲୀ ୧୦।୭: ପ୍ରସିଦ୍ଧି କମେଡିଆନ ତଥା ଅଭିନେତା କପିଲ ଶର୍ମାଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସୁଛି। କାନାଡ଼ାରେ କପିଲ ଶର୍ମାଙ୍କ ‘କାପ’ସ କେଫେ’ ଉପରକୁ ଗୁଳିମାଡ଼ ହୋଇଛି। ତେବେ ସବୁଠୁ ଯାହା ଆଶ୍ଚର୍ଯ୍ୟର କଥା ତାହା ହେଉଛି କପିଲ ଶର୍ମାଙ୍କ ଏହି କାଫେ ନିକଟରେ ଖୋଲିଥିଲା। ଗୁଳି କାଣ୍ଡର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ସେୟାର ହୋଇଛି। ଏହି ଭିଡିଓରେ ଜନୈକ ବ୍ୟକ୍ତି କାରରେ ବସି ରାତିରେ କେଫେର ଝରକାକୁ ଫାୟରିଂ କରୁଥିବା ଦେଖା ଯାଇଛି।
କପିଲଙ୍କ ଏହି କାଫେ କାନାଡାର ସରେ ଅଞ୍ଚଳରେ ରହିଛି। କିଛିଦିନ ପୂର୍ବରୁ ଏହି କାଫେକୁ ବେଶ୍ ଧୂମଧାମରେ ଉଦଘାଟନ କରାଯାଇଥିଲା। କପିଲଙ୍କ ଏହି କାଫେରେ ଲୋକଙ୍କ ଭିଡ ବି ଜମିବା ଆରମ୍ଭ ହୋଇଯାଇଥିଲା। କପିଲ ମଧ୍ୟ କିଛି ଦିନ ପୂର୍ବରୁ ତାଙ୍କର ଏହି ଇଣ୍ଟରନ୍ୟାସନାଲ କାଫେର ଭିଡିଓ ସେୟାର କରିଥିଲେ। ତେବେ ଫାୟରିଂର ଏହି ଭିଡିଓ ରାତିବେଳା ହୋଇଛି। ଏହି ଗୁଳିକାଣ୍ଡ ପାଇଁ ଖାଲିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ବବର ଖାଲସା ଇଣ୍ଟରନ୍ୟାସନାଲ ଗ୍ୟାଙ୍ଗ ନିଜକୁ ଦାୟି କରିଛି।
World Famous comedian Kapil Sharma's newly inaugurated restaurant KAP'S CAFE shot at in Surrey, BC, Canada last night.
Harjit Singh Laddi, a BKI operative, NIA's (INDIA ) most wanted terrorist has claimed this shoot out citing some remarks by Kapil@SurreyPolice pic.twitter.com/p51zlxXbOf— Ritesh Lakhi CA (@RiteshLakhiCA) July 10, 2025
ମାମଲାରେ ବବର ଖାଲସା ଇଣ୍ଟରନ୍ୟାସନାଲ ସହ ସମ୍ପର୍କିତ ଆତଙ୍କବାଦୀ ହରଜିତ ସିଂହ ଓରଫ ଲାଡିର ନାମ ସାମ୍ନାକୁ ଆସୁଛି। ଲାଡି ଜଣେ କୁଖ୍ୟାତ ଆତଙ୍କବାଦୀ ପୂର୍ବରୁ ମଧ୍ୟ କେତେକ ଆକ୍ରମଣ ଘଟଣାରେ ତା ନାମ ରହିଛି। ଲାଡି ଭାରତୀୟ ତଦନ୍ତକାରୀ ସଂସ୍ଥାନ ଏନଆଇଏର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀଙ୍କ ଲିଷ୍ଟରେ ମଧ୍ୟ ଅଛି। କପିଲ ଶର୍ମାଙ୍କ ଏହି କାଫେ ଖୋଲିବାର ମାତ୍ର ୬ ଦିନ ହୋଇଛି।
ଏହି କେଫେର ସୁନ୍ଦର ସୁନ୍ଦର ଫଟୋ ଓ ଭିଡିଓ କପିଲ ଓ ତାଙ୍କ ପତ୍ନୀ ଗିନ୍ନି ଚତରଥ ସୋସିଆଲ ମିଡିଆରେ ସେୟାର କରିଥିଲେ। କପିଲ ଶର୍ମା ଭାରତୀୟ ମନୋରଞ୍ଜନ ଇଣ୍ଡଷ୍ଟ୍ରିରେ ଏକ ବଡ଼ ନାମ। ଏଥିରେ ଫାୟରିଂ ଭଳି ଚାଞ୍ଚଲ୍ୟକର ଘଟଣା ସମସ୍ତଙ୍କୁ ଦୋହଲାଇ ଦେଇଛି। ସୂଚନା ଅନୁସାରେ ଗୁଳିକାଣ୍ଡ ଘଟଣାକୁ ଚେତାବନୀ ଭାବେ ଦେଖାଯାଉଛି। ଏବେ ପୋଲିସ ଏହି ମାମଲାର ଯାଞ୍ଚ କରୁଛି। ତେବେ କପିଲଙ୍କ କେଫେ ଯେଉଁ ବିଲ୍ଡିଂରେ ରହିଛି ସେହି ବିଲ୍ଡିଂର ମାଲିକ ଅନ୍ୟଜଣେ ବୋଲି ଜଣାପଡିଛି।