କପିଳାସକୁ ଗଲା ଢେଙ୍କାନଳରୁ ଉଦ୍ଧାର ସନ୍ଦିଗ୍ଧ ପାରା
କପିଳାସ: କପିଳାସକୁ ଗଲା ଢେଙ୍କାନଳରୁ ଉଦ୍ଧାର ସନ୍ଦିଗ୍ଧ ପାରା। ପୋଲିସର ପରାମର୍ଶ କ୍ରମେ ପାରାକୁ କପିଳାସ ସ୍ଥାନାନ୍ତର କରାଯାଇଛି। ପାରାକୁ... The post କପିଳାସକୁ ଗଲା ଢେଙ୍କାନଳରୁ ଉଦ୍ଧାର ସନ୍ଦିଗ୍ଧ ପାରା appeared first on .
କପିଳାସ: କପିଳାସକୁ ଗଲା ଢେଙ୍କାନଳରୁ ଉଦ୍ଧାର ସନ୍ଦିଗ୍ଧ ପାରା। ପୋଲିସର ପରାମର୍ଶ କ୍ରମେ ପାରାକୁ କପିଳାସ ସ୍ଥାନାନ୍ତର କରାଯାଇଛି। ପାରାକୁ ଦେଖିବା ପାଇଁ ଭୁବନେଶ୍ବରରୁ ପୋଲିସର କମ୍ୟୁନିକେସନ ବିଭାଗ ତରଫରୁ ଏକ ସ୍ଵତନ୍ତ୍ର ଟିମ୍ ଆସୁଥିବା ସୂଚନା ରହିଛି। ଏକ ଏକ୍ସପୋର୍ଟ ଟିମ୍ ଓ ଇଣ୍ଟେଲିଜେନ୍ସର ଟିମ୍ ମଧ୍ୟ କପିଳାସ ଅଭିମୁଖେ ଥିବା ଜଣାପଡିଛି।
ଏହି ସ୍ବତନ୍ତ୍ର ଟିମକୁ ପାରା ହସ୍ତାନ୍ତର କରାଯିବ। ଢେଙ୍କାନାଳ ଷଡ଼ଙ୍ଗୀ ରେଞ୍ଜ ଲାଉଲେଇ ଗାଁରୁ ଏହି ଚାଇନିଜ ପାରା ଜବତ ହୋଇଥିଲା। ପାରା ଗୋଡ଼ରେ ବନ୍ଧା ହୋଇଛି ସ୍ଵତନ୍ତ୍ର GPS। GPSରେ ଚାଇନିଜ୍ ଭାଷା ଲେଖା ଯିବା ସହିତ ଚାଇନିଜ ଆର୍ମିର ଚିହ୍ନ ରହିଛି। ଗତକାଲି ବର୍ଷା ପବନରେ ପାରାଟି ଖସି ପଡିଥିଲା। ବନବିଭାଗ କର୍ମଚାରୀ ପାରାଟିକୁ ଉଦ୍ଧାର କରିଥିଲେ। ଏନେଇ ପୋଲିସକୁ ଖବର ଦେବା ପରେ କପିଳାସ ସ୍ଥାନାନ୍ତର କରାଯାଇଛି।
The post କପିଳାସକୁ ଗଲା ଢେଙ୍କାନଳରୁ ଉଦ୍ଧାର ସନ୍ଦିଗ୍ଧ ପାରା appeared first on .